ନିଜ ପଇସା ପାଇଁ ଭିକାରି ଭଳି ବାରମ୍ବାର ଆସିବାକୁ ଖରାପ ଲାଗୁଛି, Akshay Parija ଆମ ମୁହଁରେ… ଦେଖନ୍ତୁ video

ପୁଣି ଥରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅକ୍ଷୟଙ୍କ ପ୍ରଡ଼କ୍ସନ ହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପାରିଶ୍ରମିକ ଦେଉ ନଥିବା ନେଇ ସେମାନେ ଚନ୍ଦକା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ସେମାନେ ଅଭିଯୋ ଆଣିଛନ୍ତି ଯେ, ଗତ ନଭେମ୍ବର ମାସରୁ ପ୍ରଡ଼କ୍ସନ ହାଉସର କର୍ମଚାରୀ ମାନଙ୍କୁ ଅକ୍ଷୟ ପରିଜା ଦରମା ଦେଇ ନାହାନ୍ତି । ତେଣୁ କର୍ମଚାରୀ ମାନେ ଏକଜୁଟ ହୋଇ ଟଙ୍କା ମାଗିବାକୁ ଅକ୍ଷୟ ପରିଜାଙ୍କ ନିକଟକୁ ଆସିଥିବା କହିଛନ୍ତି ।

କର୍ମଚାରୀ ମାନେ ନଭେମ୍ବର, ଡିସେମ୍ବର ଓ ଜାନୁୟାରୀର ଦରମା ପାଇ ନଥିବା ବେଳେ ଟଙ୍କା ପାଇଁ ସେମାନଙ୍କୁ ବାରମ୍ବାର ଅକ୍ଷୟ ପରିଜାଙ୍କ ନିକଟକୁ ଦୌଡିବାକୁ ପଡୁଛି । ତେବେ ବାରମ୍ବାର ପ୍ରତିଶ୍ରୁତି ଦେଇ ଅକ୍ଷୟ ସେମାନଙ୍କୁ ଫେରାଇ ଦେଉଛନ୍ତି । ଅକ୍ଷୟ କହୁଛନ୍ତି ଚ୍ଯାନେଲ ଟଙ୍କା ଦେଇନି ଚ୍ଯାନେଲରୁ ପାଇଲେ ଦେବି କିନ୍ତୁ ଅନ୍ୟପଟେ ଚ୍ଯାନେଲ କହୁଛି କି ସେ ଟଙ୍କା ଦେଇଦେଇଛି । ତେଣୁ କିଏ ସତ କହୁଛି କିଏ ମିଛ କହୁଛି କର୍ମଚାରୀ ମାନେ ଦ୍ଵନ୍ଦରେ ପଡି ଯାଇଛନ୍ତି ।

ଅନେକ ଟେକନିସିଆନ, କ୍ୟାମେରାମ୍ୟାନ ଆଦି 50 ଜଣରୁ ଉର୍ଦ୍ଧ୍ଵ ଟିମ୍ ମେମ୍ବରଙ୍କୁ ନେଇ କାମ ହୋଇଥିଲା । ହେଲେ ଅକ୍ଷୟ ଏବେ ଯାଏଁ ସେମାନଙ୍କୁ ଟଙ୍କା ଦେଉନାହାନ୍ତି । ଡାଇରେକ୍ଟର ନିଜେ ଟଙ୍କା ପାଇ ନଥିବା ବେଳେ ସମସ୍ତେ ତାଙ୍କୁ କଲ୍ କରି ପେମେଣ୍ଟ ମାଗୁଛନ୍ତି । ଗତ 16 ତାରିଖ ଦିନ ଏନେଇ ଅକ୍ଷୟଙ୍କ ସହ ଆଲୋଚନା ହୋଇଥିଲା ଓ ଅକ୍ଷୟ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ ।

ହେଲେ ଯେଉଁ ତାରିଖରେ ଟଙ୍କା ଫେରାଇବେ କହିଲେ ସେହି ତାରିଖରେ ଫେରସ୍ତ ନ କରିବାରୁ ସେମାନେ ବାଧ୍ୟ ହୋଇ ଏକଜୁଟ ହୋଇଛନ୍ତି ବୋଲି ଡାଇରେକ୍ଟର କହିଛନ୍ତି । ତେବେ ସେମାନଙ୍କ ସହ ଅଭିନେତ୍ରୀ ଟ୍ଵିଙ୍କିଲ ମିଶ୍ର, ମୁଖ୍ୟ ଅଭିନେତା ଓ ଅନ୍ୟ ସହ କଳାକାରମାନେ ମଧ୍ୟ ଟଙ୍କା ପାଇନାହାନ୍ତି । ସେମାନେ ସମସ୍ତେ ଅକ୍ଷୟ ପରିଜା ପ୍ରଡ଼କ୍ସନ ହାଉସ ବାହାରେ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ପ୍ରଡ଼କ୍ସନ ହାଉସକୁ ଭିତର ପଟି ତାଲା ପକାଇ ରଖାଯାଇଛି ।

ସେମାନେ ଅନେକ ଦିନ ଧରି ଅପେକ୍ଷା କରିଛନ୍ତି ଏବଂ ଅକ୍ଷୟଙ୍କ ପକାହାକୁ ବାରମ୍ବାର ଦୌଡୁଛନ୍ତି ମଧ୍ୟ । ହେଲେ ନିଜ ଟଙ୍କା ପାଇଁ ବାରମ୍ବାର ଏଭଳି ଆସିବାକୁ ଖରାପ ଲାଗୁଛି ଏବଂ ବହୁତ କଷ୍ଟ ବି ଲାଗୁଛି ବୋଲି ସେମାନେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।