ନିଜ ମନକୁ ଖରାପ ଚିନ୍ତା ଧାରା ଠାରୁ କିପରି ଦୂରେଇ ରଖିବେ ? ମନକୁ ସବୁବେଳେ ଶାନ୍ତ ରଖିବାକୁ ଚାହାଁନ୍ତି ତ ଏହାକୁ ଥରେ ପଢନ୍ତୁ – Motivational Speech

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମନ ହିଁ ଆପଣଙ୍କର ସବୁଠୁ ବଡ ମିତ୍ର ଆଉ ମନ ହିଁ ଆପଣଙ୍କର ସବୁଠୁ ବଡ ଶତ୍ରୁ । ମନ କହିଥିବା କଥା କରିବା ଦ୍ଵାରା ଆମେ ସଠିକ କାର୍ଯ୍ୟ କରିଥାଉ । ମନକୁ ନିୟନ୍ତ୍ରଣ ରଖିବା ସବୁବେଳେ ଜରୁରୀ ଅଟେ । ଯେତେବେଳେ ତୁମେ ସମ୍ପୁର୍ଣ୍ଣ ଭାବରେ ମନ ହିସାବରେ ଚାଲ ସେତେବେଳେ ମନ ତୁମକୁ ସମ୍ପୂର୍ଣ୍ଣ ଭାବରେ ବାଟବଣା କରିଦେଇଥାଏ । ଏବଂ ଯେତେବେଳେ ତୁମେ ମନକୁ ନିୟନ୍ତ୍ରଣ କରି ନିଜ ହିସାବରେ ମନକୁ ଚଳାଅ ସେତେବେଳେ ତୁମେ ଜୀବନରେ ଯାହା ବି ଭାବ ସେଇଟା କୁ ହାସଲ କରିକି ହିଁ ରୁହ ।

ଆଉ ତାକୁ ପାଇବି ଥାଅ । ହେଲେ ବହୁତ କଷ୍ଟ ହୋଇଥାଏ ମନକୁ ତୁମେ ତୁମ ନିଜ ନିୟନ୍ତ୍ରଣ ରେ ରଖିବା । ବହୁତ କଷ୍ଟ ତାକୁ ନିଜ ହିସାବ ରେ ଚଲେଇବା ଆଉ ତାକୁ ଉପଦେଶ ଦବା । ଆଜି ଯାଏ ମନ ତୁମକୁ ଯେମିତି ଭାବରେ ଚଲେଇଛି ତୁମେ କେବଳ ସେମିତି ହିଁ ଚାଲିଛ । ହେଲେ ଏହା ଏବେ ଆମର ରୋଗ ହେଇଗଲାଣି ।

ଆଜିଯାଏ ମନ ହିସାବ ରେ ଚାଲିଚାଲି ମୁଣ୍ଡ ରେ ବିଭିନ୍ନ ପ୍ରକାର ର ଚିନ୍ତାଧାରା ସବୁ ଆସିବାକୁ ଲାଗିଲାଣି । ଏବେ ତ ଲୋକଙ୍କୁ ବହୁତ ଭାବରେ ଚିନ୍ତା ହେବାକୁ ଲାଗିଲାଣି । ଏବେ ଲୋକ ବହୁତ ସମୟ ଡିପ୍ରେସନ, ଓଭର ଥିଙ୍କିଙ୍ଗ ରେ ନିଜକୁ ଦ୍ଵନ୍ଦ ଭିତରେ ରଖୁଛନ୍ତି । ବଡ ଲୋକ ଙ୍କୁ ତ କଣ ଏବେ ତ ସ୍କୁଲ ଆଉ କଲେଜ ଯାଉଥିବା ପିଲାଙ୍କୁ ବି ଏହା ବହୁତ ହେବାକୁ ଲାଗିଲାଣି ।

