ନିର୍ଭୟାର ଦୋଷୀକୁ ବନାଗଲା ବ୍ରାଣ୍ଡ ଆମ୍ବାସାଡାର, DCW ମାଗିଲେ ନିର୍ବାଚନ ଆୟୋଗଙ୍କ ଠାରୁ ଜବାବ, ଜାଣନ୍ତୁ ପୁରା ଘଟଣା

ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ବର୍ତ୍ତମାନ ହିଁ ଏକ ହୋଡିଙ୍ଗ ଲଗା ଯାଇଥିଲା । ଏହି ହୋଡିଙ୍ଗରେ ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଭୟା କାଣ୍ଡର ଦୋଷୀକୁ ବ୍ରାଣ୍ଡ ଆମ୍ବାସାଡାର ରୂପରେ ଦେଖାଇଛନ୍ତି । ପଞ୍ଜାବ ନିର୍ବାଚନ ଆୟୋଗ ତରଫରୁ ହୋଇଥିବା ଏହି ଭୁଲକୁ ନେଇ ନିର୍ଭୟାର ମା ସୋମବାର ଦିନ ଦିଲ୍ଲୀ ମହିଳା ଆୟୋଗଙ୍କ ନିକଟରେ କେସ ଦାୟର କରିଛନ୍ତି । ଯାହା ପରେ ଦିଲ୍ଲୀ ମହିଳା ଆୟୋଗ ଏହି ମାମଲା ଉପରେ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଓ ଏହା ବିଷୟରେ ରିପୋର୍ଟ ବି ମାଗିଛନ୍ତି ।

ସୋସିୟାଲ ମିଡିୟାରେ ହେଲା ଭାଇରାଲ

ନିର୍ଭୟା କାଣ୍ଡର ଦୋଷୀମାନଙ୍କର ଫଟୋ ହୋଡିଙ୍ଗରେ ଲଗାଇବାର ଖବର ବର୍ତ୍ତମାନ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଦିଲ୍ଲୀ ମହିଳା ଆୟୋଗ ତରଫରୁ ନିର୍ବାଚନ ଆୟୋଗକୁ ନୋଟିସ ପଠାଇ ଯାଇଛି । ସେହି ନୋଟିସରେ ଦିଲ୍ଲୀ ମହିଳା ଆୟୋଗ ନିର୍ବାଚନ ଆୟୋଗରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଜବାବ ଦେବା ପାଇଆନ କହିଛନ୍ତି ।

ଦିଲ୍ଲୀ ମହିଳା ଆୟୋଗର ଅଧକ୍ଷ ସ୍ଵାତି ଜୟହିନ୍ଦ ଏହି ମାମଲାରେ ମିଡିୟାରେ କଥାବାର୍ତ୍ତା କରି କହିଲେ କି ସେ ନିର୍ବାଚନ ଆୟୋଗକୁ ପଚାରିଛନ୍ତି କି ଏହି ମାମଲାରେ ଦାୟିତ୍ଵରେ କେଉଁ ଅଧିକାରୀ ଥିଲେ ? ସେହି ଅଧିକାରୀ ବିରୁଦ୍ଧରେ କଣ କାର୍ଯ୍ୟକାରୀ କରାଯାଇଛି ?

ଜାଗରୁକତା ଅଭିୟାନ ପୋଷ୍ଟର ଲଗାଇଥିଲେ ଫଟୋ

ନିର୍ଭୟା କାଣ୍ଡରେ ଆରୋପିର ଫଟୋ ପଞ୍ଜାବ ନିର୍ବାଚନ ଆୟୋଗ ହୋଶିୟାରପୁର ଜିଲ୍ଲାରେ ଲାଗିଥିବା ଏକ ହୋଡିଙ୍ଗରେ ଲଗାଇ ଥିଲେ । ଏହି ହୋଡିଙ୍ଗ ନିର୍ବାଚନ ଜାଗରୁକତା ଅଭିୟାନ ପାଇଁ ଲଗା ଯାଇଥିଲା । ଏହି ହୋଡିଙ୍ଗରେ ତିନି ଜଣଙ୍କର ଫଟୋ ଲାଗିଥିଲା । ଯେଉଁଥିରେ ଜଣେ ମୁକେଶ ସିଂହ ଥିଲା ଯିଏକି ନିର୍ଭୟା ସାମୁହିକ ଦୁଷ୍କର୍ମର ଦୋଷୀ ଅଟେ । ଏହି ହୋଡିଙ୍ଗକୁ ନେଇ ବହୁତ ହଙ୍ଗାମା ବି କରାଯାଇଥିଲା ।

ଏହି ପୋସ୍ଟରକୁ ନେଇ ପଞ୍ଜାବର ଏକ ମନ୍ତ୍ରୀଙ୍କର କହିବା ଅଟେ କି ଏହି ମାମଲା ଭୁଲ ପରିଚୟର ଅଟେ । ଯାହା ତରଫରୁ ଏହି ଭୁଲ କରାଯାଇଛି ତାହା ବିରୁଦ୍ଧରେ କାର୍ଯ୍ୟକାରୀ କରାଯିବ ।

କଣ ଅଟେ ନିର୍ଭୟା କାଣ୍ଡ

ଦିଲ୍ଲୀରେ ୨୦୧୨ରେ ଏକ ଯୁବତୀ ସହିତ ସାମୁହିକ ଦୁଷ୍କର୍ମ କରାଯାଇଥିଲା । ଏହି ସାମୁହିକ ଦୁଷ୍କର୍ମକୁ ନିର୍ଭୟା କାଣ୍ଡ ନାମରେ ଜଣା ଯାଉଥିଲା । ଏହି ମାମଲାରେ ସମସ୍ତ ଆରୋପିଙ୍କ ମଧ୍ୟରେ ଜଣେ ମୁକେଶ ସିଂହ ଅଟନ୍ତି ଓ ଏହାର ଫଟୋ ହୋଡିଙ୍ଗରେ ବି ଲଗା ଯାଇଥିଲା ।

ଏହି ମାମଲାରେ ଦିଲ୍ଲୀର ମହିଳା ଆୟୋଗ ନିର୍ବାଚନ ଆୟୋଗକୁ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କଡା କଡା ରୁ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି । ଅନ୍ୟ ପଟେ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ଯର ନିର୍ବାଚନ ଆୟୋଗଙ୍କ ଠାରୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି । ଆଶା କରୁଛୁ କି ଏହି ମାମଲାରେ ଜଲ୍ଦି ହିଁ ସମଧାନ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।