ଭାରତରେ Nokia ଲଞ୍ଚ କଲା ସବୁଠୁ ଶସ୍ତା ଓ ସାନଦାର Smartphone, ଦେଖନ୍ତୁ ଏଥିରେ କଣ ରହିଛି ଖାସ ଫିଚର

ମୋବାଇଲ ଫୋନର ଆରମ୍ଭ ସମୟରେ ନିଜ ସ୍ମାର୍ଟଫୋନ ବଜାରକୁ ଛାଡି ଟପ୍ ରେ ରହିଥିବା କମ୍ପାନୀ ନୋକିଆ ଏବେ ଭାରତରେ ସବୁଠୁ ଶସ୍ତା ଏବଂ ଶାନଦାର ସ୍ମାର୍ଟଫୋନ ଲଞ୍ଚ କରିଛି । ନୋକିଆ C ସିରିଜର ସବୁଠୁ ଶସ୍ତା ସ୍ମାର୍ଟଫୋନ Nokia C01 Plus ଏବେ ଭାରତରେ ମଧ୍ୟ ଉପଲବ୍ଧ ଅଛି । ଏହି ସ୍ମାର୍ଟଫୋନ ଦେଶରେ ବିକ୍ରି କରାଯିବା ନେଇ ଏବେ କମ୍ପାନୀ ଘୋଷଣା କରିଛି । ନୋକିଆ C01 ପ୍ଲସର ମୂଲ୍ୟ ୫୩୯୯/- ଟଙ୍କା ରଖାଯାଇଛି । ଏହାସହ କିଛି ଅଫର ମଧ୍ୟ ଦିଆଯାଉଛି ।

ଏହି ଫୋନରେ ୫.୪୫ ଇଞ୍ଚର HD ପ୍ଲସ ଡିସପ୍ଲେ ରହିଛି ଓ ଏହା ଆଣ୍ଡ୍ରୋଏଡ ୧୧ ସଫ୍ଟୱେୟାରରେ ଚାଲିବ । ଦୁଇ ବର୍ଷ ପର୍ଯ୍ୟନ୍ତ ଏଥିରେ ଲଗାତାର ସିକ୍ଯୁରିଟି ଅପଡେଟ ମିଳିବ ଓ ଏହା ମଜବୁତ ମଧ୍ୟ ଅଟେ । ଯେଉଁମାନେ ଆଗକୁ ନୂଆ କରି ସ୍ମାର୍ଟଫୋନ ନେବାକୁ ଇଚ୍ଛା କରୁଛନ୍ତି ସେମାନଙ୍କୁ ଦୃଷ୍ଟିରେ ରଖି ନୋକିଆ ଏହି ସ୍ମାର୍ଟଫୋନ ଲଞ୍ଚ କରିଛି । ସେଥିପାଇଁ କମ୍ପାନୀ ରିଲାଇନ୍ସ ରିଟେଲ ସହ ପାର୍ଟନରସିପ ମଧ୍ୟ କରିଛି । ନୋକିଆ ମୁତାବକ ଜିଓ ୟୁଜର୍ସଙ୍କୁ ୧୦ ପ୍ରତିଶତ ଇଣ୍ଟରେଷ୍ଟ ପ୍ରାଇଜ ସପୋର୍ଟ ମିଳିବ ।

ନୋକିଆ ଫୋନ ତିଆରି କରୁଥିବା କମ୍ପାନୀ HMT ର ଭାଇସ ପ୍ରେସିଡେଣ୍ଟ କହିଛନ୍ତି ନୋକିଆ C ସିରିଜ ଲୋକଙ୍କ ସକ୍ଷମତା ଅନୁସାରେ ବଜାରକୁ ଏହି ଫୋନ ଛାଡିଛି । ଏହି ଫୋନରେ ୫ ମେଗା ପିକ୍ସେଲର HDR ସପୋର୍ଟ ରିୟର କ୍ୟାମେରା ମଧ୍ୟ ରହିଛି ଓ ସେଲଫି ପାଇଁ ଏଥିରେ ୨ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ଓ ଫ୍ଲାଶ ମଧ୍ୟ ରହିଛି । ନୋକିଆ C01 ପ୍ଲସ ଫୋନରେ ୩୦୦୦mH ର ବ୍ଯାଟେରୀ ଦିଆଯିବା ସହ ଏହା ଫୁଲ ଚାର୍ଜ ହେଲେ ପୁରା ଦିନ ଚାଲିବ ବୋଲି କମ୍ପାନୀ ଦାବି କରିଛି ।

ଏହି ଫୋନକୁ ନୀଳ ଏବଂ ପର୍ପଲ ଭ୍ୟାରିଆଣ୍ଟରେ ଭାରତରେ ଲଞ୍ଚ କରିଛି ନୋକିଆ । ଏହି ଫୋନରେ ୨ ଜିବି ରାମ ସହ ୧୬ ଜିବିର ଷ୍ଟୋରେଜ ରହିଛି । ଜିଓ ୟୁଜର୍ସ ଏହି ଫୋନକୁ ୫୩୯୯/- ଟଙ୍କାରେ କିଣିପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।