ନର୍ଥ କୋରିୟାର ଅଜବ ସ୍କୁଲ ନିୟମ ସବୁ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସ୍କୁଲ ସମୟ ସେହି ସମୟ ଅଟେ ଯେତେବେଳେ ପିଲାମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିଥାନ୍ତି । ଆମକୁ ସ୍କୁଲରେ ସେହି ସମସ୍ତ ଜିନିଷର ଶିକ୍ଷା ଦିଆଯାଏ ଯାହା ଆମର ଭବିଷ୍ୟତରେ ଉପଯୋଗ ହୋଇଥାଏ । ଜୀବନର ସବୁଠୁ ମହତ୍ଵପୂର୍ଣ୍ଣ ଶିକ୍ଷା ସ୍କୁଲରୁ ହିଁ ମିଳିଥାଏ । ଯେଉଁଠି ଆମେ ଏମିତି କିଛି ଶିଖିଥାଉ ଯାହା ସାରା ଜୀବନ ଆମ ସହିତ ରହିଥାଏ । ଯେଉଁଠି ବଡ କଥା ଆମେ ସେଠି ଅନୁଶାସନ ଶିଖିଥାଉ ।

କିନ୍ତୁ କହିବାକୁ ଗଲେ ସମସ୍ତ ସ୍କୁଲର ନିୟମ ଓ ଅନୁଶାସନ ଅଲଗା ଅଲଗା ହୋଇଥାଏ ଓ ସମସ୍ତ ଛାତ୍ରମାନଙ୍କୁ ଏହି ନିୟମ ଓ ଅନୁଶାସନକୁ ମାନିବା ବହୁତ ଜରୁରୀ ଅଟେ । କିନ୍ତୁ ବନ୍ଧୁମାନେ ଯେଉଁଭଳି ଭାବରେ ନର୍ଥ କୋରିୟା ଏକ ଭିନ୍ନ ଦୁନିଆରେ ଅଛି । ସେହିଭଳି ସେଠିକାର ସ୍କୁଲର ନିୟମ ବି ସବୁଠୁ ଭିନ୍ନ ଅଟେ ।  ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ନର୍ଥ କୋରିୟାର ସ୍କୁଲର ସେହି ସମସ୍ତ ନିୟମ ବିଷୟରେ କହିବୁ ।

କହିବାକୁ ଗଲେ ପ୍ରାୟତଃ ସ୍କୁଲରେ ଯେତେବେଳେ ଗୋଟିଏ ଛାତ୍ରକୁ ବାଥରୁମ ଯିବାର ଥାଏ ତେବେ ସେ ପ୍ରଥମେ ଶିକ୍ଷକଙ୍କ ଠାରୁ ଅନୁମତି ମାଗିଥାଏ । ଏହା ପରେ ହିଁ ସେ ବାଥରୁମ ଯାଇ ପାରିବ । ଏହିଭଳି ନର୍ଥ କୋରିୟାରେ ବି ହୋଇଥାଏ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ନର୍ଥ କୋରିୟାର ସ୍କୁଲରେ ଆପଣ ନିଜର କ୍ଳାସର ବାଥରୁମକୁ ହିଁ ଯାଇ ପାରିବେ ଓ ଏହି ବାଥରୁମରେ କୌଣସି ଟିସୁ ପେପର ନ ଥାଏ ।

ଆପଣଙ୍କୁ କ୍ଳାସ ରୁମରେ ଲାଗିଥିବା ଟିସୁ ପେପରକୁ ନେଇ ହିଁ ଭିତରକୁ ଯିବାକୁ ପଡିଥାଏ ଓ ଏହା ଯେତିକି ଲଜ୍ୟା ଜନକ ହୋଇଥାଏ ସେତିକି ହିଁ ଅଦ୍ଭୁତ ଅଟେ । କାରଣ ଯଦି ଛାତ୍ର ଜଣକ ଯେଉଁ ଟିସୁ ପେପର ନେଇଛି ତାହା ଯଦି ଶେଷ ହୋଇଯିବ ତେବେ ତାହା ପାଖରେ ପୁଣି ଥରେ ଟିସୁ ପେପର ମାଗିବା ପାଇଁ କୌଣସି ବି ଚାନ୍ସ ନାହିଁ । ଜଣା ନାହିଁ କି ନର୍ଥ କୋରିୟା ଏହି ରୁଲ କାହିଁକି କରିଛି । ବୋଧେ ସେ ଟିସୁ ପେପରକୁ ବର୍ବାଦ କରିବାକୁ ଚାହୁଁ ନ ଥିବ ।

ଯେମିତି କି ସବୁ ସ୍ଥାନରେ ଯେତେବେଳେ ପିଲାମାନଙ୍କୁ ବୁଝିବାରେ କୌଣସି ଅସୁବିଧା ହୋଇଥାଏ ତେବେ ସଙ୍ଗେ ସଙ୍ଗେ ସେମାନେ ସେହି ସମୟରେ ହିଁ ନିଜର ଶିକ୍ଷକକୁ ନିଜର ଅସୁବିଧା ବିଷୟରେ କହିଥାନ୍ତି କିମ୍ବା ନିଜର ଡାଉଟ ବିଷୟରେ ପ୍ରଶ୍ନ କରନ୍ତି । କିନ୍ତୁ ନର୍ଥ କୋରିୟାରେ ଏହିଭଳି ହୋଇ ନ ଥାଏ । ସେଠି କ୍ଳାସ ଶେଷ ହେବା ପରେ ହିଁ ପିଲାମାନେ ନିଜର ଶିକ୍ଷକଙ୍କୁ ନିଜର ଡାଉଟ ପଚାରି ପାରିବେ । କାରଣ ଯଦି ଏଠି କ୍ଳାସ ମଧ୍ୟରେ ଡାଉଟ ବିଷୟରେ ପ୍ରଶ୍ନ କରାଯାଏ ତେବେ ଏଠି ଏହା ବୁଝାଯାଏ କି ଏଠି ଶିକ୍ଷକର ବୁଦ୍ଧି ଉପରେ ପ୍ରଶ୍ନ କରାଯାଉଛି ।

