ଏଠି ନୂଆ ବୋହୂକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବାକୁ ପଡିଥାଏ ବିନା କପଡାରେ, ଜାଣନ୍ତୁ କାହିଁକି

ଆମକୁ ସମାଜରେ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ପରମ୍ପରା ପାଳନ କରିବାକୁ ପଡିଥାଏ । ଏହି ପରମ୍ପରା ଆମକୁ ପରସ୍ପର ସହିତ ସମଜାରେ ଯୋଡି ରଖିଥାଏ । ପ୍ରାୟତଃ ଦେଖା ଯାଇଛି କି କେତେକ ଜାଗାରେ କିଛି ଖାସ ପରମ୍ପରାକୁ ଲୋକମାନେ ବହୁତ ମାନିଥାନ୍ତି । ଆଜି ଆମେ ଆପଣଙ୍କୁ ଭାରତର ଏକ ବହୁତ ଅଜବ ଗଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଭାରତ ବର୍ଷରେ ଏକ ଏମିତି ସ୍ଥାନ ଅଛି ଯେଉଁଠି ବାହାଘର ପରେ ନୂଆ ବୋହୁ ୫ ଦିନ ପର୍ଯ୍ୟନ୍ତ ବିନା କପଡାରେ ରହିଥାଏ । ଶୁଣିବାକୁ ଏହା ବି ବହୁତ ଅଜବ ଲାଗିଥାଏ କିନ୍ତୁ ଏହା ପୂରାପୂରି ସତ ଅଟେ । ଏମିତି ଗୋଟିଏ ଜାଗା ଅଛି ଯେଉଁଠି ଏହି ପରମ୍ପରା ପାଳନ କରାଯାଏ । ଯେଉଁ ମହିଳାର ବିବାହ ହୋଇଥାଏ ତାହାକୁ ପାଖାପାଖି ୫ ଦିନ ପର୍ଯ୍ୟନ୍ତ ଏମିତି ହିଁ ରହିବାକୁ ପଡିଥାଏ ଓ ବହୁତ ବର୍ଷ ହେବ ଏହି ପରମ୍ପରା ପାଳନ କରାଯାଉଛି । ୫ ଦିନ ପର୍ଯ୍ୟନ୍ତ ମହିଳାମାନେ ଗୋଟିଏ ବି କପଡା ପିନ୍ଧି ନ ଥାନ୍ତି ।

ଆମେ ଯେଉଁ ଗ୍ରାମ ବିଷୟରେ କଥା ହେଉଛୁ ତାହା ହିମାଚଳପ୍ରଦେଶର ମଣିକର୍ଣ ଘାଟୀର ପୀଣୀ ଗ୍ରାମ ଅଟେ । ଏହି ଗ୍ରାମର ଏହି ପରମ୍ପରାକୁ ସମସ୍ତେ ମାନନ୍ତି । ବାହାଘର ପରେ ଝିଅକୁ ପାଞ୍ଚ ଦିନ ପର୍ଯ୍ୟନ୍ତ କପଡା ପିନ୍ଧିବାକୁ ଦିଅଯାଏ ନାହିଁ । ଏହା ସହିତ ତାକୁ ତାହାର ସ୍ଵାମୀ ଠାରୁ ବି ଅଲଗା ରଖାଯାଏ, ପାଞ୍ଚ ଦିନ ପର୍ଯ୍ୟନ୍ତ କନ୍ୟା ସମସ୍ତଙ୍କର ନଜରରୁ ଦୂରରେ ରହିଥାଏ ।

ଯାହା ଦ୍ଵାରା ତାହା ଉପରେ କାହାର ଖରାପ ନଜର ଯେମିତି ନ ପଡିଯାଏ । କୁହାଯାଏ କି ଏହି ପରମ୍ପରାର ବହୁତ ମହତ୍ଵ ଅଛି । ଏହିଭଳି କରିବା ଦ୍ଵାରା ଜୀବନରେ କେବେ ବି ସମସ୍ୟା ଆସି ନ ଥାଏ ଓ ଖୁସି ଖୁସି ଜୀବନ ବ୍ୟତିତ ହୋଇଥାଏ ।

କହିବାକୁ ଗଲେ ଏହି ପରମ୍ପରା ଏହି ଗ୍ରାମରେ ବହୁତ ବର୍ଷ ହେବ ଚାଲି ଆସୁଛି ଓ ଏଠିକାର ଲୋକମାନଙ୍କର ମାନିବା ଅଟେ କି ଯଦି କୌଣସି ବ୍ୟକ୍ତି ଏହି ପରମ୍ପରା ପାଳନ କରେ ନାହିଁ ତେବେ ଏହା ତାହା ପାଇଁ ଅଶୁଭ ହୋଇଥାଏ ଓ ତାକୁ ଜୀବନରେ ବହୁତ କଷ୍ଟର ସାମ୍ନା କରିବାକୁ ପଡିଥାଏ ।

ଏଠିକାର ଲୋକମାନଙ୍କ ମଧ୍ୟରେ ଏହି କଥାର ଏତେ ଡର ଅଛି କି ଯଦି କେହି ଏହି ପ୍ରକ୍ରିୟାର ଅଂଶ ନ ହୁଅନ୍ତି ତେବେ ଲୋକମାନେ ତାଙ୍କୁ ନିଜ ଜାତିରୁ ବାହାର କରି ଦିଅନ୍ତି । ତାହା ସହିତ କୌଣସି ପ୍ରକାରର ସମ୍ପର୍କ ରଖାଯାଏ ନାହିଁ । ଅନ୍ୟ ପଟେ ଏଥିରେ ଭଗବାନ ଖୁସି ହେବେ ବୋଲି ଭାବି ଲୋକମାନେ ଏହାକୁ ଖୁସି ଖୁସି ଏହି ପରମ୍ପରାକୁ ସମ୍ମାନ ଦିଅନ୍ତି ।