ମୃତ୍ୟୁକୁ ସାଙ୍ଗରେ ଧରି ଛକି ବସିଥିଲା ବନ୍ୟା, ଦେଖୁ ଦେଖୁ ବଡ ଭାଇ ସମାନାରେ ଭସାଇ ନେଇଗଲା ସାନ ଭାଇକୁ

ଚାଷଜମିରୁ କାର୍ଯ୍ୟ ସାରି ଏକାଠି ଘରକୁ ଫେରୁଥିଲେ ଦୁଇ ଭାଇ । କିନ୍ତୁ ତାଙ୍କୁ ତିଳେ ମାତ୍ର ଆଭାସ ନଥିଲା କି ଭୟଙ୍କର ଭାବେ ମୃ-ତ୍ୟୁ-କୁ ସାଙ୍ଗରେ ଧରି ଛକି ବସିଛି ବନ୍ୟା ଜଳ । ପଟେଲ ପରିବାରର ଦୁଇ ଭାଇ ଚାଷଜମିରୁ କାମ ସାରି ମନଖୁସିରେ ଘରକୁ ଫେରୁଥାନ୍ତି । ନିବୃତି ନଦୀ ଉପରେ ଥିବା ପୋଲ ଦେଇ ଦୁଇ ଭାଇ ଘରକୁ ଫେରୁଥିଲେ । ଆଉ ସେତିକି ବେଳେ ହଠାତ ବଢି ପାଣି ଆସି ସାନ ଭାଇ ସୁଧାଂଶୁ ପଟେଲଙ୍କୁ ଭସାଇ ନେଇଥିଲା । ଆଉ ଦେଖୁ ଦେଖୁ ପାଣି ଭିତରେ ଉଭାନ ହୋଇ ଯାଇଥିଲେ ସୁଧାଂଶୁ ।

ବଡ ଭାଇ ଚେଷ୍ଟା କରି ମଧ୍ୟ ପାଣି ସୁଅରୁ ସାନ ଭାଇକୁ ବଞ୍ଚାଇ ପାରିଲେ ନାହିଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଫଟକରା ଗାଁ ରେ । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାସନଙ୍କୁ ଖବର ଦେଇଥିଲେ । ଓଡ୍ରାଫ ବାହିନୀ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସୁଧାଂଶୁ ଙ୍କର କୌଣସି ସନ୍ଧାନ ପାଇ ନଥିଲେ । ତେବେ ଆଜି ଗାଁ ଲୋକେ ନିବୃତି ନଦୀର ବେଲଫଣା ନିକଟରୁ ନାବାଳକଙ୍କ ମୃ-ତ ଶ-ରୀ-ର ଭାସୁଥିବାର ଦେଖିବାକୁ ପାଇଥିଲେ ।

ପୁଇଁତଲା ପୋଲିସ ଶ-ବ ଉଦ୍ଧାର କରି ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇ ଦେଇଛି ଏବଂ ଅଧିକ ତ-ଦ-ନ୍ତ ମଧ୍ୟ ଜାରି ରଖିଛି । ତେବେ ଯୁକ୍ତ ଦୁଇରେ ପଢୁଥିବା ୧୭ ବର୍ଷୀୟ ସୁଧାଂଶୁ ଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃ-ତ-କ-ଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଗତ କାଲି ପ୍ରବଳ ବର୍ଷା ଯୋଗୁଁ ଫଟକରା ଗାଁ ନିବୃତି ବ୍ରିଜ ନିକଟରେ ଥିବା ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିଲା ।

ତେବେ ସେହି ବ୍ରିଜରେ ସୁଧାଂଶୁ ଏବଂ ତାଙ୍କ ଭାଇ ରାସ୍ତା ପରି ହେବା ବେଳେ ପାଣି ସୁଅରେ ଭାସି ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।