ଯେଉଁଠି ବାକି ସ୍କୁଲର ପିଲାମାନେ କେବଳ ନିଜର କ୍ଳାସ ରୁମ ସଫା କରନ୍ତି ଅନ୍ୟ ପଟେ ନର୍ଥ କୋରିୟାର ପିଲାମାନେନ କେବଳ ନିଜର ସ୍କୁଲ ନୁହେଁ, ସ୍କୁଲ ବାହାରର, ସ୍କୁଲ ପଡିଆ ଓ ବାଥରୁମ ଇତ୍ୟାଦିର ବି ସଫା କରନ୍ତି ।

ଅନ୍ୟ ଏକ ନିୟମ ଅନୁସାରେ ଛାତ୍ରମାନେ ଯେଉଁ ଜୋତା ପିନ୍ଧି ସ୍କୁଲକୁ ଆସନ୍ତି ତାକୁ ସେମାନେ ବାହାରେ ହିଁ ରଖି ଦିଅନ୍ତି । ଏହା ପରେ ସେମାନେ ନିଜ ସହିତ ଆଣିଥିବା ଏକ ସ୍ଳିପର ପିନ୍ଧି ସ୍କୁଲ ଭିତରକୁ ପ୍ରବେଶ କରନ୍ତି ଓ ଯେଉଁ ଦିନ ସେମାନେ ସେହି ସ୍ଳିପର ଆଣି ନ ଥାନ୍ତି ସେଇ ଦିନ ସେମାନେ ପୁରା ସ୍କୁଲରେ ଖାଲି ପାଦରେ ରୁହନ୍ତି ।

ଯେଉଁଠି ସମସ୍ତ ସ୍କୁଲରେ ଗୋଟିଏ ଟାଇମ ଟେବୁଲ ଥାଏ ଓ ସମସ୍ତେ ସ୍କୁଲ ଶେଷ ହେବା ପରେ ଘରକୁ ଚାଲି ଯାଆନ୍ତି । କିନ୍ତୁ ନର୍ଥ କୋରିୟାରେ ସ୍କୁଲ ପରେ ବି ପୁଣିଥରେ ପଢାଯାଏ । ଯେଉଁଠି ତାଙ୍କୁ ରାତି ପର୍ଯ୍ୟନ୍ତ ପଢିବାକୁ ପଡିଥାଏ ।

ସବୁ ସ୍କୁଲରେ ଛାତ୍ରମାନଙ୍କୁ କିଛି ସାଧାରଣ ଦଣ୍ଡ ଦିଆଯାଏ ତ ଅନ୍ୟ ପଟେ ନର୍ଥ କୋରିୟାର ସବୁ ସ୍କୁଲ ନିଜ ହିସାବରେ ହିଁ ପିଲାମାନଙ୍କୁ ଦଣ୍ଡ ଦେବାର ନିୟମ ତିଆରି କରିଛି । ଯାହାକି ଶାରୀରିକ ଓ ମାନସିକ ରୂପରେ ବହୁତ ହିଁ କଷ୍ଟ ଦାୟକ ହୋଇଥାଏ । ଯାହାକୁ ଏକ ସାଧାରଣ ପିଲା ସହି ପାରିବ ନାହିଁ ।

ଯେମିତି କି ସବୁ ସ୍କୁଲରେ ଗରମ ଦିନରେ ଛୁଟି ମିଳିଥାଏ । କିନ୍ତୁ ନର୍ଥ କୋରିୟାରେ ମାର୍ଚ୍ଚରେ ସ୍କୁଲ ଆରମ୍ଭ ହୋଇଥାଏ । ଫେବ୍ରୁୟାରୀରେ ସ୍କୁଲ ଶେଷ ହୋଇଯାଏ । ଏହା ମଧ୍ୟରେ ପିଲାମାନଙ୍କୁ କୌଣସି ବି ଛୁଟି ମିଳି ନ ଥାଏ ଓ ସେମାନଙ୍କୁ ଗରମ ଦିନରେ ବି ପଢିବା ପାଇଁ ସ୍କୁଲ ଯିବାକୁ ପଡିଥାଏ ।

କହିବାକୁ ଗଲେ ଏହି ନିୟମ ଓ ଅନୁଶାସନ ଦୁନିଆ ଠାରୁ ଭିନ୍ନ ଅଟେ କିନ୍ତୁ ସେଠିକାର ପିଲାମାନଙ୍କୁ ବର୍ତ୍ତମାନ ଏହି ନିୟମ ଓ ଅନୁଶାସନର ଅଭ୍ୟାସ ହୋଇ ଯାଇଛି । କେବଳ ମୁଖ୍ୟ ପର୍ବ ଗୁଡିକରେ ହିଁ ପିଲାମାନଙ୍କୁ ଛୁଟି ମିଳିଥାଏ ଓ ବାକି ସବୁଦିନ ସ୍କୁଲ ଚାଲିଥାଏ । ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।