ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ତାହା କଣ ଅଟେ ଯାହା ଆପଣ କରି ପାରିବେ ନାହିଁ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଆପଣଙ୍କ ରାଶି ଅନୁସାରେ କହିବୁ ଯେ, ଆପଣ କେଉଁ କାର୍ଯ୍ୟ କରିବା ପାଇଁ ଅକ୍ଷମ ଅଟନ୍ତି । ବନ୍ଧୁଗଣ ପ୍ରତ୍ୟେକ ରାଶିର ଭିନ୍ନ ସ୍ଵଭାଵ ରହିଥାଏ । ଆଚାର, ବିଚାର, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ରାଶି ଅନୁସାରେ ଭିନ୍ନ ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବ ତାଙ୍କ ରାଶି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଏବଂ ବ୍ୟକ୍ତି ର ରାଶି ମାଧ୍ୟମରେ ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେଉଁ କାର୍ଯ୍ୟ ନିଜ ଜୀବନ ରେ କେବେବି କରିପାରିବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ଏହି ରାଶିର ବ୍ୟକ୍ତି ନିଜର ସ୍ୱାଧୀନତା ଉପରେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନେତୃତ୍ୱାଧୀନ ହୋଇଥାନ୍ତି । ଏମାନେ କୌଣସି ଅନ୍ୟ ବ୍ୟକ୍ତି ର ନିୟନ୍ତ୍ରଣ ରେ ରହିବା ପସନ୍ଦ କରନ୍ତି ନାହଁ । ଏମାନେ ନିୟନ୍ତ୍ରଣ ରେ ରୁହନ୍ତି ନାହିଁ କିନ୍ତୁ ଅନ୍ୟ ମାନଙ୍କୁ ନିଜ ଅଧିନ ରେ ରଖନ୍ତି ।

୨. ବୃଷ ରାଶି- ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ କୁ ନପଚାରି କରନ୍ତି ନାହିଁ ଏବଂ ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ନ ପଚାରି ନିଜ ହିସାବରେ କାର୍ଯ୍ୟ କରିଥାଏ ସେମାନଙ୍କୁ ଏହି ରାଶିର ବ୍ୟକ୍ତି ଆଦୋୖ ପସନ୍ଦ କରନ୍ତି ନାହିଁ । ଏହି ରାଶିର ବ୍ୟକ୍ତି କୌଣସି ପରିବର୍ତ୍ତନ ପସନ୍ଦ କରନ୍ତି ନାହିଁ ଏବଂ କେବେବି ନିଜ ମନ କଥା କୁହନ୍ତି ନାହିଁ ।

୩. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ଙ୍କୁ କୌଣସି କଥା ର କିଛି ବି ଫରକ ପଡିନଥାଏ । ଏହି ରାଶିର ବ୍ୟକ୍ତି ନିଜର ଆଲୋଚନା କୁ ମଧ୍ୟ ଭୁଲି ଯାଆନ୍ତି । ଏମାନେ ନିଜ ଅପେକ୍ଷା ନିଜ ଆଖପାଖ ର ବ୍ୟକ୍ତି ଙ୍କୁ ନେଇ ଅଧିକ ଗମ୍ଭୀର ରୁହନ୍ତି ।

୪. କର୍କଟ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏମାନଙ୍କ ପରିବାର ଏବଂ ବନ୍ଧୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି । ଏମାନେ ଯେଉଁ ବ୍ୟକ୍ତି ଙ୍କୁ ଭଲ ପାଆନ୍ତି ସେମାନଙ୍କ ପାଇଁ ନିଜକୁ ସମର୍ପିତ କରି ଦିଅନ୍ତି ।

୫. ସିଂହ ରାଶି- ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଅନ୍ୟ ମାନଙ୍କ ଠାରୁ ଆଗରେ ରହିବାକୁ ପସନ୍ଦ କରନ୍ତି ଏବଂ ସେ ନିଜ ମଧ୍ୟରେ ଥିବା ଅକ୍ଷମତା କୁ ସହି ପାରନ୍ତି ନାହିଁ । ଏମାନେ ଜ୍ଞାନ ପାଇବା ନିମନ୍ତେ ସର୍ବଦା ଉତ୍ସୁକ ଥାଆନ୍ତି ।

