ନୂଆବର୍ଷରେ ୮ଟି ରାଶିରେ ହେବ ଧନର ବର୍ଷା ତ ୪ଟି ରାଶିଙ୍କୁ ରହିବାକୁ ହେବ ସତର୍କ, ୧୦୦ ବର୍ଷ ପରେ ବନୁଛି ମହାସଂଯୋଗ

ଆମ ଜୀବନରେ ବହୁତ ବାଧା ବିଘ୍ନ ଆସିଥାଏ । କେତେବେଳେ ଭଲ ତ କେତେ ବେଳେ ଖରାପ କିନ୍ତୁ ଆମର 2020 ବର୍ଷଟି ଏତେ ଭଲରେ କଟିଲା ନାହିଁ । ବହୁତ ଲୋକ କୋରୋନା ରୋଗରେ ପ୍ରାଣ ତ୍ୟାଗ କାଲେ । କିନ୍ତୁ ୨୦୨୧ ବର୍ଷ ଆପଣଙ୍କ ପାଇଁ ଫଳ କଣ ରହିପାରେ ତାହା ଆଜି ଆପଣଙ୍କୁ ଆମେ କହିବୁ । ଏହି ବର୍ଷରେ ରାଶି ମାନଙ୍କର ପରିବର୍ତନ ଦେଖିବାକୁ ମିଳିବ । ଏହି ବର୍ଷରେ ରାଶିର କିଛି ଉଚ ନୀଚ ଦେଖିବାକୁ ମିଳିବ । ଏହି ବର୍ଷ ଗ୍ରହ ମାନଙ୍କର ସ୍ଥିତି ବଦଳିଥିବାରୁ କିଛି ଭଲ ଫଳ ଦେଇପାରେ ନହେଲ କିଛି ଖରାପ ହୋଇପାରେ । ୧୦୦ ବର୍ଷ ପରେ ମହାସଂଯୋଗ ବନୁ ଥିବାରୁ କେତେକ ରାଶିଙ୍କୁ ଏହା ଶୁଭଫଳ ଦେଖିବାକୁ ମିଳିବ ।

ମେଷ

ଏହି ବର୍ଷରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଛାତ୍ରମାନେ ପାଠପଢାରେ ବହୁତ ଭଲ କରିବେ । ତୀର୍ଥ ଯାତ୍ରା କରିପାରନ୍ତି । ଚୋରର ଭୟ ଥିବାରୁ ସାବଧାନ ଭାବରେ ଚାଲନ୍ତୁ । ବ୍ୟବସାୟୀମାନେ କର୍ତବ୍ୟ ପଥରେ ଆଗେଇ ଯିବେ । ଦାମ୍ପତ୍ୟ ଜୀବନ ସୁଖମୟରେ କଟିବ । ମା ବାପାଙ୍କ ଆଶ୍ରିବାଦ ରହିଥିବାରୁ ସବୁ କାର୍ଯ୍ୟରେ ଉନ୍ନତି କରିବେ ।

ବୃଷ

ପରିବାରେ ଅଶାନ୍ତି ଲାଗି ରହିବ । ସ୍ଵାସ୍ଥ୍ୟର ଅବନତି ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ତଥା ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଛାତ୍ର ଛାତ୍ରୀମାନେ ପଢା ପ୍ରତି ବହୁତ ଭଲ କରିବେ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ସମ୍ପୂର୍ଣ ବର୍ଷଟି ମହିଳାମାନଙ୍କ ପାଇଁ ଶୁଭ ସାବସ୍ତ୍ୟ ହେବ ।

ମିଥୁନ

ମାଲିମୋକଦମାରେ ବିଜୟୀ ହୋଇପାରନ୍ତି । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ । କର୍ମ କ୍ଷେତ୍ରରେ ପଦଉନ୍ନତି ଘଟିପାରେ । ମହିଳାମାନେ ପ୍ରଶଂସିତ ହେବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଆଗେଇ ଯିବେ ।

କର୍କଟ

ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କ୍ରମକ୍ଷେତ୍ରରେ ପ୍ରଶଂସା ହେବ । ବ୍ୟବସାୟରେ ବନ୍ଧୁତ୍ଵ ଦ୍ଵାରା ଆପଣ ବହୁତ ଲାଭ ବାନ ହେବେ । କୃଷି କାର୍ଯ୍ୟରେ ଉନ୍ନତି କରିବେ । ମହିଳା ଏବଂ ବିଦ୍ୟାର୍ଥୀ ମାନେ ଆନନ୍ଦରେ ସମୟ କାଟିବେ ।

ସିଂହ

ଗୃହ ମଧ୍ୟରେ ବିବାଦ ଲାଗିରହିବ । ବନ୍ଧୁମାନଙ୍କ ସହ କିଛି କଥାରେ ବିବାଦ ହୋଇପାରେ । କ୍ରମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇପାରନ୍ତି । ବ୍ୟବସାୟରେ କ୍ଷତି ଘଟିପାରେ । ବେକାରି ସମସ୍ୟା ଦୂର ହୋଇପାରେ । ମହିଳା ଏବଂ ଛାତ୍ର ଛାତ୍ରୀମାନେ ନିନ୍ଦିତ ହେବେ । ଏହିମାସରେ ଆପଣ ବହୁତ ସତକର୍ତା ସହ କାର୍ଯ୍ୟ କରନ୍ତୁ ।

