RBI ବଦଳାଇଲେ ଡେବିଟ ଓ କ୍ରେଡିଟ କାର୍ଡ ସହ ଜଡିତ ନିୟମ, ଯଦି କାର୍ଡର ବ୍ୟବହାର କରୁଛନ୍ତି ତ ନିଶ୍ଚିତ ରୂପରେ ପଢି ନିଅନ୍ତୁ ଏହି ଖବର

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI-Reserve Bank of India) ଏଟିଏମ କାର୍ଡ ସହ ଜଡିତ ନୂଆ ନିୟମ ଘୋଷଣା କରିଛନ୍ତି ଓ ଏହି ନିୟମକୁ ପାଳନ କରିବାର ଆଦେଶ ଦେଶର ବ୍ୟାଙ୍କମାନଙ୍କୁ ବି ଦେଇ ସାରିଛନ୍ତି । ନୂଆ ନିୟମ ଅନୁସାରେ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜରିଆରେ ହେଉଥିବା ଟଙ୍କାର ନେବା ଦେବାରେ ଅଳ୍ପ ଚେଞ୍ଜେସ କରାଯାଇଛି । ବର୍ତ୍ତମାନ ଏହି କାର୍ଡ ସାହାର୍ଯ୍ୟରେ ଅନ୍ତରାଷ୍ଟ୍ରୀୟ ନେବା ଦେବା କରିବା ପୂର୍ବରୁ ମଞ୍ଜୁରୀ ନେବା ବହୁତ ଜରୁରୀ ଅଟେ । ଏହି ନିୟମ ଗ୍ରାହକମାନଙ୍କ ସୁବିଧାକୁ ଧ୍ୟାନରେ ରଖି ତିଆରି କରାଯାଇଛି ।

କଣ ଅଟେ ନୂଆ ନିୟମ

ଆରବିଆଇ ର ନୂଆ ନିୟମ ଅନୁସାରେ ଦେଶର ସବୁ ବ୍ୟାଙ୍କ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜାରି କରୁଥିବା ସମୟରେ କେବଳ ଏଟିଏମ ଓ PoS ଉପରେ କେବଳ ଡୋମେସ୍ଟିକ କାର୍ଡ ବ୍ୟବହାର କରିବାର ଅନୁମତି ଦେବେ । ଅନ୍ତରାଷ୍ଟ୍ରୀୟ ନେବା ଦେବାରେ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡର ଉପଭୋକ୍ତାମାନଙ୍କୁ ଅଲଗା ପ୍ରକାରରେ ମଞ୍ଜୁରୀ ନେବାକୁ ପଡିବ ।

ଅନଲାଇନ ନେବା ଦେବା, କାର୍ଡ ନ ଥିବା ଉପରେ ନେବା ଦେବା ଓ କଣ୍ଟାକ୍ଟଲେସ ନେବାଦେବା ପାଇଁ ବି ନୂଆ ନିୟମ ତିଆରି କରାଯାଇଛି ଓ ଏହି ନିୟମ ଅନୁସାରେ ଗ୍ରାହକମାନଙ୍କୁ ନିଜ କାର୍ଡ ଉପରେ ଏହି ସବୁ ସେବା ଅଲଗା ରୂପରେ ସେଟ କରିବାକୁ ପଡିବ ।

କେବେ ଲାଗୁ ହେବ ଏହି ନିୟମ

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ସହ ଜଡିତ ଏହି ନିୟମ ୧୬ ମାର୍ଚ୍ଚ ୨୦୨୦ରୁ ଲାଗୁ ହୋଇଯିବ । ଏହି ନିୟମ ନୂଆ କାର୍ଡ ଉପରେ ଲାଗୁ ହେବ । ଅନ୍ୟ ପଟେ ଯେଉଁ ଲୋକମାନଙ୍କ ପାଖରେ ପୁରୁଣା କାର୍ଡ ଅଛି ସେମାନେ ବାଛି ପାରିବେ କି କେଉଁ ସୁବିଧାକୁ ଜାରି ରଖିବାକୁ ଚାହୁଁଛନ୍ତି ଓ କେଉଁ ସୁବିଧାକୁ ନୁହେଁ ।

