ଏହି କଲେଜର ଛାତ୍ରମାନେ ଏମିତି ଲଗାଇଲେ APPLEକୁ ୬୨ କୋଟିର ଚୂନା

ଚୀନର ଦୁଇଟି ଇଂଜୀନିୟର ଦୁନିଆର ସବୁଠୁ ପ୍ରସିଦ୍ଧ ମୋବାଇଲ କମ୍ପାନୀ APPLEକୁ ୮,୯୫,୮୦୦ ଡଲାର (ପାଖାପାଖି ୬୨ କୋଟି)ର ଚୂନା ଲଗାଇ ଦେଇଛନ୍ତି । ଆମେରିକା ରୁ ଶିକ୍ଷା ଲାଭ କରିଥିବା ଛାତ୍ରମାନେ ଏହି ଫ୍ରଡ ଧନ୍ଦାକୁ ୨୦୧୭ରୁ ଆରମ୍ଭ କରିଥିଲେ । କହିବାକୁ ଗଲେ ଏହି ଛାତ୍ରମାନେ ଫର୍ଜି ଆଈଫୋନକୁ ଅସଲ ଆଈଫୋନରେ ବଦଳାଇବାରେ କାମ କରୁଥିଲେ ।

ଏହା ପରେ ଏହି ଆଈଫୋନକୁ ବିକ୍ରି କରି ଟଙ୍କା ଆଣୁଥିଲେ । Appleକୁ ଠକି ଥିବା ଏହି ଛାତ୍ରମାନଙ୍କର ନାମ ଯାଂଗ୍ୟୋଗ ଜୋହୂ ଏବଂ କ୍ୱାନ ଜିଯାଂଗ ଅଟେ । ଜୋହୂ, ଅରେଗନ ୟୂନିବର୍ସିଟୀରୁ ଶିକ୍ଷା ଲାଭ କରିସାରିଥିଲା ଅନ୍ୟ ପଟେ କ୍ଵାନ, ଲୀନ ବେଂଟନ କଲେଜରେ ଶେଷ ସେମେସ୍ଟରରେ ପଢୁଥିଲା ।

ଏହିଭଳି ଭାବରେ ଦୁଇ ଜଣ ଠକିଲେ Appleକୁ

ଦୁଇ ଜଣ ଯାକ ନକଲି ଆଈଫୋନ ଚୀନ ରୁ ମଗାଉଥିଲେ, ଏହା ପରେ ଆପେଲର ସର୍ଭିସ ସେଣ୍ଟରକୁ ଯାଇ, ସେଠି କହୁଥିଲେ କି ଆଈଫୋନର ସୁଇଚ ଅନ ହେଉ ନାହିଁ । ଏମିତିରେ ସର୍ଭିସ ସେଣ୍ଟର ତାଙ୍କୁ ସେହି ଫୋନ ଜାଗାରେ ନୂଆ ଫୋନ ଦେଇ ଦେଉଥିଲେ । କହିଦେଉଛୁ କି ଆପେଲ କମ୍ପାନୀ କୌଣସି ବି ଫୋନ ଖରାପ ହେଲେ ତାକୁ ରିପେୟାର କରିବା ବଦଳରେ ଗ୍ରାହକଙ୍କୁ ନୂଆ ଫୋନ ଦିଅନ୍ତି । ଏଥିପାଇଁ ପ୍ରମାଣ ରୂପରେ କୌଣସି ପ୍ରକାର ବିଲ ମଧ୍ୟ ଦେଖନ୍ତି ନାହିଁ ।

ଉଠାଇଲେ ଏହି କଥାର ପୁରା ଲାଭ

ଚୀନରେ ପ୍ରସ୍ତୁତ ନକଲି ଆଈଫୋନକୁ ଚିହ୍ନିବା ବହୁତ କଷ୍ଟ ଅଟେ, କାରଣ ସେହି ସବୁ ମୋବାଇଲର ହାର୍ଡୱେୟର ଓ ୟୂଜର ଇଣ୍ଟରଫେସ ଅସଲୀ ଆଈଫୋନ ଭଳି ହୋଇଥାଏ । ଏମିତିରେ ଏହି ଫୋନ ଗୁଡିକ ସେଟିଂ ଓ ସୀରିୟଲ ନମ୍ବର ସାହାର୍ଯ୍ୟରେ ହିଁ ଜଣା ପଡିଥାଏ, ଯାହା ପାଇଁ ମୋବାଇଲ ଅନ ହେବା ନିଶ୍ଚିତ ଦରକାର । କିନ୍ତୁ ଦୁଇ ଜଣ ଷ୍ଟୋର ଯାଇ କହୁଥିଲେ କି ତାଙ୍କର ଫୋନ ଅନ ହିଁ ହେଉ ନଥିଲା ଏବଂ କମ୍ପାନୀ ଏହା ପାଇଁ ତାଙ୍କୁ ନୂଆ ଫୋନ ଦେଇ ଦେଉଥିଲେ ।

