ନିର୍ଭୟା ମୃତ୍ୟୁ ପୂର୍ବରୁ ମା’ଙ୍କୁ ଲେଖିଥିଲେ ୬ଟି ଚିଠି, ଯାହା ଲେଖା ହୋଇଥିଲା ତାହା ଆଖିରେ ଲୁହ ଆଣିବା ପାଇଁ ବହୁତ ଅଟେ

ଦେଶକୁ ନୁହେଁ ପୁରା ଦୁନିଆରେ ହଲଚଲ ମଚେଇଥିବା ୧୬ ଡିସେମ୍ବର ୨୦୧୨ର ନିର୍ଭୟା ସାମୁହିକ ଦୁଷ୍କର୍ମର ଘଟଣାର ଦୋଷୀମାନଙ୍କୁ ୧ ଫେବୃୟାରୀ ୨୦୨୦ରେ ଫାସୀ ଦିଆଯିବ । ନିର୍ଭୟାର ଚାରି ଜଣ ଦୋଷୀ ମୁକେଶ, ବିନୟ, ପବନ ଓ ଅକ୍ଷୟ ବର୍ତ୍ତମାନ ଦିନରେ ବହୁତ  ହାଈସିକ୍ୟୁରିଟୀ ଜେଲରେ ବନ୍ଦ ଅଛନ୍ତି । ଗୋଟିଏ ପଟେ ମୁକେଶ ଦ୍ଵାରା ଦିଆଯାଇଥିବା ଆବେଦନ ପତ୍ରକୁ ରାଷ୍ଟ୍ରପତିଙ୍କ ଦ୍ଵାରା ଖାରଜ ହେବା ପରେ ତାହାର ସବୁ ଆଇନ ବିକଳ୍ପ ପାଖାପାଖି ଶେଷ ହୋଇ ଯାଇଛି । ଅନ୍ୟ ପଟେ ପବନ, ଅକ୍ଷୟ, ଓ ବିନୟ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ ପତ୍ର ଦେଇ ନାହାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ହସ୍ପିଟାଲରେ ଥିବା ସମୟରେ ନିର୍ଭୟା ନିଜ ମା’ଙ୍କୁ ଲେଖିଥିବା ୬ଟି ଚିଠି ବିଷୟରେ କହିବାକୁ ଯାଉଛୁ । ପ୍ରଥମ ଚିଠିରେ ସେ ଲେଖିଥିଲେ କି ସେ ପିଲାଦିନୁ ହିଁ କଣ ହେବାକୁ ଚାହୁଁଥିଲେ – ନିର୍ଭୟା ନିଜ ମା’ଙ୍କୁ ପ୍ରଥମ ଚିଠି ୧୯ ଡିସେମ୍ବର ୨୦୧୨କୁ ଲେଖିଥିଲେ । ସେ ଚିଠିରେ ନିଜ ମା’ଙ୍କୁ ନିଜର କଷ୍ଟ ବିଷୟରେ କହିବାକୁ ଚାହୁଁଥିଲେ କି ତାଙ୍କୁ ବହୁତ କଷ୍ଟ ହେଉଛି ।

ସେ ଲେଖିଥିଲେ କି ମା’ ମୋତେ ବହୁତ କଷ୍ଟ ହେଉଛି । ଏହି କଷ୍ଟକୁ ମୁଁ ସହି ପାରୁ ନାହିଁ । ମୁଁ ପିଲାଦିନୁ ହିଁ ଡାକ୍ତର ହେବାକୁ ଚାହୁଁଥିଲି, ଯାହା ଦ୍ଵାରା ମୁଁ ଲୋକମାନଙ୍କ କଷ୍ଟକୁ ଦୂର କରି ପାରିବି । କିନ୍ତୁ ମୁଁ ଜାଣି ନ ଥିଲି କି ମୋତେ ଏହି କଷ୍ଟ ସହିବାକୁ ପଡିବ । ଡାକ୍ତରମାନଙ୍କ ଔଷଧ ବି ମୋର ଏହି କଷ୍ଟକୁ କମ କରି ପାରୁ ନାହିଁ ।

ଦ୍ଵିତୀୟ ଚିଠିରେ ଲେଖିଲେ ଦେଖିବାକୁ ଚାହୁଁ ନାହିଁ ମୁଁ ନିଜର ଚେହେରା ସବୁ ଆଇନା ଭାଙ୍ଗି ଦିଅ – ନିର୍ଭୟା ମା’ଙ୍କୁ ଦ୍ଵିତୀୟ ଚିଠି ୨୧ ଡିସେମ୍ବର ୨୦୧୨ରେ ଲେଖିଥିଲେ । ମା କଷ୍ଟ କାରଣରୁ ମୁଁ ଠିକ ସେ ନିଶ୍ଵାସ ନେଇ ପାରୁ ନାହିଁ । ନିଶ୍ଵାସ ନେବା ଦ୍ଵାରା ବି କଷ୍ଟ ହେଉଛି ।

ଡାକ୍ତରମାନଙ୍କୁ ମୁଁ କହିଲି କି ମୋତେ ନିଦ ଔଷଧ ଦିଅନ୍ତୁ ନାହିଁ କାରଣ ଶୋଇବା ପରେ କେହି ମୋ ଶରୀରକୁ ଆମ୍ପୁଡି ଦେଉଛି । ମୁଁ କିଛି ବି କରି ପାରୁ ନାହିଁ । ଶୋଇବା ସମୟରେ ମୁଁ ବୁଝିପାରୁ ନାହିଁ କି ମୋ ସହିତ କଣ ହେଉଛି । ମୋ ଆଖପାଖରେ ଯେତେ ବି ଆଇନା ଅଛି ତାକୁ ଭାଙ୍ଗି ଦିଅ ।

