108 ଦୀପ ଜାଳିବାର ଫଳ ଦେଲେ ଭଗବାନ ଗଣେଶ, ଏହି ଚିଠି ପାଇଁ ଭାରି ଖୁସି ଅଛନ୍ତି Deepika, ଶୁଣନ୍ତୁ ସେ କଣ କହୁଛନ୍ତି

ଏବେ ପୁଣି ଥରେ ଦୀପିକାଙ୍କ ମୁହଁରେ ଦେଖିବାକୁ ମିଳିଛି ହସ । ନ୍ୟାୟ ପାଇଁ ସେ ଯେଉଁ ସଂଘର୍ଷ କରି ଚାଲିଛନ୍ତି ସେଥିରେ ସାମାନ୍ଯ ଆଶାର ଆଲୋକ ତାଙ୍କୁ ଦେଖିବାକୁ ମିଳିଛି । ନିଜ ପୁଅକୁ ବାପାର ଅଧିକାର ଦେବା ଦାବିରେ ଦୀର୍ଘ ୩୦ ଦିନରୁ ଉର୍ଦ୍ଧ୍ଵ ସମୟ ଧରି ପ୍ରେମିକ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା । ଏହାରି ମଧ୍ୟରେ ତାଙ୍କୁ ଅନେକ ବାଧାବିଘ୍ନର ସମୁଖୀନ ହେବାକୁ ମଧ୍ୟ ପଡିଛି । ତଥାପି ଦୀପିକା ହାର୍ ମାନି ନାହାନ୍ତି ।

ସେ ଦିନେଶଙ୍କ ଘର ଆଗରେ ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କୁ ସ୍ଥାପନ କରି ପୂଜା କରିବା ସହ ୧୦୮ଟି ଦୀପ ମଧ୍ୟ ଜାଳିଥିଲେ । ଦିନେଶଙ୍କ ପରିବାର ଓ ଦିନେଶଙ୍କୁ ଭଗବାନ ଗଣେଶ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ହେଲେ ଠିକ ତା’ ପରଦିନ ଦିନେଶଙ୍କ ପୁରା ପରିବାର ଘରେ ତାଲା ପକାଇ କୁଆଡେ ଚାଲି ଯାଇଥିଲେ । ଆଉ ଦାଣ୍ଡରେ ସେମିତି ବସି ରହିଥିଲେ ଦୀପିକା । ଯାହାପରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।

ପୂର୍ବରୁ ଦିନେଶଙ୍କ ପରିବାର ତାଙ୍କର ଅନ୍ୟତ୍ର ବିବାହ ପାଇଁ ଯୋଜନା କରିବା ପରେ ଦୀପିକା ତାଙ୍କ ଘର ଆଗରେ ଆସି ଧାରଣା ଦେଇଥିଲେ । ସେଥିପାଇଁ ଦିନେଶଙ୍କୁ କାଳେ ନେଇ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ସନ୍ଦେହ କରୁଥିଲେ ଦୀପିକା । ଏନେଇ ସେ ବ୍ରହ୍ମପୁର ଏସପି ଓ ଆଇଆଇସି ଙ୍କୁ ମଧ୍ୟ ତଦାରଖ କରିବା ପାଇଁ ନିବେଦନ କରିଥିଲେ ।

ତେବେ ଗତକାଲି ଦୀପିକାଙ୍କ ନିକଟକୁ ରାଜ୍ୟ ମହିଳା କମିଶନରଙ୍କ ଏକ ଚିଠି ଆସିଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଦୀପିକା । ସେ କହିଛନ୍ତି କି, ପ୍ରମିଳା ମା’ ତାଙ୍କ ତରଫରୁ ରାଜ୍ୟ ମହିଳା କମିଶନରଙ୍କୁ ଏକ ଚିଠି ଲେଖିଥିଲେ । ଯାହାର ଫଳ ତାଙ୍କୁ ମିଳିଛି । ସେମାନେ ଦିନେଶଙ୍କୁ ତଦନ୍ତ ପାଇଁ ଡାକିଛନ୍ତି ଓ ଦୀପିକାଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ କହିଛନ୍ତି ।

ପୁରା ଘଟଣା କଣ ଜାଣିବା ପରେ ସେ ନିଶ୍ଚୟ ତାଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ଦୀପିକା । ଏଥିପାଇଁ ସେ ପ୍ରମିଳା ମା’ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ପୂଜାର ଫଳ ମିଳିଛି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।