ଗାଧୋଇବା ସମୟରେ ଏହି ୫ଟି ଭୁଲ ଭୁଲରେ ବି କରନ୍ତୁ ନାହିଁ ନ ହେଲେ ପସ୍ତେଇବେ ଆପଣ

ଆଜି ଆମେ କଥା ହେବା ଗାଧୋଇବାର ୫ ଟି ଭୁଲ ଉପାୟ ବିଷୟରେ ଯାହାକୁ ଲୋକ ଜଣାତରେ ବା ଅଜଣାତରେ କରିଥାନ୍ତି । ଗାଧୋଇବାର ଏହି ସବୁ ଉପାୟ ଏତେ ଖରାପ ହୋଇଥାଏ ଯାହା ବିଷୟରେ ଆପଣ ଭାବି ବି ପାରିବେନି ।

୧. ପାଦକୁ ସଫା କରିବା

ବହୁତ ଲୋକ ଗାଧୋଇବା ସମୟରେ ନିଜର ଚେହେରା ଓ ଶରୀରର ଉପର ଭାଗରେ କେବଳ ଧ୍ୟାନ ଦେଇଥାନ୍ତି ଓ ତାହାକୁ ଭଲ ଭାବେ ସଫା କରିଥାନ୍ତି । ବାକି ଅଙ୍ଗଗୁଡିକ ଉପରେ ତ ଲୋକଙ୍କର ଧ୍ୟାନ ହିଁ ଯାଇନଥାଏ ।

ଯଦି ଆପଣ ପ୍ରତିଦିନ ଗାଧୋଇବା ସମୟରେ ନିଜର ପାଦ ଓ ଗୋଡକୁ ଭଲ ଭାବେ ସଫା କରୁ ନାହାଁନ୍ତି ତେବେ କିଛି ଦିନ ପରେ ଆପଣଙ୍କ ପାଦରେ ବ୍ୟାକ୍ଟେରିଆ ସୃଷ୍ଟି ହେବ ଯାହା ଦ୍ଵାରା ବହୁତ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ । ଏଥିପାଇଁ ଗାଧୋଇବା ସମୟରେ ପ୍ରତିଦିନ ନିଜର ପାଦ ଓ ଆଙ୍ଗୁଠିକୁ ଭଲ ଭାବେ ସଫା କରନ୍ତୁ ।

୨. ୱାର୍କ ଆଉଟ ପରେ ଗାଧୋଇବା

ୱାର୍କ ଆଉଟ କରିବା ପରେ ଆମର ପୁରା ଶରୀର ଝାଳରେ ବୁଡିଯାଇଥାଏ ଓ ଏହା ପରେ ମଧ୍ୟ କିଛି ଲୋକ ଗଧାନ୍ତି ନାହିଁ । ଏହା ଶରୀର ପାଇଁ ବହୁତ ଖରାପ ଅଟେ । ୱାର୍କ ଆଉଟ ପରେ ନ ଗାଧୋଇଲେ ଝାଳ ବୋହିବା କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ଓ ଯାହା କାରଣରୁ ମୁହଁରେ ବ୍ରଣ ଆଦି ହୋଇଥାଏ । ଏହି କାରଣରୁ ୱାର୍କ ଆଉଟ କରିବା ପରେ ଆପଣଙ୍କୁ ଗାଧୋଇବା ନିହାତି ଆବଶ୍ୟକ ।

୩. କ୍ରିମ ର ବ୍ୟବହାର

କିଛି ଲୋକ ଗାଧୋଇବା ପରେ ପୁରା ଶରୀରକୁ ଶୁଖାଇ ଥାଆନ୍ତି ଓ ତା ପରେ ପୁରା ବଡିରେ କ୍ରିମ ଲଗାଇ ଥାଆନ୍ତି । ଏହା ଭୁଲ ଅଟେ । ଏମିତି କଲେ ଆପଣଙ୍କୁ କ୍ରିମ ର କୌଣସି ଫାଇଦା ମିଳିବ ନାହିଁ । ଆପଣ ଗାଧୋଇବା ପରେ ତୁରନ୍ତ କ୍ରିମ ଲଗାନ୍ତୁ ।

୪. ବହୁତ ସମୟ ଧରି ଗରମ ପାଣିରେ ଗାଧୋଇବା

ସାରା ଦିନର ଥକାପଣ ଦୂର କରିବା ପାଇଁ ଆପଣ ଯେତେବେଳେ ସନ୍ଧ୍ୟାରେ ଗରମ ପାଣିରେ ଗାଧୋଇ ଥାଆନ୍ତି ଏହା ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହା ସତ ଅଟେ କି ଗରମ ପାଣିରେ ଗାଧୋଇବା ଦ୍ଵାରା ଥକାପଣ ଦୂର ହୋଇଥାଏ କିନ୍ତୁ ଯେତେବେଳେ ଆପଣ ବହୁତ ସମୟ ଧରି ଗରମ ପାଣିରେ ଗାଧୋଇଥାନ୍ତି ତେବେ ଏହା ଦ୍ଵାରା ଶରୀରର କୋମଳତା ଶେଷ ହେବାକୁ ଲାଗେ ଓ ସ୍କିନ ଡ୍ରାଏ ହୋଇଯାଇଥାଏ ।

ଏହା ବ୍ୟତୀତ ବହୁତ ସମୟ ଧରି ଗରମ ପାଣିରେ ଗାଧୋଇବା ଦ୍ଵାରା ସ୍କିନ ଖରାପ ହେବାର ସମ୍ଭାବନା ବଢିଯାଇଥାଏ । ଏଥିପାଇଁ ଗରମ ପାଣି ବଦଳରେ ହାଲ୍କା ଗରମ ପାଣିରେ ଅଳ୍ପ ସମୟ ଗାଧୋଇବା ଉଚିତ ।

୫. ବାଳରେ ପ୍ରତିଦିନ ସାମ୍ପୋ କରିବା

ଯଦି ଆପଣ ପ୍ରତିଦିନ ବାଳରେ ସାମ୍ପୋ ଲଗାଉଛନ୍ତି ତେବେ ଆପଣଙ୍କୁ ଜଣାଥିବା ଦରକାର କି ଏହା ଦ୍ଵାରା ବାଳକୁ ବହୁତ କ୍ଷତି ପହଞ୍ଚିଥାଏ । ପ୍ରତିଦିନ ସାମ୍ପୋ କରିବା ଦ୍ଵାରା ବାଳରେ ଥିବା ନ୍ଯାଚୁରାଲ ଅଏଲ ଶେଷ ହୋଇଯାଏ । ଯାହା ଦ୍ଵାରା ବାଳର ଚମକ ଶେଷ ହୋଇଯାଏ ଓ ବାଳ ଅଧିକ ମାତ୍ରାରେ ଝଡିବାକୁ ଲାଗିଥାଏ । ଏଥିପାଇଁ ଯଦି ଆପଣ ବାଳକୁ ଭଲ ପାଉଛନ୍ତି ତେବେ ସପ୍ତାହରେ କେବଳ ଦୁଇ ଥର ଧୁଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।