ବିସ୍ତାର ରୂପରେ ଜାଣନ୍ତୁ RBI ତରଫରୁ ଜାରି କରାଯାଇଥିବା ଡେବିଟ ଓ କ୍ରେଡିଟର ନୂଆ ନିୟମ

·    ଅନ୍ତରାଷ୍ଟ୍ରୀୟ ନେବା ଦେବା, ଅନଲାଇନ ନେବା ଦେବା ଓ କଣ୍ଟାକ୍ଟଲେସ ନେବାଦେବା ପାଇଁ ଗ୍ରାହକମାନଙ୍କୁ ଆବେଦନ କରିବାକୁ ପଡିବ । ଯାହା ପରେ ହିଁ ଏହି ସୁବିଧା କାର୍ଡ ଉପରେ ଦିଆଯିବ ।

·    ନିଜର ଟ୍ରାଂଜାକ୍ସନର ଲିମିଟକୁ ଗ୍ରାହକ ସହଜରେ ୨୪ ଘଣ୍ଟା ଠାରୁ ନେଇ ସାତ ଦିନ ପର୍ଯ୍ୟନ୍ତ କେବେ ବି ଚେଞ୍ଜ କରି ପାରିବ । ଏହି ନିୟମ ଅନୁସାରେ ଗ୍ରାହକ ନିଜର ଏଟିଏମ କାର୍ଡର ଟ୍ରାଂଜାକ୍ସନ ଲିମିଟକୁ ମୋବାଇଲ ଆପ, ଇଣ୍ଟର୍ନେଟ ବ୍ୟାକିଂଗ, ଆଈଵିଆର ଓ ଏଟୀଏମ ମେସିନ ଜରିଆରେ କେବେ ବି ଚେଞ୍ଜ କରି ପାରିବେ । କହିଦେଉଛୁ କି ପୂର୍ବରୁ ଟ୍ରାଂଜାକ୍ସନ ର ଲିମିଟକୁ ଚେଞ୍ଜ କରିବା ପାଇଁ ସମୟ ଲାଗୁଥିଲା । କିନ୍ତୁ ନୂଆ ନିୟମ ଆରମ୍ଭ ହେବା ପରେ ସହଜରେ ଟ୍ରାଂଜାକ୍ସନ ର ଲିମିଟକୁ ଚେଞ୍ଜ କରାଯାଇ ପାରିବ ।

·    ଡେବିଟ କାର୍ଡ କ୍ରେଡିଟ କାର୍ଡ ଜାରି କରୁଥିବା ସମୟରେ ଗ୍ରାହକମାନଙ୍କୁ ଘରେଲୁ ଟ୍ରାଂଜାକ୍ସନର ଅନୁମତି ଦିଆଯିବ । ଅନ୍ୟ ପଟେ ଏଟିଏମ ମେସିନରୁ ଟଙ୍କା ବାହାର କରିବା ଓ ପିଓଏସ ଟ୍ରମିନଲରେ ଶପିଂଗ ପାଇଁ ବିଦେଶୀ ଟ୍ରାଂଜାକ୍ସନର ଅନୁମତି ନାହିଁ ।

·    ଆପଣ ନିଜ କାର୍ଡରେ ଘରେଲୁ ଟ୍ରାଂଜାକ୍ସନ ଚାହୁଁଛନ୍ତି ନା ଇଣ୍ଟରନ୍ୟାସନାଲ ଟ୍ରାଂଜାକ୍ସନ ଚାହୁଁଛନ୍ତି ଏହା ଆପଣ ଠିକ କରିବେ ଓ ଏହି ଦୁଇଟି ସେବା ମଧ୍ୟରେ କେଉଁ ସର୍ବିସ ଆକ୍ଟିଭେଟ କରିବାର ଅଛି କାହାକୁ ଡିଆକ୍ଟିଭେଟ ଏହା ଆପଣଙ୍କ ଉପରେ ନିର୍ଭର କରେ ।

·    ଏହି ନିୟମ ନୂଆ କାର୍ଡ ଉପରେ ଲାଗୁ ହେବ । ଅନ୍ୟ ପଟେ ପୁରୁଣା କାର୍ଡ ବାଲା ଏହା ଠିକ କରି ପାରିବେ କି ଏହା ମଧ୍ୟରେ କେଉଁ ସୁବିଧାକୁ ନେବେ ।

·    ଆରବିଆଇର ନିୟମ ଲାଗୁ ହେବା ପରେ ଆପଣ ନିଜ କାର୍ଡରେ ନିଜ ହିସାବରେ ସେବା ଆରମ୍ଭ କିମ୍ବା ବନ୍ଦ କରି ପାରିବେ ।