ସବୁଠୁ ବିଶାଳକାୟ ଅଙ୍ଗର ଲୋକ, ଯେଉଁମାନେ ଗିନିଶ ବୁକରେ କରିଛନ୍ତି ରେକର୍ଡ, ଦେଖନ୍ତୁ

ଦୁନିଆରେ ସେମିତି ତ ସମସ୍ତେ ଏକା ଭଳି ହୋଇଥାନ୍ତି । କାହାକୁ ଅଲଗା କହିବା ବହୁତ କଷ୍ଟ ଅଟେ । କାରଣ ସମସ୍ତଙ୍କ ଶରୀରରେ ସମାନ ପ୍ରକାରର ଅଙ୍ଗ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଲୋକଙ୍କର ଅଜବ ଅଙ୍ଗ ବିଷୟରେ କହିବୁ ଯେଉଁମାନେ ଭିଡରେ ମଧ୍ୟ ଅଲଗା ନଜର ଆସିଥାନ୍ତି । ତେବେ ଚାଲନ୍ତୁ ଜାଣିବା କିଛି ଅଜବ ଲୋକଙ୍କ ବିଷୟରେ ।

୧. JULIE FELTON

୪୯ ବର୍ଷର ଜୁଲି ଫେଲଟନଙ୍କ ପାଦ ଦୁନିଆରେ ସବୁଠୁ ବଡ ଅଟେ । UK ରେ ରାହୁଥୁବା ଜୁଲି ଫେଲଟନଙ୍କ ପାଦର ଚଉଡା ୩୨.୯ cm ଅଟେ ଓ ଲମ୍ବା ୩୨.୩୩ cm ଅଟେ । ନିଜର ବିଶାଳକାୟ ପାଦ କାରଣରୁ ଜୁଲିଙ୍କ ନାମ ଗିନିସ ବୁକ ଅଫ ୱାଲ୍ଡ ରେକର୍ଡରେ ବି ସାମିଲ ଅଛି ।

୨. Shridhar Chillal

ସାଧାରଣତଃ ଲୋକ ନିଜ ନଖକୁ ମାସକୁ ମାସ କାଟି ନେଇଥାନ୍ତି କିନ୍ତୁ ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ନଖକୁ କାଟିବାକୁ ଭଲ ପାଆନ୍ତି ନାହିଁ ଓ ସେମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଭାରତରେ ରହୁଥିବା ଶ୍ରୀଧର ଚିଲ୍ଲାଲ । ୧୯୫୨ ରେ ୧୪ ବର୍ଷ ବୟସରେ ତାଙ୍କର ଟିଚର ନଖ ବଡ ହୋଇଥିବା କାରଣରୁ ତାଙ୍କର ଏକ ନଖ ଭାଙ୍ଗିଦେଇଥିଲେ । ଯାହା ପରେ ସେ ନିଜର ଅନ୍ୟ ହାତର ନଖକୁ କାଟିବା ବନ୍ଦ କରିଦେଲେ । ଆଜି ସେ ୮୨ ବର୍ଷର ଅଟନ୍ତି ଓ ନଖ ନ କାଟିବା କାରଣରୁ ତାଙ୍କ ନଖର ଲମ୍ବା ୧୬ ଇଞ୍ଚ ଅଟେ ଓ ସେ ଦୁନିଆର ସବୁଠୁ ଲମ୍ବା ନଖ ବାଲା ବ୍ୟକ୍ତି ଅଟନ୍ତି ଓ ତାଙ୍କର ନାମ ଗିନିଶ ବୁକ ଅଫ ବାଲ୍ଡ ରେକର୍ଡରେ ଅଛି ।

୩. EKATERINA LISINA

ସେ US ର ଜଣେ ମଡେଲ ଅଟନ୍ତି ଯିଏ ନିଜର ଉଚ୍ଚତା କାରଣରୁ ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ତାଙ୍କ ପାଖରେ ଦୁନିଆର ସବୁଠାରୁ ଲମ୍ବା ଗୋଡର ରେକର୍ଡ ଅଛି । ତାଙ୍କର ଗୋଡ ୧୩୨.୨ cm ଲମ୍ବା ଅଟେ । ଦୁନିଆର ସବୁଠାରୁ ଲମ୍ବା ଗୋଡ ହେବା କାରଣରୁ ସେ ବାସ୍କେଟ ବଲ ଓ ଅଲମ୍ପିକରେ ମେଡାଲ ଜିତି ସାରିଛନ୍ତି । ତାଙ୍କର ଏହି ବିଶେଷତ୍ଵ କାରଣରୁ ତାଙ୍କୁ ହଲିଉଡ ମୁବି ର ବି ଅଫର ମିଳିସାରିଛି ।

୪. NICK STOEBERL

ନିକ US ର କ୍ୟାଲିଫର୍ନିଆରେ ରୁହନ୍ତି । ଦେଖିବାକୁ ତ ସେ ଜଣେ ସାଧାରଣ ମଣିଷ ଅଟନ୍ତି କିନ୍ତୁ ନିଜ ଜିଭ କାରଣରୁ ସେ ବହୁତ ଅଲଗା ଅଟନ୍ତି । ସେ ଦୁନିଆର ସବୁଠାରୁ ଲମ୍ବା ଜିଭ ବାଲା ବ୍ୟକ୍ତି ଅଟନ୍ତି । ତାଙ୍କର ଜିଭ ୧୦.୧ cm ଲମ୍ବା ଅଟେ ଯେତେବେଳେ ଜଣେ ସାଧାରଣ ମଣିଷର ଜିଭ ୭.୯ cm ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।