ଯଦି ବଦଳେଇବାକୁ ଚାହୁଁଛନ୍ତି ନିଜର ଭାଗ୍ୟ, ତେବେ ଶୀଘ୍ର ରଖନ୍ତୁ ପଲଙ୍କ ତଳେ ଏହି ଜିନିଷ

ଏହି ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କଷ୍ଟ କରି ମଧ୍ୟ ଫଳ ପ୍ରାପ୍ତି କରିପାରୁ ନାହାନ୍ତି । ଏହାକୁ ଆପଣ ଭାଗ୍ୟ ଖରାପ କହିପାରିବେ ବା ଖରାପ ସମୟ ମଧ୍ୟ କହିପାରିବେ । ଏହାର ସବୁଠୁ ବଡ କାରଣ କୁଣ୍ଡଳୀରେ ଥିବା ଦୋଷ ହୋଇପାରେ । କୁହାଯାଏ ଯଦି ବ୍ୟକ୍ତିର କୁଣ୍ଡଳୀରେ କୌଣସି ଦୋଷ ଥାଏ ତେବେ ସେହି ବ୍ୟକ୍ତିର ପୁରା ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ । ହେଲେ କୁଣ୍ଡଳୀରେ ଥିବା ଦୋଷର ଆଧାରରେ ବ୍ୟକ୍ତିର ସମସ୍ୟାର ସମାଧାନ ମଧ୍ୟ ଖୋଜା ଯାଇପାରିବ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବା ପାଇଁ ଯାଉଛୁ, ଯାହାକୁ ବ୍ୟବହାର କରିଲେ ଆପଣଙ୍କ ଜୀବନ ସୁଖରେ ଭରିଯିବ ଓ ସଫଳତା ପ୍ରାପ୍ତି ହେବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


୧. ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି ଯାହାଦ୍ୱାରା ଆପଣଙ୍କୁ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣ କଂସାର ବାସନରେ ପାଣି ଭରି ପଲଙ୍କ ତଳେ ରଖି ଦିଅନ୍ତୁ । ଏହାପରେ ନିଜ ତକିଆ ତଳେ ସୁନା ବା ଚାନ୍ଦିର ଗହଣା ରଖି ଦିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ମଙ୍ଗଳ ଦୋଷ ଦୂର ହୋଇଯିବ ।


୨. ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଦୋଷ ଅଛି ଯାହାଦ୍ୱାରା ଆପଣ ନିଜ ଜୀବନରେ କେବଳ ଅସଫଳ ହେଉଛନ୍ତି, ତେବେ ଏହି ଗୁରୁ ଦୋଷକୁ  ଦୂର କରିବା ପାଇଁ ଆପଣ ତକିଆ ତଳେ ଖଣ୍ଡ ହଳଦୀ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର କୁଣ୍ଡଳୀରେ ଥିବା ଗୁରୁ ଦୋଷ ଦୂର ହୋଇଯିବ ।


୩. ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ଅଛି, ତେବେ ଆପଣ ନିଜ ପଲଙ୍କ ତଳେ ଚାନ୍ଦିର ବାସନରେ ପାଣି ଭରି ଦିଅନ୍ତୁ ଓ ରଖି ଦିଅନ୍ତୁ । କାରଣ ଚାନ୍ଦିର ବାସନକୁ ପୂରକ କୁହାଯାଇଥାଏ । ସେଥିପାଇଁ ବାସ୍ତୁ ଅନୁସାରେ ଏହି ଉପାୟ ବହୁତ କାମର ଅଟେ ଓ ଏହାର ପ୍ରଭାବ ଆପଣଙ୍କୁ ବହୁତ ଶୀଘ୍ର ଜଣା ପଡିଯିବ ।


ତେଣୁ ଯଦି ଆପଣ କଷ୍ଟ କରି ମଧ୍ୟ ସଫଳ ହୋଇପାରୁ ନାହାନ୍ତି, ତେବେ ଏହି ସବୁ ଉପାୟକୁ ବ୍ୟବହାର କରନ୍ତୁ ଏହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବା ସହ ସଫଳତା ହାସଲ ହେବ ।