ନିପା ଭାଇରସ ((nipah virus) କୁ ନେଇ ସତର୍କବାଣୀ ଜାରି କଲେ ଓଡିଶା ସରକାର

ନିପା ଭାଇରସକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ଓଡିଶା DMET । ମଣିଷରୁ ମଣିଷକୁ ଏହି ଭାଇରସ ବ୍ୟାପୁଥିବା କଥା କହିଛନ୍ତି DMET । କିନ୍ତୁ ଏହା ମହାମାରୀର ରୂପ ନେଇ ନାହିଁ । ଏହା କେବଳ ଆଉଟ ବ୍ରେକ ଅଟେ । ତେଣୁ ସଚେତନ ହେବା ଦରକାର । ଏହାକୁ ଭୌଗୋଳିକ ସ୍ଥିତି ନିୟନ୍ତ୍ରଣ କରୁଛି । କେରଳରୁ ଏହି ଭାଇରସ ବ୍ୟାପୁଛି । ଗତ କାଲି କେରଳରେ ଜଣେ ୧୨ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ବେଳେ ନିପା ଭାଇରସ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ଏହାକୁ ନେଇ କେରଳ ସରକାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ଏବଂ ନମୂନାକୁ ମଧ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି କୁ ପଠାଯାଇଛି । ୨୦୧୮ ରେ ଏହି ଅଞ୍ଚଳରେ ପ୍ରଥମେ ନିପା ଭାଇରସ ଚିହ୍ନଟ ହୋଇଥିଲା । ସେ ସମୟରେ ନିପା ଭାଇରସରେ ୧୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଭାଇରସଙ୍କ ମ୍ୟୁଟେସନ ଏକ ନିୟମିତ ପ୍ରକ୍ରିୟା । କିନ୍ତୁ ଭାରତରେ ସେମିତି କିଛି ନୂଆ ଭାଇରସ ଆସିନାହିଁ ।

ଭାରତରେ ମଧ୍ୟ ଦ୍ଵିତୀୟ ଲହର ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ନିପା ଭାଇରସ ମଧ୍ୟ କିଛି ନୂଆ ଭାଇରସ ନୁହେଁ । ଏହା କେବଳ ଆଉଟବ୍ରେକ ହୋଇଥିଲା, ମହାମାରୀର ରୂପ ନେଇନାହିଁ । ସମୟ ସମୟରେ ବିଭିନ୍ନ ଦେଶରେ ବିଭିନ୍ନ ଦେଶରେ ନୂଆ ନୂଆ ଭାଇରସ ଆଉଟବ୍ରେକ ହେଉଛି । ତେଣୁ ନିପା ଭାଇରସ ପାଇଁ ଯାହା ସବୁ ସଚେତନତା ରହିଛି ତାହା ଯଦି ଲୋକେ ପାଳନ କରିବେ, ତେବେ ଏଥିରୁ ରକ୍ଷା ପାଇପାରିବେ ।

ନିପା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶରେ ମହାମାରୀ ରୂପ ଧାରଣ କରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବ୍ୟାପୀ ଥିବାର ଦେଖିବାକୁ ମିଳିଛି । ଏହାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରିଥାଏ । ତେଣୁ ମଣିଷ ଠାରୁ ମଣିଷକୁ ଏହା ସଂକ୍ରମିତ ହେଉଥିବାରୁ ସେହି ଅନୁସାରେ ନିୟମ ପାଳନ କରିବା ଉଚିତ ହେବ । ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ନିଜକୁ ଦୂରେଇ ରଖିଲେ ଆପଣଙ୍କୁ କୌଣସି ଭୟ କରିବା ଆବଶ୍ୟକ ହେବନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।