ଘଞ୍ଚ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁଙ୍କ ସହ ଏକାକୀ ରହୁଛନ୍ତି ମହିଳା, ଦୃଶ୍ୟ ଦେଖିଲେ ହୋସ୍ ଉଡିଯିବ, ଦେଖନ୍ତୁ video

ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ଘଞ୍ଚ ଜଙ୍ଗଲରେ ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ରହି ଆସୁଛନ୍ତି । ବାଘ, ଭାଲୁ ଭଳି ହିଂସ୍ରଜନ୍ତୁଙ୍କୁ ଖାତିର ନକରି ସେ ଜଙ୍ଗଲରେ ଦିନା କାଟୁଛନ୍ତି । ସେ କଣ ଖାଉଛନ୍ତି ଓ କେମିତି ରହୁଛନ୍ତି ତାହା କାହାରିକୁ ଜଣାନାହିଁ । ମହିଳାଜଣକ ଏକାକୀ ଜଙ୍ଗଲରେ ରହୁଥିବା ବେଳେ ତାଙ୍କ ଜୀବନ ପ୍ରତି ଜଙ୍ଗଲୀ ଜନ୍ତୁଙ୍କ ବିପଦ ରହିଛି । ଗ୍ରାମବାସୀ ଏନେଇ କହୁଛନ୍ତି କି, ମହିଳାଜଣକ ବାୟାଣୀ ଅଟନ୍ତି ତେଣୁ ଯୁଆଡେ ଇଚ୍ଛା ସେଆଡେ ପଳାଉଛନ୍ତି ।

ଦେବଗଡ ଜିଲ୍ଲା ରିୟାମାଳ ବ୍ଲକ ଟୁହିଲାମାଳ ଗାଁର ଅଙ୍ଗାରପୋଡା ନାଳ ନିକଟରେ ଥିବା ଅଘଞ୍ଚ ଜଙ୍ଗଲରେ ଏହି ଅପରିଚିତ ମହିଳା ରହୁଛନ୍ତି । ପ୍ରଥମେ ଏକ ଗଣମାଧ୍ୟମ ଏହି ଖବର ପାଇବା ପରେ ସେମାନେ ବିଡିଓଙ୍କୁ ଏନେଇ ଜଣାଇଥିଲେ । ତେବେ ବିଡିଓ ଦିବ୍ୟଶଙ୍କର ଜୟପୁରିଆ କହିଛନ୍ତି କି, ଏ ବିଷୟରେ ସେ ପୂର୍ବରୁ କିଛି ଜାଣି ନାହାନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ପିଆଇଓ ଙ୍କୁ ସେଠାକୁ ପଠାଇବେ ବୋଲି ବିଡିଓ କହିଛନ୍ତି

। ଆଜିକୁ ପ୍ରାୟ ତିନି ମାସ ସେହି ମହିଳାଜଣକ ଜଙ୍ଗଲରେ ରହି ଆସୁଥିବା କହୁଛନ୍ତି ସ୍ଥାନୀୟ ଲୋକେ । କାହାକୁ କେତେବେଳେ କଣ ଟିକେ ମାଗିକରି ଖାଉଛି ଯଦି ଖାଉଛି । ନହେଲେ ସେ ଖରା ବର୍ଷା ଓ ଶୀତରେ ଜଙ୍ଗଲ ଭିତରେ ପଡି ରହୁଛି । ସେଠାରେ ସେ କଣ ଖାଉଛି ପିଉଛି ତାହା ମଧ୍ୟ କେହି ଜାଣି ନାହାନ୍ତି ।

ମହିଳାଙ୍କୁ ଯାହା ବି ପଚାରିଲେ ସେ କିଛି ମୁହଁ ଖୋଲୁନି । କେବେ କେବେ କହୁଛି ମୋ ସ୍ଵାମୀକୁ ଗଛ ମାଡି ବସିଲା ଆଉ ମୋ ଛୁଆକୁ ସରକାର ନେଇଗଲେ । ହେଲେ ତାଙ୍କ ପରିଚୟ ବାବଦରେ ସେ କିଛି ବି କହୁନାହାନ୍ତି । ମହିଳାଙ୍କୁ ଦେଖିଲେ ଏହା ମଧ୍ୟ ସ୍ପଷ୍ଟ ବାରି ହେଉଛି କି ତାଙ୍କର ମାନସିକ ସ୍ଥିତି ବିଲକୁଲ ଠିକ ନାହିଁ । ତେବେ ସେ କେଉଁଠୁ ଆସିଲେ ଓ ଜଙ୍ଗଲ ଭିତରେ ଏକାକୀ କେମିତି ରହୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ହିଂସ୍ର ଜନ୍ତୁଙ୍କ ଭୟ ରହିଥିବା ବେଳେ ଜଙ୍ଗଲ ଭିତରେ ଦୀର୍ଘ ଦିନ ଧରି ଦିନ ବିତାଉଛନ୍ତି ଏହି ମହିଳାଜଣକ । ତେବେ ପ୍ରଶାସନ ତାଙ୍କୁ ସେଠାରୁ ଉଦ୍ଧାର କରି ଯାଞ୍ଚ କଲେ ତାଙ୍କ ପରିଚୟ ମିଳିପାରିବ ବୋଲି ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।