ସପ୍ତାହରେ ମାତ୍ର 2 ଥର ପିଅନ୍ତୁ ଜୀବନରେ କେବେବି ପେଟ ସମ୍ବନ୍ଧିତ ସମସ୍ଯା ହେବ ନାହିଁ, ଗ୍ଯାସ, ଏସିଡିଟି, କବଜ ଆଦି ଚୁଟକିରେ ଭଲ ହେବ

ଆଜିକାଲି ଅନେକ ଲୋକଙ୍କୁ ପେଟ ସମ୍ବନ୍ଧିତ ସମସ୍ଯା ଯଥା ବାରମ୍ବାର ପେଟ ଖରାପ ହେବା, ହଜମ ନହେବା, ଗ୍ଯାସ ଏସିଡିଟି ଓ କବଜ ଭଳି ରୋଗ ସବୁ ଭୋଗିବାକୁ ପଡୁଛି । ଏହା ଯୋଗୁଁ ହାର୍ଟ, ମୁଣ୍ଡବିନ୍ଧା ବା ମାଇଗ୍ରେନ ଓ ଲିଭର ସମ୍ବନ୍ଧିତ ସମସ୍ଯା ମଧ୍ୟ ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କୁ ଗ୍ଯାସ, ଏସିଡିଟି ଭଳି ସମସ୍ଯା ଲାଗି ରହୁଛି ତେବେ ତାହା ସଂପୂର୍ଣ୍ଣ ଭଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବେଶୀ କିଛି ସାମଗ୍ରୀ ଆବଶ୍ୟକ ହେବନାହିଁ । ଆଜି ଆମେ ଜାଣିବା ପାଣିକୁ ଆମେ କିପରି ବ୍ୟବହାର କରିବା ଦ୍ଵାରା ଆମ ପେଟ ସମ୍ବନ୍ଧିତ ସମସ୍ଯା ଭଲ ହେବ । ଏଥିପାଇଁ ପ୍ରଥମେ ଆପଣ ଏକ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ଧ୍ୟାନ ରଖନ୍ତୁ ସେଥିରେ ଯେପରି ମଞ୍ଜି ରହିବ ନାହିଁ । ହଜମକ୍ରିୟା ପାଇଁ ଲେମ୍ବୁ ଚମତ୍କାରୀ ହୋଇଥାଏ ।

ଏବେ ଆପଣଙ୍କୁ ଆବଶ୍ୟକ ହେବ ଅଧା ଇଞ୍ଚ ଲମ୍ବର ଏକ ଅଦା । ଏହାକୁ ମଧ୍ୟ ଆପଣ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ପୋଦିନା ପତ୍ର, ଯାହାକି ଆମ ପେଟ ପାଇଁ ରାମବାଣ ସଦୃଶ କାମ କରିଥାଏ ।

ପ୍ରଥମେ ଆପଣ ଏକ କାଚ ଗ୍ଳାସ ନିଅନ୍ତୁ ଓ ସେଥିରେ କାଟି ରଖିଥିବା ଲେମ୍ବୁରୁ ଦୁଇରୁ ତିନୋଟି ଖଣ୍ଡ ପକାନ୍ତୁ । ଏବେ ସେଥିରେ ଦୁଇ ଖଣ୍ଡ କଟା ଅଦା ପକାଇ ଦିଅନ୍ତୁ । ଏହାପରେ ଏଥିରେ ୫-୧୦ଟି ପୋଦିନା ପତ୍ର ପକାଇ ଦିଅନ୍ତୁ । ଗୋଟିଏ ଗ୍ଳାସ ପାଇଁ ଆପଣ ଏତିକି ପରିମାଣରେ ସାମଗ୍ରୀ ନିଅନ୍ତୁ ।

ଆପଣ ଚାହିଁଲେ ଏକ କାଚ ଗ୍ଳାସରେ ଏହାକୁ ଅଧିକ ବନେଇ ଦିନସାରା ରଖିପାରିବେ ଓ ସେବନ କରିପାରିବେ । ଏବେ ଆପଣ କାଚ ଗ୍ଳାସରେ ପାଣି ଢାଳି ଏହାକୁ ଭର୍ତ୍ତି କରି ଦିଅନ୍ତୁ । ସକାଳୁ ଏହି ଡ୍ରିଙ୍କକୁ ବନାନ୍ତୁ ଓ ୪-୫ ଘଣ୍ଟା ଯାଏଁ ଏହାକୁ ସେମିତି ଢାଙ୍କିକି ରଖିଦିଅନ୍ତୁ । ଏହାପରେ ସମସ୍ତ ସାମଗ୍ରୀର ପୋଷକତ୍ଵତ୍ତ୍ଵ ପାଣିକୁ ଆସିଯିବ ।

ଏହାକୁ ରାତିରୁ ବନେଇ ସକାଳେ ପିଇବେ ନାହିଁ ବରଂ କେବଳ ୪-୫ ଘଣ୍ଟା ରଖି ପିଇବେ । ନଚେତ ଏଥିରୁ କୌଣସି ଫାଇଦା ମିଳିବ ନାହିଁ । ଏହାକୁ କେବଳ ଦିନ ସମୟରେ ଅଳ୍ପ ଅଳ୍ପ କରି ପିଅନ୍ତୁ, ରାତିରେ ପିଇବେ ନାହିଁ ।

ଏହିପରି ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ସମସ୍ତ ଆବର୍ଜନା ପାଣି ଭଳି ବାହାରକୁ ବାହାରିଯିବ । ପେଟ ଠିକ ହେବା ସହ ଆପଣା ସତେଜ ଅନୁଭବ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।