ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କର ସବୁଠୁ ବଡ କମଜୋରି

ରାଶି ଆମ ବିଷୟର ବହୁତ କିଛି କହିଥାଏ ଯେମିତି ଆମର ଭଲ ଅଭ୍ୟାସ, ଖରାପ ଅଭ୍ୟାସ, ଆମର ସ୍ଵଭାବ ଆଦି । ଏମିତିକି ରାଶି ର ଆଧାରରେ ଆମେ ବର୍ତମାନ ଏବଂ ଭବିଷ୍ୟତକୁ ନେଇ ବହୁତ ମହତ୍ୱପୂର୍ଣ୍ଣ କଥା ମଧ୍ୟ ଜାଣି ପାରିଥାଉ । ଆଜି ଆମେ ଆପଣଙ୍କୁ କହିବୁ କି କେମିତି ଆପଣ ଆପଣଙ୍କ ରାଶି ଦ୍ଵାରା ନିଜ ଦୁର୍ବଳତା ବିଷୟରେ ଜାଣିପାରିବେ । ତେବେ ଚାଲନ୍ତୁ ଜାଣିବା ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଜଲ୍ଦୀ କ୍ରୋଧ ଆସିଥାଏ । ଏମାନେ ବହୁତ ଜିଦିଆ ଅଟନ୍ତି । ଏବଂ ଭୁଲ କରି ମଧ୍ୟ ନିଜର ଭୁଲ ବୋଲି ମାନନ୍ତି ନାହିଁ । ନିଜର ଏହି ସ୍ଵଭାବ କାରଣରୁ ଏମାନେ ସବୁବେଳେ ହଇରାଣ ହୋଇଥାନ୍ତି । ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ ।

ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ରାଗରେ ନିଜ ସୀମା ଟପି ଯାଇଥାନ୍ତି ଏବଂ ନିଜକୁ ସମସ୍ୟା ରେ ପକାଇଥାନ୍ତି । ଏମାନେ ବହୁତ ଅଳସୁଆ ହୋଇଥାନ୍ତି । ଏମାନେ ନିଜର ଭୁଲ କେବେ ମଧ୍ୟ ସ୍ବୀକାର କରନ୍ତି ନାହିଁ । ଏବଂ ନିଜକୁ ମହାନ୍ ବୋଲି ମାନେ କରନ୍ତି ।

ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ କଠୋର ହୃଦୟର ହୋଇଥାନ୍ତି । ଏମାନଙ୍କ ମାନ କିଛି ସମୟ ଭିତରେ ପରିବର୍ତ୍ତନ ହୋଇଯାଇଥାଏ । ଏମାନେ ସବୁବେଳେ ଅସମ୍ଭବ କଥା ଚିନ୍ତା କରିଥାନ୍ତି ।

ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ ଈର୍ଷା ଏବଂ ଲୋଭି ହୋଇଥାନ୍ତି । ଏମାନଙ୍କୁ ବର୍ତମାନ ଠାରୁ ଭବିଷ୍ୟତର ଚିନ୍ତା ବେଶି ରହିଥାଏ । ଯେଉଁ କାରଣରୁ ଏମାନେ ନିଜ ବର୍ତମାନ ମଧ୍ୟ ନଷ୍ଟ କରିଥାନ୍ତି ।

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ ସ୍ବାର୍ଥୀ ହୋଇଥାନ୍ତି । ନିଜ ସ୍ବାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି । ସବୁ କଥାକୁ ବଢେଇକି କହିବା ଏମାନଙ୍କର ଅଭ୍ୟାସ ଅଟେ । ଏମାନେ ଅନ୍ୟ ମାନଙ୍କ କଥା ଶୁଣନ୍ତି ନାହିଁ ।

ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ ଭାବୁକ ହୋଇଥାନ୍ତି । ଅନ୍ୟ ମାନଙ୍କ ସହିତ ନିଜର ତୁଳନା କରିବା ଏମାନଙ୍କ ଅଭ୍ୟାସ ଅଟେ । ଏମାନେ ଖୁବ ଶୀଘ୍ର ଅନ୍ୟମାନଙ୍କୁ ବିଶ୍ୱାସ କରିଥାନ୍ତି ଯାହା ଏମାନଙ୍କୁ ବହୁତ କ୍ଷତି କରାଇଥାଏ । ଏମାନେ ସବୁବେଳେ ଚିନ୍ତା କରିଥାନ୍ତି ।