୬. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନେ ଜୀବନ ରେ ଯେତେ ସଫଳତା ହାସଲ କରିଲେ ମଧ୍ୟ କେବେବି ନିଜର ଧରାତଳ କୁ ଭୁଲି ନଥାନ୍ତି । ଯେଉଁ ବ୍ୟକ୍ତି ପାଇଁ ଏମାନେ ଜୀବନ ରେ ଅଗ୍ରସର ହୋଇଛନ୍ତି ସେମାନଙ୍କୁ ଏହି ରାଶିର ବ୍ୟକ୍ତି ସର୍ବଦା ମନେ ରଖନ୍ତି ।

୭. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ ବନ୍ଧୁ ବନାଇ ଥାଆନ୍ତି । କିନ୍ତୁ ଯେଉଁ ବନ୍ଧୁ ଏମାନଙ୍କୁ ଧୋକା ଦେଇଥାନ୍ତି, ସେମାନଙ୍କ ଠାରୁ ଏହି ରାଶିର ବ୍ୟକ୍ତି ସର୍ବଦା ଦୂରରେ ରୁହନ୍ତି ।

୮. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି ଏବଂ ଯେଉଁ ବ୍ୟକ୍ତି ଏମାନଙ୍କୁ ମିଛ କହିଥାଏ ସେମାନେ ତୁରନ୍ତ ଜାଣି ଦେଇଥାନ୍ତି ।

୯. ଧନୁ ରାଶି- ଏହି ରାଶିର ବ୍ୟକ୍ତି ନିଜ ମନରେ ଥିବା ସମସ୍ତ କଥା ମୁକ୍ତ ଭାବରେ କହିଥାନ୍ତି । ଏମାନଙ୍କ ସାମ୍ନା ରେ କିଏ ଅଛନ୍ତି ତା’ର ମଧ୍ୟ ଏମାନଙ୍କୁ କୌଣସି ଫରକ ପଡିନଥାଏ । ଏମାନଙ୍କୁ ଯେଉଁ କଥା କହିବାର ଥାଏ ଏମାନେ କିଛି ବିଚାର ନକରି ମୁକ୍ତ ଭାବରେ କହିଥାନ୍ତି

୧୦. ମକର ରାଶି- ଏହି ରାଶି ର ବ୍ୟକ୍ତି ମାନେ କୌଣସି ପରସ୍ଥିତି ର ସାମ୍ନା କରିବାକୁ ଡରି ନଥାନ୍ତି । ଏମାନଙ୍କୁ ହରାଇବା ବହୁତ କଷ୍ଟକର ହୋଇଥାଏ । ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ର ମୁକାବିଲା କରିବାକୁ ଏହି ରାଶିର ବ୍ୟକ୍ତି ପଛଘୁଞ୍ଚା ଦିଅନ୍ତି ନାହିଁ ।

୧୧. କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ମାନେ ସଫଳତା ପାଇବା ନିମନ୍ତେ କଠିନ ପରିଶ୍ରମ କରିଥାନ୍ତି । ଏମାନେ ନିଜ ଯୋଗ୍ୟତା ଉପରେ ପୂର୍ଣ ବିଶ୍ୱାସ ରଖିଥାନ୍ତି । ଏହି ରାଶିର ବ୍ୟକ୍ତି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖନ୍ତି ଏବଂ ଯେ ପର୍ଯ୍ୟନ୍ତ ସଫଳତା ହାସଲ କରନ୍ତି ନାହିଁ ସେପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ।

୧୨. ମୀନ ରାଶି- ଏହି ରାଶିର ବ୍ୟକ୍ତି ମାନେ କେବେବି ନକରାତ୍ମକତା ପରିବେଶ ରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନକରାତ୍ମକ ବାତାବରଣ ରୁ ସର୍ବଦା ଦୂରରେ ରୁହନ୍ତି ।