ଏପରି ୫ ଟି କାମ କରୁଥିବା ସ୍ତ୍ରୀ ଲୋକଙ୍କ ଘରେ ମା ଲକ୍ଷ୍ମୀ କେବେ ହେଲେ ରୁହନ୍ତି ନାହିଁ

କୌଣସି ଲୋକର ସୁଖ ଶାନ୍ତି ତା ନିଜ ଉପରେ ହିଁ ନିର୍ଭର ହୋଇଥାଏ । ସେହିଭଳି ଗୋଟିଏ ଘରର ସୁଖ ଶାନ୍ତି ସେହି ଘରର ମହିଳାଙ୍କ ଉପରେ ନିର୍ଭର କରିଥାଏ, ଯିଏକି ଘରର ସମସ୍ତ କାମ କରିବା ସହିତ ସମସ୍ତଙ୍କର ସେବା ମଧ୍ୟ କରିଥାନ୍ତି । କିନ୍ତୁ କିଛି କାମ ଏହିଭଳି ହୋଇଥାଏ ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲି ଯାଆନ୍ତି । ସେଥିପାଇଁ କୁହାଯାଏ କି ଗୋଟିଏ ନାରୀ ହିଁ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କ କରି ପାରିବ । ଆଜି ଆମେ ଆପଣଙ୍କୁ ସେହି ୫ ଟି କାମ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

୧. ଝାଡୁକୁ ଗୋଇଠା ମାରିବା

ଯେଉଁ ଘରେ ଝାଡୁକୁ ଗୋଇଠା ମରାଯାଏ କିମ୍ବା ତାହା ଉପରେ ଚଢିଥାନ୍ତି ସେହି ଘରେ କେବେ ବି ଲକ୍ଷ୍ମୀ ବାସ କରନ୍ତି ନାହିଁ, କାରଣ କୁହାଯାଏ କି ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି ।

୨. ଗ୍ୟାସ ଉପରେ ଅଇଁଠା ବାସନ ରଖିବା

ଯଦି ଆପଣଙ୍କ ଘରର ମହିଳାମାନେ ରାତିରେ ଗ୍ୟାସ ଉପରେ ଅଇଁଠା ବାସନ ରଖି ଶୋଇଯାଉଛନ୍ତି, ତେବେ ଆଜି ହିଁ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ।

୩. ଗୋଇଠା ମାରି କବାଟ ଖୋଲିବା

ଯେଉଁ ଘରର ମହିଳାମାନେ ଗୋଇଠା ମାରି ଘରର କବାଟ ଖୋଲିଥାନ୍ତି କିମ୍ବା ବନ୍ଦ କରିଥାନ୍ତି ସେହି ଘରେ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ।

୪. ଦ୍ଵାର ବନ୍ଧ ଉପରେ ଭୋଜନ କରିବା

ଯଦି କୌଣସି ଘରର ସଦସ୍ୟମାନେ ଘର ଦ୍ଵାର ବନ୍ଧରେ ବସି ଭୋଜନ ଗ୍ରହଣ କରୁଛନ୍ତି ତେବେ ସେହି ଘର ବର୍ବାଦ ହୋଇଯାଏ ।

୫. ସନ୍ଧ୍ୟା ସମୟରେ ଘରେ ଝାଡୁ ମାରିବା

ଧ୍ୟାନ ରଖିବେ କି କେବେ ବି ସନ୍ଧ୍ୟା ସମୟରେ ଝାଡୁ ମାରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଘରକୁ ଦୁଃଖ ଆସିଥାଏ ।