ଆଜିକାଲି ପିଲାଙ୍କୁ ତ ପାଠପଢା , ସାଙ୍ଗସାଥି ,ପରିବାର , ଭବିଷ୍ୟତ , ଆଦି ସବୁ ପ୍ରକାର ଚିନ୍ତା କୁ ନେଇ ବଞ୍ଚିବାକୁ ପଡୁଛି । ଏବଂ ଏହି କାରଣ ରୁ ସମସ୍ତଙ୍କ ଜୀବନ ରେ ଆଶାନ୍ତି ଆଉ ଚିନ୍ତା ବଢ଼ିବାରେ ଲାଗିଛି । ସମସ୍ତଙ୍କ ପାଖରେ ସବୁ ଥାଇ ବି ସମସ୍ତେ କହୁଛନ୍ତି ଆମେ ଶାନ୍ତି ରେ ନାହୁଁ ବୋଲି । ଆମ ମନ ଶାନ୍ତି ନାହିଁ ବୋଲି । ଯଦି ଆପଣ ଆପଣଙ୍କର ଜୀବନରେ ଶାନ୍ତି ରେ ଆଉ ଖୁସି ରେ ରହିବାକୁ ଚାହୁଁଛନ୍ତି ତେବେ ଏହି କେତେ ଗୁଡିଏ ଜିନିଷ କରନ୍ତୁ । ଯାହାଦ୍ୱାରା ଆପଣ ଆପଣଙ୍କ ଜୀବନ ରେ ଆଉ ମନରୁ ଖୁସି ରେ ରହିବେ ।

ସର୍ବ ପ୍ରଥମେ ଆପଣ ନିଜକୁ ସ୍ୱତନ୍ତ୍ର ଭାବନ୍ତୁ । ଆପଣ କଣ ଶୁଣୁଛନ୍ତି , କଣ ଦେଖୁଛନ୍ତି , ଏବଂ ଆଉ କଣ ପଢୁଛନ୍ତି । ଆପଣଙ୍କର ମନ ଗୋଟେ ଷ୍ଟୋରେଜ ପରି ଯାହା କି ଆପଣ ଶୁଣନ୍ତି , ଦେଖନ୍ତି , ଆଉ ପଢ଼ନ୍ତି ତାହା ଆପଣଙ୍କ ମନ ରେ ପୁରା ସେଭ ହେଇକି ରହିଯାଏ । ଆପଣ ଭାବନ୍ତି ଆପଣଙ୍କୁ କଣ ଫରକ ପଡେ । ହେଲେ ଆପଣ ଜାଣିପାରନ୍ତିନି ଆପଣ ଯାହା ଦେଖନ୍ତି କି ଯାହା କରନ୍ତି ତାହା ଆପଣଙ୍କ ମନକୁ ପୁରା ଲାଗିଯାଇଥାଏ । ଏବଂ ତାକୁ ଆପଣ ମନ ରୁ ଭୁଲିନଥାନ୍ତି ।

ତାହା ତୁମ ମନକୁ ବହୁତ ଗଭୀର ପ୍ରଭାବ ପକାଇଥାଏ । ତୁମେ ସେହି ସବୁ କଥା ଭାବିଥାଅ ଯାହାକୁ ତୁମେ ଦେଖିଥାଅ ଆଉ ଶୁଣିଥାଅ । ସୋସିଆଲ ମିଡ଼ିଆ ଆପଣଙ୍କୁ ପ୍ରତିଦିନ ନୂଆ ନୂଆ ଖବର ପହଞ୍ଚାଇଥାଏ । କାଲି ରାତିରେ କିଏ ସୋଇଛି ତାହା ତୁମକୁ କହିନଥାଏ । ହେଲେ କାଲି ରାତିରେ କୋଉଠି ଚୋରି ହୋଇଛି ସେଇଟା କହିଦେଇଥାଏ । ଯୋଉଠି ବି ଯାହା ଖରାପ ହେଲା ତାହା ତୁମ ପାଖରେ ପହଂଚିଯାଏ । ତ ଏହି ସବୁ ଖରାପ ଚିନ୍ତାଧାର ଆପଣଙ୍କର ବିଶ୍ୱାସ ହୋଇଯାଇଥାଏ ।

ଆଉ ବାରମ୍ବାର ଏହି ଚିନ୍ତାଧାର ଆପଣଙ୍କର ସଂସ୍କାର ଆଉ ବିଶ୍ୱାସ ହୋଇଯାଇଥାଏ । ତେଣୁ ଏହାକୁ ନିଜ ମସ୍ତିଷ୍କ ରୁ କାଢି ଦିଅନ୍ତୁ ଓ ସବୁବେଳେ ଖୁସି ରେ ରହିବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।