Jyotish Shastra- ନୂଆ ବର୍ଷ 2022 ରେ ଏହି 8 ଟି ରାଶିଙ୍କୁ ମିଳିବ ନିଜର ସଚ୍ଚା ପ୍ରେମ, ହେବ ପ୍ରେମ ବିବାହ, ଦେଖନ୍ତୁ ଏହା ଆପଣଙ୍କ ରାଶି ବି ହୋଇପାରେ !

ନୂଆ ବର୍ଷ ଆମ ସମସ୍ତଙ୍କ ପାଇଁ କିଛି ନା କିଛି ନୂଆ ଖୁସି ଖବର ନିଶ୍ଚିତ ରୂପରେ ନେଇ ଆସେ । ନୂଆ ବର୍ଷର ଆରମ୍ଭରୁ ହିଁ କିଏ ନିଜର କ୍ୟାରିୟରକୁ ନେଇ ତ କିଏ ନିଜର ବିବାହକୁ ନେଇ ତ କିଏ ନିଜର ଅସଲ ପ୍ରେମକୁ ନେଇ ଉତ୍ସାହରେ ଥାଏ । ଆଜି ଆମେ ଆପଣଙ୍କୁ ସେହି ୮ ଟି ରାଶି ବିଷୟରେ କହିବୁ ଯିଏକି ୨୦୨୨ରେ ନିଜର ଅସଲ ପ୍ରେମ ପାଇବେ । ଯେଉଁମାନେ ଭଲ ପାଉଛନ୍ତି ସେମାନଙ୍କର ବିବାହ ହୋଇଯିବ ।

ବିଚ୍ଛା ରାଶି- ବିଚ୍ଛା ରାଶିମାନଙ୍କ ପାଇଁ ବର୍ଷ ୨୦୨୨ ବହୁତ ହିଁ ଶୁଭ ରହିବ । ଆପଣ ଯଦି ମନେ ମନେ କାହାକୁ ପସନ୍ଦ କରୁଛନ୍ତି ତେବେ ଏହି ସମୟ ଆପଣ ଘରେ ନିଜର ସାଥି ବିଷୟରେ କହି ପାରିବେ । କାରଣ ଏହା ଆପଣଙ୍କ ଜୀବନର ଶୁଭ ସମୟ ଅଟେ । ପ୍ରେମ ମାମଲାରେ ୨୦୨୨ ବିଚ୍ଛା ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ।

ମିଥୁନ ରାଶି- ନୂଆ ବର୍ଷ ଏହି ରାଶିମାନଙ୍କ ଜୀବନରେ ନୂତନ ଉତ୍ସାହ ନେଇ ଆସିବ । ଏହି ରାଶିର ଲୋକମାନଙ୍କୁ ନିଜର ଭଲ ପାଇବା ମିଳିବ । ଯେଉଁମାନେ ଏକୁଟିଆ ଅଛନ୍ତି ସେମାନଙ୍କୁ ତାଙ୍କର ପାର୍ଟନର ମିଳିପାରେ ।

ମେଷ ରାଶି- ବର୍ଷର ଆରମ୍ଭ ଆପଣଙ୍କ ଅଳ୍ପ କଷ୍ଟଦାୟକ ହୋଇପାରେ । କିନ୍ତୁ ଧୀରେ ଧୀରେ ସବୁ ଠିକ ହୋଇଯିବ । ମେଷ ରାଶିର ଯେଉଁ ବ୍ୟକ୍ତିଙ୍କୁ ନିଜର ଅସଲ ପ୍ରେମ ମିଳି ନାହିଁ ଏହି ବର୍ଷ ଆପଣଙ୍କର ଏହି ସ୍ଵପ୍ନ ପୁରା ହୋଇପାରେ ।

ବୃଷ ରାଶି- ପ୍ରେମ ମାମଲାରେ ଏହି ବର୍ଷ ଆପଣଙ୍କ ପାଇଁ ବହୁତ ହିଁ ଶୁଭଦାୟକ ରହିବ । ଏହି ବର୍ଷ ଆପଣଙ୍କୁ ଆପଣଙ୍କର ସାଥି ମିଳିପାରେ । ଆପଣ ଯଦି ପ୍ରେମ ବିବାହ କରିବା ପାଇଁ ଇଚ୍ଛା କରୁଛନ୍ତି ତେବେ କରି ପାରିବେ । କାରଣ ଏହି ବର୍ଷ ଆପଣଙ୍କ ଜୀବନରେ କିଛି ବି ବାଧା ଆସି ନ ପାରେ ।

ସିଂହ ରାଶି- ସିଂହ ରାଶିର ଲୋକମାନଙ୍କ ପାଇଁ ରିଲେଶନସିପ ୨୦୨୨ ମସିହା ବହୁତ ହିଁ ଖୁସି ଦାୟକ ରହିବ । ଏହି ବର୍ଷ ଆପଣଙ୍କୁ ଜୀବନସାଥି ମିଳିଯିବ । ଏହି ବର୍ଷ ଆପଣଙ୍କ ବିବାହ ବି ହୋଇପାରେ । ବର୍ଷର ଆରମ୍ଭରୁ ହିଁ ଆପଣ ଖୁସିରେ ରହିବେ । ଆପଣଙ୍କୁ କିଛି ନୂତନ ପ୍ରସ୍ତାବ ବି ମିଳିପାରେ ।

କନ୍ୟା ରାଶି- ଏହି ବର୍ଷ ଆପଣଙ୍କ ପାଇଁ ବହୁତ ରୋମାଣ୍ଟିକ ରହିବ । ଏହି ବର୍ଷ ଆପଣଙ୍କ ପାଇଁ ଖୁସି ନେଇ ଆସିବ । ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ବି ଅଟେ । ଯେଉଁ ବ୍ୟକ୍ତିମାନେ ପ୍ରେମ ଆଶାରେ ଅଛନ୍ତି ତାଙ୍କୁ ପ୍ରେମ ମିଳିପାରେ ।

ତୁଳା ରାଶି- ଏହି ବର୍ଷ ଆପଣଙ୍କ ଜାତକରେ ପ୍ରେମ ବିବାହ ଅଛି । ଆପଣଙ୍କ ପାଇଁ ଏହା ଉଚିତ ସମୟ ଅଟେ କାହାକୁ ନିଜର ଭଲ ପାଇବା ବିଷୟରେ କହିବା ପାଇଁ । ଆପଣଙ୍କୁ ବର୍ତ୍ତମାନ ପରିବାର ତରଫରୁ ବି ସହଯୋଗ ମିଳିବ ।

କୁମ୍ଭ ରାଶି- ବର୍ଷ ୨୦୨୨ରେ କୁମ୍ଭ ରାଶିଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଏହି ବର୍ଷ ଆପଣ ନିଜର ପାର୍ଟନର ସହ ବୁଲିବାକୁ ଯାଇ ପାରନ୍ତି । ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ଅଟେ ।