ବାଛନ୍ତୁ ନିଜ ପସନ୍ଦର ଗୋଟିଏ ମାସ୍କ ଓ ଜାଣନ୍ତୁ ତାଙ୍କର ଆପଣଙ୍କ ଜୀବନରେ ଆସିବାର ଉଦ୍ଦେଶ୍ୟ କଣ ? Love Quiz Game

ପ୍ରେମ ଏକ ଏପରି ଅନୁଭୂତି ଯାହା ଯାହା ଆମ ଜୀବନକୁ ଖୁବ୍ ସହଜ ଓ ସରଳ କରିଦିଏ । ଜୀବନ ରାସ୍ତାରେ ଚାଲୁଥିବା ବେଳେ ଜଣେ ସାଥିଟିଏ ତଥା ପ୍ରେମିକ/ପ୍ରେମିକା ସମସ୍ତେ ଖୋଜନ୍ତି । ଯାହାଙ୍କ ସହ ବାଟ ଚାଲୁଥିଲେ ଜୀବନରେ ଉଭୟ କଠିନ ଓ ଆନନ୍ଦ ପରିସ୍ଥିତି ସହଜରେ ଅତିବାହିତ ହୋଇଯାଏ । ତେବେ ଆପଣଙ୍କ ଜୀବନରେ ମଧ୍ୟ କଣ ଏପରି ସାଥିଟିଏ ଅଛନ୍ତି ? ତେବେ ପ୍ରଥମେ ଏହି ୪ଟି ମାସ୍କ ମଧ୍ୟରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ ତାଙ୍କର ଆପଣଙ୍କ ଜୀବନରେ ଆସିବାର ଉଦ୍ଦେଶ୍ୟ କଣ ।

ଯଦି ଆପଣ ପ୍ରଥମ ମାସ୍କ୍ ଟି ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ/ପ୍ରେମିକା ଆପଣଙ୍କୁ ମନ ପ୍ରାଣ ଦେଇ ଖୁବ୍ ପ୍ରେମ କରନ୍ତି ଓ ସବୁବେଳେ ଆପଣଙ୍କ ଆଖପାଖରେ ରହିବାକୁ ଚାହାଁନ୍ତି ।

ଉଭୟ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସେ ଖୁବ୍ ପ୍ରେମ କରନ୍ତି ଓ ସମ୍ମାନ ମଧ୍ୟ କରନ୍ତି । ଆପଣଙ୍କ ଜୀବନ ରେ ଖୁବ୍ ଖୁସି ଓ ପ୍ରେମ ଭରିଦେବାକୁ ଚାହାଁନ୍ତି ଓ ଆପଣଙ୍କୁ ସର୍ବଦା ନିଜ ପାଖେ ରଖିବା ପାଇଁ ହିଁ ଆପଣଙ୍କ ଜୀବନରେ ଆସିଛନ୍ତି ।

ଯଦି ଆପଣ ଦ୍ଵିତୀୟ ମାସ୍କ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ/ପ୍ରେମିକା ଆପଣଙ୍କୁ ନେଇ ନିଜ ଭବିଷ୍ୟତ ଦେଖୁଛନ୍ତି । ସେ ସବୁଦିନ ପାଇଁ ଆପଣଙ୍କୁ ନିଜର କରିବାକୁ ଚାହାଁନ୍ତି । ତଥା ଆପଣଙ୍କୁ ବିବାହ କରି ଘର ସଂସାର କରିବାକୁ ସ୍ବପ୍ନ ଦେଖୁଛନ୍ତି । ସେ ଆପଣଙ୍କୁ ନିଜ ହୃଦୟରେ ପ୍ରଥମ ସ୍ଥାନ ଦେଇଛନ୍ତି ଓ ସବୁଠୁ ଅଧିକ ଆପଣଙ୍କୁ ପ୍ରେମ କରନ୍ତି ଓ ସାରା ଜୀବନ ପ୍ରେମ କରିବାକୁ ଚାହାଁନ୍ତି । ସେଥିପାଇଁ ସେ ଆପଣଙ୍କ ଜୀବନରେ ଆସିଛନ୍ତି ।

ଯଦି ଆପଣ ତୃତୀୟ ମାସ୍କ ଟି ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ/ପ୍ରେମିକା ଆପଣଙ୍କୁ ଅତ୍ୟନ୍ତ ପ୍ରେମ କରନ୍ତି ଓ ଆପଣଙ୍କ ପ୍ରତି ଖୁବ୍ ଆସକ୍ତ ଅଟନ୍ତି । ସେ ଆପଣଙ୍କୁ ଛାଡି ରହି ପାରନ୍ତି ନାହିଁ । ଯାହା ବି ପରିସ୍ଥିତି ଆସୁ ପଛେ ସେ କୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କୁ ନିଜ ଜୀବନରେ ସ୍ଥାନ ଦେବାକୁ ଇଚ୍ଛା ରଖନ୍ତି । ସେଥିପାଇଁ ସେ ଆପଣଙ୍କ ଜୀବନରେ ଆସିଛନ୍ତି ।

ଯଦି ଆପଣ ଚତୁର୍ଥ ମାସ୍କଟି ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ/ପ୍ରେମିକା ଆପଣଙ୍କର ଖୁବ୍ ଆଦର ଓ ଯତ୍ନ କରନ୍ତି । ସେ ଆପଣଙ୍କୁ ସବୁଠୁ ଅଧିକ ପ୍ରେମ କରନ୍ତି ଓ ଆପଣଙ୍କ ପ୍ରେମ ଓ ତାଙ୍କ ଜୀବନରେ ଆପଣଙ୍କ ଉପସ୍ଥିତି ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଆପଣଙ୍କୁ କେବେ ପରିତ୍ୟାଗ କରିବେ ନାହିଁ ଓ ଆପଣଙ୍କ ଜୀବନରେ ଆସିବାର ତାଙ୍କର ଏହା ହିଁ ଉଦ୍ଦେଶ୍ୟ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