ପୁଅ ହେବ ତ ଏମିତି ! ପରିବାର ଚଳେଇବା ପାଇଁ ସ୍କୁଲ ଡ୍ରେସ ପିନ୍ଧି ରିକ୍ସା ଟାଣୁଛି 8 ବର୍ଷର ଏହି କୁନି ପୁଅ, ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ମାତ୍ର ୮ ବର୍ଷର ବାଳକ ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ଆଉ ପଛରେ ବସିଛନ୍ତି ଦୁଇ ଜଣ ଯାତ୍ରୀ । ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଏକ ହୃ-ଦ-ୟ ବି-ଦା-ର-କ ଦୃଶ୍ୟ । ଏହି ଦୃଶ୍ୟ ସେଦିନ ଚନ୍ଦ୍ରଗିରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚକିତ କରି ଦେଇଥିଲା । ସେ ଗାଡି ଅଟକାଇ ପିଲାଟିକୁ ପଚାରିଥିଲେ । ପିଲାଟି ତା ଜୀବନ ସଂଘର୍ଷର ଯେଉଁ କାହାଣୀ କହିଥିଲା ତାହା ଆଖିରେ ଲୁହ ଆସିଯିବା ଭଳି ଥିଲା । ପିଲାଟିର ନାମ ହେଉଛି ଗୋପାଳ କୃଷ୍ଣ । ସେ ତୃତୀୟ ଶ୍ରେଣୀରେ ପାଠ ପଢେ । କିନ୍ତୁ ପରିବାର ଚଳାଇବା ପାଇଁ ସେ ଅଟୋ ରିକ୍ସା ଚଲାଉଛି ।

ପରିବାର କହିଲେ ତାଙ୍କର ବାପା ମା ଏବଂ ତିନି କୁନି କୁନି ଭାଇ ଭଉଣୀ । ଘରର ବଡ ପୁଅ ହୋଇଥିବାରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ରି-କ୍ସା ଚ-ଳା-ଉଛନ୍ତି । ଗୋପାଳ କହିଛନ୍ତି ପାଠ ପଢିବା ପରେ ସେ ତା ବାପା ମା’ଙ୍କୁ ଇ-ରିକ୍ସାରେ ନେଇ ଯାଇଥାଏ । ଘରର ବଡ ପୁଅ ହୋଇଥିବାରୁ ପରିବାରକୁ ସାହାଯ୍ୟ କରିବା ତାଙ୍କର ଦାୟିତ୍ଵ ଅଟେ ବୋଲି କହିଛନ୍ତି ଗୋପାଳ । ଚନ୍ଦ୍ରଗିରି ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଗୋପାଳଙ୍କ ଭିନ୍ନକ୍ଷମ ବାପା ପରିବା ଏବଂ ରାସନ ସାମଗ୍ରୀ ବିକ୍ରି କରନ୍ତି ।

ଗୋପଳଙ୍କ ବାପା କହିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ଦୃ-ଷ୍ଟି-ବା-ରି-ତ ଅଟନ୍ତି । ତାଙ୍କ ୪ ସନ୍ତାନ ଅଛନ୍ତି । ବଡ ପୁଅ ପାଠ ପଢା ସାରିବା ପରେ ଟଙ୍କା ରୋଜଗାର କରିବାରେ ତାଙ୍କୁ ସାହାଯ୍ୟ କରେ । ଏହାସହ ଗୋପାଳଙ୍କ ବାପା କହିଛନ୍ତି ସରକାରଙ୍କ ସହାୟତା କହିଲେ କେବଳ ତିନି ହଜାର ଟଙ୍କା ମିଳୁଛି । ଏହି ପେନସନ ବୃଦ୍ଧି କରିବାକୁ ସେମାନେ ଇଚ୍ଛା କରୁଛନ୍ତି ।

ଏହା ସହ ସରକାରଙ୍କ ତରଫରୁ ଖଣ୍ଡେ ଘର ଏବଂ ପିଲାଙ୍କ ପାଠପଢା ପାଇଁ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲି କହିଛନ୍ତି ଗୋପାଳଙ୍କ ପିତା । ଭିନ୍ନକ୍ଷମ ଦମ୍ପତ୍ତିଙ୍କ ଚାରି ଜଣଯାକ ସନ୍ତାନ ଶା-ରୀ-ରି-କ ଦୃଷ୍ଟିରୁ ସୁସ୍ଥ ଅଛନ୍ତି । ସେମାନଙ୍କ ଭଲ ଭବିଷ୍ୟତ ପାଇଁ ବାପା ମା କଠିନ ପରିଶ୍ରମ କରୁଛନ୍ତି । ଗୋପାଳକୃଷ୍ଣ ତାଙ୍କ ବାପା ମା’ଙ୍କ ସହ ଚନ୍ଦ୍ରଗିରି ହସ୍ପିଟାଲକୁ ପାରିବା ବିକ୍ରି ନିମନ୍ତେ ଯାଉଥିଲେ । ସେହି ସମୟରେ ବାଟରେ ଗୋପାଳଙ୍କୁ ପୋଲିସ ଅଟକାଇ ନାବାଳକ ହୋଇଥିବାରୁ ଗାଡି ଚଳାଇବାକୁ ମନା କରିଥିଲା ।

ହେଲେ ପରେ ଗୋପାଳକୁ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ଏହି ଛୋଟ ପୁଅଟିକୁ କଳିଯୁଗର ଶ୍ରବଣ କୁମାର କହିଲେ ଅତ୍ଯୁକ୍ତି ହେବନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।