ବିଛା ରାଶି:-

ଏହି ରାଶିର ବ୍ୟକ୍ତି ମାନେ କୌଣସି କଥା ଏତେ ସହଜରେ ଭୁଲନ୍ତି ନାହିଁ । ଏମାନେ ସବୁବେଳେ ପ୍ରତିଶୋଧ ନେବାକୁ ଚିନ୍ତା କରିଥାନ୍ତି । ଏମାନେ କାହାକୁ ଦୁତିୟ ସୁଯୋଗ ଦିଅନ୍ତି ନାହିଁ । ଏମାନେ ନିଜ ଜୀବନରେ ସବୁବେଳେ ପଛୁଆ ରୁହନ୍ତି ।

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ଭୁଲ କଣ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏମାନେ ବହୁତ ଯିଦିଆ ହୋଇଥାନ୍ତି । ଯାହା ଥରେ କୁହନ୍ତି ସେଇଆ କରିଥାନ୍ତି । ଏମାନଙ୍କ ନିଷ୍ପତି କେହି ମଧ୍ୟ ବାଦଳାଇପରନ୍ତି ନାହିଁ । ଏମାନେ ସବୁବେଳେ ଏକୁଟିଆ ରହିବାକୁ ଚେଷ୍ଟା କରିଥାନ୍ତି ।

ମକର ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ ଜଲ୍ଦୀ ଅନ୍ୟ ମାନଙ୍କ କଥାରେ ପଡିଯାନ୍ତି ଯାହା ପାଇଁ ଏମାନଙ୍କ ଜୀବନରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ବ୍ୟକ୍ତି ମାନେ ସବୁବେଳେ ସନ୍ଦେହ ରେ ରହିଥାନ୍ତି । ଏମାନେ କେବେ ବି ଥରକରେ କୌଣସି ନିଷ୍ପତି ନିଅନ୍ତି ନାହିଁ । ଏମାନେ ଅନ୍ୟର କଥାରେ ପଡି ନିଜର ସବୁ କିଛି ହରାଇଦିଅନ୍ତି ଏବଂ ପରେ କେବଳ ଅନୁତାପ ପାରିଥାନ୍ତି ।

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ମାବ ସବୁବେଳେ ବଦଳି ଥାଏ । ଏମାନେ ବହୁତ ଚାଲାକ ହୋଇଥାନ୍ତି । ଅନ୍ୟ ଠାରୁ ନିଜର କାମ ଆଦାୟ କରିବା ଏମାନଙ୍କୁ ବହୁତ ଭଲ ଭାବରେ ଜଣା ଥାଏ । ଯଦି ଏମାନଙ୍କର କହ ସହିତ ପଡୁନାହିଁ ତେବେ ଏମାନେ ସେହି ବ୍ୟକ୍ତି ସହିତ ସମ୍ପର୍କ କରିବାକୁ ଚାହିଁଥାନ୍ତି ।

ମୀନ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ଅସୁବିଧା ଠାରୁ ଦୂରେଇ ରହିବାକୁ ଚାହାଁନ୍ତି । କୌଣସି ପରିସ୍ଥିତି କୁ ସାମ୍ନା କରିବାର ସାହସ ଏମାନଙ୍କ ପାଖରେ ରହିନଥାଏ । ଏମାନେ ବହୁତ ମିଛ କଥା କହିଥାନ୍ତି । ଏମାନେ ବହୁତ ଥର ନିଜ ରାଗ ପାଇଁ ଅସୁବିଧାରେ ପଡିଥାନ୍ତି ।

ଏହା ଥିଲା ରାଶି ଅନୁସାରେ ଆପଣଙ୍କ ଦୁର୍ବଳତା ତେବେ ଆପଣଙ୍କ ରାଶି ର ନାମ ଆମକୁ କମ୍ମେନ୍ଟ ରେ ଲେଖି ଜାଣନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।