ଶୁଖିଲା କାଶରୁ ଅଳ୍ପ ସମୟରେ ମୁକ୍ତି ଦେଇଥାଏ ଏହି ୩ ଟି ଚମତ୍କାରୀ ଜିନିଷ

ବଦଳୁଥିବା ମୌସମ ସହିତ ଲୋକମାନେ ବିଭିନ୍ନ ପ୍ରକାରର ରୋଗ ଘରକୁ ନେଇଆସନ୍ତି । ପ୍ରାୟତଃ ଲୋକମାନେ କାଶ, ଥଣ୍ଡା ଓ ଜ୍ଵର ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । ଥଣ୍ଡା କିମ୍ବା ଜ୍ଵରରୁ ଲୋକମାନଙ୍କୁ ୨ କିମ୍ବା ୩ ଦିନରେ ମୁକ୍ତି ମିଳିଯାଏ । କିନ୍ତୁ କାଶରୁ ମୁକ୍ତି ପାଇବା ପାଇଁ ବହୁତ ସମୟ ଲାଗିଥାଏ । ସେଠି ଯଦି ଶୁଖିଲା କାଶ ହୋଇଥାଏ ତେବେ ଆପଣଙ୍କର ଗଳା ଶୁଖିଯାଏ ଓ ଏହି ପ୍ରକାରର କାଶ ଏତେ ସହଜରେ ମଧ୍ୟ ଯାଏନାହିଁ । ଏହି କାଶ ପାଇଁ ଲୋକମାନେ ବିଭନ୍ନ ପ୍ରକାରର ଔଷଧ ଖାଇଥାନ୍ତି ।

କିନ୍ତୁ ଘରର ରୋଷେଇ ଘରେ ଏମିତି ତିନୋଟି ଜିନିଷ ଅଛି ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କର ଶୁଖିଲା କାଶ ଜଲ୍ଦି ଭଲ ହୋଇଯିବ । ଆପଣଙ୍କୁ କୌଣସି ପ୍ରକାରରର ଔଷଧ ସେବନ କରିବା ଦରକାର ନାହିଁ ।

କଣ ଅଟେ ଏହି ୩ ଟି ଜିନିଷ

ଶୁଖିଲା କାଶରୁ ମୁକ୍ତି ପାଇବା ପାଇଁ ମହୁ, ଅଦା ଏବଂ ଜଷ୍ଟି ମଧୁ ଗଛର ଚେର ବହୁତ ଭଲ ବୋଲି ପ୍ରମାଣିତ ହୋଇଛି । ଆୟୁର୍ବେଦରେ ବି ଏହି ୩ଟି ଜିନିଷ ଦ୍ଵାରା ଶୁଖିଲା କାଶରୁ ମୁକ୍ତି ମିଳେ ବୋଲି ଲେଖା ହୋଇଛି ।

କଣ ହୋଇଥାଏ ଶୁଖିଲା କାଶ

କାଶ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଶୁଖିଲା କାଶ, ଯେଉଁଥିରେ କଫ ବାହାରେ ନାହିଁ କିନ୍ତୁ ଗଳା କାଶିବା ସମୟରେ ବହୁତ ଶୁଖିଯାଏ ଓ ଅନ୍ୟଟି କଫକାଶ ଯେଉଁଥିରେ କାଶିବା ସମୟରେ ବହୁତ କଫ ବାହାରିଥାଏ ।

ଶୁଖିଲା କାଶରୁ ମୁକ୍ତି ପାଇବାର ଉପଚାର

ମହୁ ଏବଂ ଅଦା

ଶୁଖିଲା କାଶ ହେଲେ ଯଦି ମହୁ ଓ ଅଦା ମିଶାଇ ତାହାର ସେବନ କରିବେ ତେବେ ଆପଣଙ୍କୁ ବହୁତ ଜଲ୍ଦି ଆରାମ ମିଳିବ । କହିବାକୁ ଗଲେ ଅଦାରେ ଥିବା ଫଲେମଗ ଓ ମହୁରେ ଥିବା ଡେମ୍ୟୁଲସେଂଟ ଏହି କାଶରୁ ମୁକ୍ତି ପାଇବା ପାଇଁ ସାହାର୍ଯ୍ୟ କରିଥାନ୍ତି ।

କେମିତି କରିବେ ଏହି ଦୁଇଟି ଜିନିଷର ସେବନ

ଶୁଖିଲା କାଶ ହେଲେ କିଛି ଲୋକମାନେ ଏହି ଦୁଇଟି ଜିନିଷକୁ ଅଲଗା ଅଲଗା ଖାଇଥାନ୍ତି ତ କିଛି ଲୋକ ଏହାକୁ ଏକ ସହିତ ସେବନ କରନ୍ତି । କିନ୍ତୁ ଯେଉଁ ଲୋକମାନଙ୍କୁ ସୁଗାର ରୋଗ ଅଛି ସେମାନଙ୍କୁ ମହୁର ସେବନ କରିବା ଉଚିତ ନୁହେଁ । ସେମାନଙ୍କୁ କେବଳ ଅଦା ଖାଇବା ଦରକାର । ସେଥିପାଇଁ ପ୍ରଥମେ ଅଦାକୁ ଭଲ ଭାବରେ ଗ୍ୟାସରେ ରଖି ଅଳ୍ପ ଭାଜି ଦିଅନ୍ତୁ ଏବଂ ଅଦା ଥଣ୍ଡା ହେବା ପରେ ଏହାକୁ ପାଟିରେ ରଖି ଚକୋଲେଟ ଭଳି ଅଳ୍ପ ଅଳ୍ପ କରି ଏହାର ରସକୁ ଚୁସନ୍ତୁ । ଦିନକୁ ଦୁଇଥର ଏହିଭଳି କରିବା ଦ୍ଵାରା ଆପଣ ଶୁଖିଲା କାଶରୁ ମୁକ୍ତି ପାଇ ପାରିବେ ।

ଅନ୍ୟ ପଟେ ଯେଉଁ ଲୋକମାନଙ୍କୁ ସୁଗାର ରୋଗ ନାହିଁ ସେମାନେ ଅଦାକୁ ମହୁରେ ମିଶାଇ ଖାଇ ପାରିବେ ଓ ଆପଣ ଚାହିଁବେ ତ ମହୁରେ ଗରମ ଅଦା ମିଶାଇବା ବ୍ୟତିତ ଏହାର ରସ ବି ମିଶାଇ ପାରିବେ ।

ଜଷ୍ଟି ମଧୁ ଗଛର ଚେର

ଜଷ୍ଟି ମଧୁ ଗଛର ଚେରକୁ ଆପଣ ଶୁଖିଲା କାଶ ପାଇଁ ମଧ୍ୟ ଖାଇପାରିବେ । ଏହାକୁ ପାଟିରେ ରଖି ଏହାର ରସକୁ ଭଲ ଭାବରେ ଚୁସି ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଜଲ୍ଦି ଆରାମ ମିଳିବ ।