କନ୍ୟା

ବିଦେଶ ଯାତ୍ରା ଆପଣ କରିପାରିବେ । ଅଯଥା ଶତ୍ରୁ ଭୟ ଦେଖାଦେବ । ସାବଧାନ ଭାବରେ ଚାଲନ୍ତୁ । କର୍ମକ୍ଷେତ୍ରରେ ଆପଣ ନିନ୍ଦିତ ହୋଇ ପାରନ୍ତି । ବ୍ୟବସାୟରେ ଲାଭର ଆଶା କମ ରହିବ । ମହିଳା ଏବଂ ବିଦ୍ୟର୍ଥୀ ମାନେ ନିଜ କାର୍ଯ୍ୟରେ ସଫଳ ହେବେ ।

ତୁଳା

ଏହି ବର୍ଷରେ ଜୀବନରେ ଏପର୍ଯ୍ୟନ୍ତ ଯାହା ସମସ୍ୟା ରହିଥିଲା ତାହା ସବୁ ଦୂର ହୋଇଯିବ ଓ ଉନ୍ନତିର ନୂଆ ରାସ୍ତା ଆପଣଙ୍କୁ ମିଳିବ । ଏହି ସମୟ ବ୍ୟାପାରିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ । ଧନ ଲାଭର ଯୋଗ ବନୁଛି ।

ବିଚ୍ଛା

ବ୍ୟବସାୟରେ ଆପଣଙ୍କ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଏବଂ ବିଦ୍ୟର୍ଥୀମାନେ ଆନନ୍ଦରେ ସମୟ କାଟିବେ । ଯେଉଁ ଲୋକ ପ୍ରଥମରୁ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କୁ କୌଣସି ବଡ ଧରଣର ଖୁସିର ଖବର ଶୁଣିବାକୁ ମିଳିବ ।

ଧନୁ

ଲାଭର ଆପଣଙ୍କର ବହୁତ ହୋଇପାରେ । ପାରିବାରିକ ଗଣ୍ଡଗୋଳ ସମାଧାନ ହେଇଯିବ । ବନ୍ଧୁମାନେ ସାହାଜ୍ୟ ଓ ସହଯୋଗ କରିବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । କ୍ରମ କ୍ଷେତ୍ରରେ ସହକ୍ରମୀ ମାନେ ସହଯୋଗ କରିବେ । ସ୍ୱାସ୍ଥ୍ୟ ଅଧିକାଂଶ ସମୟରେ ଭଲ ରହିବ ।

ମକର

ଏହି ମାସରେ କୃଷି କ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ । ଶରୀର ଟିକେ ଅସୁସ୍ଥ ରହିବ । ପରିବାରେ ଅଶାନ୍ତି ଲାଗିରହିପାରେ । କର୍ମ କ୍ଷେତ୍ରରେ ବ୍ୟବସାୟରେ କିଛି ସମାସ୍ୟା ଦେଖା ଦେଇପାରେ । ମହିଳା ଏବଂ ବିଦ୍ୟର୍ଥୀମାନେ କିଛି ଅପମାନିତ ହୋଇପାରନ୍ତି । ଏମାନଙ୍କ ଭାଗ୍ୟ ଏମାନଙ୍କ ସାଥିରେ ରହିବ ଯେଉଁ କାରଣରୁ ଏମାନଙ୍କ ଜୀବନରେ ଉନ୍ନତି ଦେଖିବାକୁ ମିଳିବ ଓ ଅଚାନକ ଧନଲାଭର ବି ଯୋଗ ହେଉଛି ।

କୁମ୍ଭ

ବନ୍ଦ ଭାଗ୍ୟର ଦ୍ଵାର ଆପଣଙ୍କ ପାଇଁ ଖୋଲି ଯିବ । ମା’ ଲକ୍ଷ୍ମୀଙ୍କର କୃପା ନିରନ୍ତର ଆପଣଙ୍କ ଉପରେ ରହିବ । ବ୍ୟାପାରୀ ମାନଙ୍କୁ ଅତ୍ୟଧିକ ଲାଭର ସମ୍ଭାବନା ହେଉଛି । ଆପଣ ଯଦି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛା ରଖୁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହେବ ।

ମୀନ

ଧର୍ମ ପ୍ରତି ଆଗ୍ରହ ବଢିବ । ଚାକିରିରେ ପଦଉନ୍ନତିର ସମ୍ଭାବନା ଅଛି । ବ୍ୟବସାୟରେ ବନ୍ଧୁଙ୍କ ଦ୍ଵାରା ଆପଣ ଲାଭବାନ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ । ମହିଳା ଏବଂ ଛାତ୍ର ଛାତ୍ରୀମାନେ ଆନନ୍ଦିତ ହେବେ । ଏମାନଙ୍କ ଜୀବନ ଅତ୍ୟଧିକ ଆନନ୍ଦରେ କାଟିବ । ଏମାନଙ୍କର ଦାମ୍ପତ୍ତ୍ୟ ଜୀବନ ଅତ୍ୟଧିକ ଆନନ୍ଦମୟ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।