ଆପେଲ କରାଇଛି ୧,୪୯୩ ଆଈଫୋନ ରିପ୍ଲେସ

ଦୁଇ ଜଣ ହିଁ ଆପେଲର ଅଲଗା ଅଲଗା ସେଣ୍ଟରକୁ ଯାଇ ୩,୦୬୯ ନକଲି ଆଈଫୋନ ରିପ୍ଲେସ କରିବା ପାଇଁ ଦେଇଥିଲେ, ଯେଉଁଥିରେ ୧,୪୯୩ ଫୋନ ଆପେଲ ବଦଳାଇ ଥିଲା । ନୂଆ ଆଈଫୋନ ମିଳିବା ପରେ ସେ ତାହାକୁ ଚୀନ ପଠାଇ ଦେଉଥିଲେ, ଯାହାକୁ ବିକ୍ରି କରି ମିଳୁଥିବା ଟଙ୍କା ତାଙ୍କର ଆମେରିକାର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଯାଉଥିଲା ।

କେମିତି ଧରା ପଡିଲେ ଦୁଇ ଜଣ ?

୨୦୧୭ରେ ଆମେରିକାର କସ୍ଟମ ଏଜେନ୍ସି, ହଙ୍ଗକଙ୍ଗ ରୁ ଆସିଥିବା ୫ ଟି ସନ୍ଦୀଗ୍ଧ ପାର୍ସଲକୁ ଧରିଥିଲେ, ଯେଉଁଥିରେ ବ୍ରାଣ୍ଡିଂ ଆପେଲର ହିଁ ଥିଲା କିନ୍ତୁ ଭିତରେ ନକଲି ଆଈଫୋନ ଥିଲା । ଏହି ମାମଲାକୁ ଯାଞ୍ଚ କରି ଏଜେନ୍ସି କ୍ୱାନ ଜିଯାଂଗକୁ ଏହି ପାର୍ସଲ ବିଷୟରେ ପଚାରିଲେ, ଯାହା ପରେ ଜଣା ପଡିଲା କି ତାଙ୍କ ପାଖରେ ଏହିଭଳି ୨୦ ରୁ ୩୦ ଟି ଫୋନ ଚୀନରୁ ଆସୁଥିଲା । ଏହାକୁ ସେ ଆପେଲ ଷ୍ଟୋରରୁ ରିପ୍ଲେସ କରି ପୁଣି ଥରେ ଫେରାଇ ଦେଉଥିଲା ।

ଆପେଲ ପଠାଇ ଥିଲେ ନୋଟିସ

ରିପୋର୍ଟ ଅନୁସାରେ, ଜୁନ ୨୦୧୭ରେ ଆପେଲ କ୍ୱାନକୁ ନକଲି ଆଇଫୋନ ରିପ୍ଲେସମେଂଟ କରୁଥିବାର ନୋଟିସ ପଠାଇଥିଲେ, ଯାହାର ସେ କେବେ ବି ଜବାବ ଦେଇ ନାହିଁ । ସେ ବେଳେ ବେଳେ ଷ୍ଟୋରକୁ ଫୋନ କରି ବଦଳାଇ ଦେଉଥିଲା । କାରଣ ଆପେଲର ଅନଲାଇନ ସର୍ବିସର ଜଣେ ଏଜେଣ୍ଟ ଘରକୁ ଆସି ରିପ୍ଲେସମେଣ୍ଟ ର କାମ ସହଜରେ କରି ଦେଉଥିଲା । ଆପେଲ ଦୁଇ ଜଣଙ୍କ ବିରୁଦ୍ଧରେ କେସ ମଧ୍ୟ କରିଛି ।