ଦିନେ Ranu Mondal ରାତାରାତି ହେଇ ଯାଇଥିଲେ ଷ୍ଟାର, ଆଉ ଏବେ ଲକଡାଉନରେ କାଟୁଛନ୍ତି ଏମିତି ଜୀବନ

ରାନୁ ମଣ୍ଡଳଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ରାନୁ ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଈ ରାତାରାତି ଷ୍ଟାର ହୋଇ ଯାଇଥିଲେ । ଫେମସ ହେବା ପରେ ରାନୁ ମଣ୍ଡଳଙ୍କ ଜୀବନ ପୂର୍ବଭଳି ରହିଲା ନାହିଁ । ସେ ଯାହା ବି କରିଲେ ତାହା ମିଡିଆର ଚର୍ଚାର ବିଷୟ ହୋଇଗଲା । କହିବାକୁ ଗଲେ ଗତ ବର୍ଷ କଲିକତାର ଏମିତି କୌଣସି ପୂଜା ମଣ୍ଡପ ନ ଥିଲା ଯେଉଁଠି ରାନୁ ମଣ୍ଡଳ ନିଜର ସୁପରହିଟ ଗୀତ ‘ତେରୀ ମେରୀ କହାନୀ’ ଗାଇ ନ ଥିଲେ ।

ସେହି ସମୟରେ ରାନୁ ମଣ୍ଡଳ ସୋସିଆଲ ମିଡିଆରେ ସବୁବେଳେ ଛାଇ ରହୁଥିଲେ । ଏହି ସମୟରେ ରାନୁ ମଣ୍ଡଳଙ୍କ ଲୋକପ୍ରିୟତା ଆକାଶ ଛୁଇଁ ଥିଲା । ଏହା ପରେ ନଭେମ୍ବର ୨୦୧୯ରେ ବଲୀଉଡର ସଫଳ ସଙ୍ଗୀତକାର ହିମେଶ ରେଶମିୟାଙ୍କ ସହିତ ସେ ୩ଟି ଗୀତ ରେକର୍ଡ କରିଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ କେହି ପଚାରୁ ନାହାନ୍ତି । ଗୋଟିଏ ପରେ ଗୋଟିଏ ବିବାଦରେ ଘେରି ରହିବା ପରେ ରାନୁ ମଣ୍ଡଳ ସମସ୍ତଙ୍କ ସାମ୍ନାରୁ ହଜି ଗଲେ । କହିବାକୁ ଗଲେ ଲୋକପ୍ରିୟ ହେବା ପରେ ରାନୁ ମଣ୍ଡଳ ନିଜର ପୁରୁଣା ଘର ଛାଡି ଏକ ନୂଆ ଘରକୁ ଚାଲି ଗଲେ । କିନ୍ତୁ କରୋନା ମହାମାରୀ କାରଣରୁ ଓ ଲକଡାଉନ କାରଣରୁ ଏହା କୁହାଯାଉଛି କି ସେ ନିଜର ନୂଆ ଘରକୁ ଛାଡି ନିଜର ପୁରୁଣା ସ୍ଥାନକୁ ଚାଲି ଯାଇଛନ୍ତି ।

ଖବର ଅନୁସାରେ ଏହା ବି କୁହାଯାଉଛି କି ରାନୁ ମଣ୍ଡଳଙ୍କୁ ବଲୀଉଡରେ ଅଧିକ କାମ ନ ମିଳିବାରୁ ତାଙ୍କର ଆର୍ଥିକ ଅବସ୍ଥା ବି ଖରାପ ହୋଇ ଯାଇଛି । ଏହା ପରେ ନଭେମ୍ବର ୨୦୧୯ରେ ପୁଣି ଥରେ ସେ ନିଜର ଏକ ଫ୍ୟାନ ସହ ଖରାପ ବ୍ୟବହାର କରୁଥିବାର ଦେଖା ଯାଇ ଥିଲା । କହିବାକୁ ଗଲେ ତାଙ୍କର ଜଣେ ଫ୍ୟାନ ତାଙ୍କ ସହିତ ସେଲ୍ଫି ନେବାକୁ ଚାହୁଁ ଥିଲେ କିନ୍ତୁ ରାନୁ ମଣ୍ଡଳ ରାଗି ଯାଇ ସେଲ୍ଫି ତ ଦେଲେ ନାହିଁ ଓଲଟା ତାଙ୍କ ସହିତ ଖରାପ ବ୍ୟବହାର କରିଲେ ।

ନିଜର ଏହି ବ୍ୟବହାର ପାଇଁ ତାଙ୍କୁ ତାଙ୍କର ପ୍ରଶଂସକ ଓ ଅନ୍ୟ ଲୋକମାନଙ୍କ ଆଲୋଚନାର ସାମ୍ନା କରିବାକୁ ପଡିଲା । ପୁଣି ଲକଡାଉନ କାରଣରୁ ଲୋକମାନେ ରାନୁ ମଣ୍ଡଳକୁ ଭୁଲିବାକୁ ଲାଗିଲେ । କିନ୍ତୁ କୋବିଡ – ୧୯ ଲକଡାଉନ ସମୟରେ ଏକ youtube ଭିଡିଓରେ କିଛି ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରୁଥିବାର ସେ ଦେଖାଯାଇ ଥିଲେ ।

କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ କୁହାଯାଉଛି କି ସେ ବର୍ତ୍ତମାନ ବହୁତ ଗରିବ ହୋଇ ଯାଇଛନ୍ତି ଓ ଓଲଟା ତାଙ୍କୁ ସାହାର୍ଯ୍ୟ ଦରକାର । ଏହିଭଳି ଥିଲା ରାନୁ ମଣ୍ଡଳଙ୍କ ଉଦୟ ଓ ଅସ୍ତ । ଗୋଟିଏ ସମୟରେ ସେ ମିଡିଆର ଚର୍ଚିତ ବିଷୟ ଥିଲେ କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ କେହି ପଚାରୁ ବି ନାହାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।