ତୃତୀୟ ଚିଠିରେ ଲେଖିଲେ ମୋତେ ଗାଧୋଇବାର ଅଛି କାରଣ ଶରୀରରୁ ଦୋଷୀମାନଙ୍କ ଦୁର୍ଗନ୍ଧ ଆସୁଛି – ନିର୍ଭୟା ୨୨ ଡିସେମ୍ବରରେ ମା’ଙ୍କୁ ଚିଠି ଲେଖି କହିଲେ କି ସେ ଗାଧୋଇବାକୁ ଚାହୁଁଛନ୍ତି । ସେ ଲେଖିଲେ ମୋର ଶରୀରରୁ ସେହି ପଶୁମାନଙ୍କ ଦୁର୍ଗନ୍ଧ ଆସୁଛି । ଏହି କାରଣରୁ ମୋତେ ନିଜ ଶରୀର ଉପରେ ବି ଘୃଣା ଆସୁଛି । ମା ମୋତେ ଛାଡି ଯାଅ ନାହିଁ । ଏକୁଟିଆ ମୋତେ ଡର ଲାଗୁଛି ।

ଚତୁର୍ଥ ଚିଠିରେ ପଚାରିଲେ କି ବାପା କେଉଁଠି ଅଛନ୍ତି – ୨୩ ଡିସେମ୍ବରରେ ନିଜର ଚତୁର୍ଥ ଚିଠିରେ ନିର୍ଭୟା ନିଜ ମା’ଙ୍କୁ ଲେଖିଲେ କି, ବାପା କେଉଁଠି ଅଛନ୍ତି ? ସେ ମୋ ସହିତ ଦେଖା କରିବାକୁ କାହିଁକି ଆସୁ ନାହାନ୍ତି ? ବାପାଙ୍କୁ କହିବେ କି ସେ ଦୁଃଖୀ ହେବେ ନାହିଁ ।

ପଞ୍ଚମ ଚିଠିରେ ଲେଖିଲେ ସେହି ପଶୁଙ୍କୁ ଛାଡିବ ନାହିଁ – ନିର୍ଭୟା ୨୫ ଡିସେମ୍ବରରେ ନିଜ ମା’ଙ୍କୁ ପଞ୍ଚମ ଚିଠି ଲେଖିଥିଲେ । ସେଥିରେ ସେ ନିଜ ମା’ଙ୍କୁ କହିଲେ କି ସେହି ପଶୁଙ୍କୁ ଛାଡିବ ନାହିଁ । କାହାକୁ ବି କ୍ଷମା କରିବ ନାହିଁ । ସେହି ଚିଠିରେ ସେ ନିଜ ବନ୍ଧୁମାନଙ୍କ ବିଷୟରେ ବି ପଚାରିଥିଲେ ।

ଷଷ୍ଠ ଓ ଶେଷ ଚିଠି – ନିର୍ଭୟା ନିଜର ଶେଷ ଚିଠି ୨୬ ଡିସେମ୍ବର ୨୦୧୨ରେ ଲେଖିଥିଲେ କି ମା ମୁଁ ବର୍ତ୍ତମାନ ଆଉ କଷ୍ଟ ସହି ପାରୁ ନାହିଁ । ବର୍ତ୍ତମାନ ଏହାକୁ ସହି ସହି ମୁଁ ଥକି ଯାଇଛି । ମା ମୋତେ ବହୁତ କଷ୍ଟ ହେଉଛି । ଡାକ୍ତରଙ୍କୁ କହି ମୋତେ ଔଷଧ ଦେଇ ଦିଅ । ମୋତେ ଶୋଇବାର ଅଛି । ମା ମୋତେ କ୍ଷମା କରି ଦିଅ । ଏହି ଚିଠି ପରେ ନିର୍ଭୟା କୋମାକୁ ଚାଲିଗଲେ ଓ ପୁଣି ୨୯ ଡିସେମ୍ବରରେ ତାଙ୍କର ମୃତ୍ୟୁ ହୋଇଗଲା ।

କିନ୍ତୁ ନିର୍ଭୟାଙ୍କ ପିତା ମିଡିଆ ସହିତ କଥା ହୋଇ କହିଲେ କି ତାଙ୍କ ପାଖରେ କୌଣସି ପ୍ରକାରର ଚିଠି ନାହିଁ । ସେ କହିଲେ କି ନିର୍ଭୟା ଯାହା ବି ଲେଖିଥିବେ ତାହା ନିର୍ଭୟାର ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ଥିବ । ଏହା ସହିତ ସେ କହିଲେ କି ଆମେ ସେହି ସମୟରେ ବହୁତ ଦୁଃଖି ଥିଲୁ । ଆମେ ସେତେବେଳେ ହୋସ ରେ ନଥିଲୁ । ତାହା ବହୁତ ଖରାପ ଦିନ ଥିଲା । ସେ ଆଗକୁ କହିଲେ କି ଚିଠି ବିଷୟରେ ଆମକୁ ମିଡିଆ ମାଧ୍ୟମରେ ହିଁ ସୂଚନା ମିଳିଥିଲା ।