Police ମାସ୍କ ପାଇଁ ରୋକିଲା ତ ଝିଅଟି ଆରମ୍ଭ କରିଦେଲା High Voltage Drama, ଦେଖନ୍ତୁ ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟ ପ୍ରଦେଶରେ ଶୁକ୍ରବାର ଦିନ ଘଟିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଜଣେ ମହିଳା କାର ଡ୍ରାଇଭ କରିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିବା ବେଳେ ସେ ପୋଲିସ ସହ ଝଗଡା କରିବାକୁ ଲାଗିଥିଲେ । ସେହି ମହିଳା ଜଣକ ମାସ୍କ ପିନ୍ଧି ନ ଥିଲେ । ଏହା ସହ ତାଙ୍କ ଗାଡିଆରେ କିଛି ଖରାପ ପୋଷ୍ଟ ଲଗା ଯାଇଥିଲା ଓ ସେ କୋରୋନାର ଗାଇଡ ଲାଇନକୁ ଉଲଂଘନ କରିଥିବାରୁ ପୋଲିସ ଗାଡିକୁ ଅଟକାଇଥିଲା । ମାସ୍କ ନ ପିନ୍ଧିଥିବାରୁ ପୋଲିସ ସେହି ମହିଳାଙ୍କର ଚାଲାଣ କାଟିଥିବାରୁ ମହିଳା ହଙ୍ଗମା କରିବା ଆରମ୍ଭ କରିଥିଲେ । ମହିଳା ଜଣକ ହାଇ ଭୋଲଟେଜ ଡ୍ରାମା କରିବାରୁ ପୋଲିସ ୬୦୦ ଟଙ୍କାର ଚାଲାଣ କାଟିଥିଲେ ।

ପୋଲିସର କହିବା ଅନୁସାରେ ଗାଡିରେ ୪ ଜଣ ଥିଲେ କିନ୍ତୁ ୨ଜଣ ମାସ୍କ ଲଗାଇଥିଲେ ଓ ଆଉ ଦୁଇ ଜଣ ଲଗାଇ ନ ଥିଲେ । ସେହି ମହିଳା ଜଣକ ପୋଲିସଙ୍କ ସହ ବହୁତ ଖରାପ ଶବ୍ଦରେ ବ୍ୟବହାର କରିଥିଲେ ଯାହା ପାଇଁ ପୋଲିସ ତାଙ୍କୁ ଏହି ବିଷୟରେ ଅବଗତ କରାଇ ଥିଲେ । ଏଭଳି କିଛି ଆଚରଣ ନ କରିବା ପାଇଁ ପୋଲିସ ମହିଳାଙ୍କୁ ଚେତାବନୀ ଦେଇଥିଲେ । ଏହା ପରେ ସେହି ମହିଳା ନିଜ ନାଁ କହିଥିଲେ ଯେ ସିଧି ସିଂ ଚୌହାନ । ସେ ଏହି ଭିଡିଓ ଭାଇରାଲ କରିବାକୁ ପୋଲିସ ମାନଙ୍କୁ ନିଜ ମତରେ କହିଥିଲେ ।

ସିଧିଙ୍କ କହିବା ଅନୁଯାୟୀ ଗାଡିରେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ମସ୍କ ଲଗାଇଥିଲେ । ସିଧିଙ୍କ କହିବା ଅନୁସାରେ ତାଙ୍କର ମାସ୍କ ହଜି ଯାଇଥିଲା । ସେ ଦିତୀୟ ମାସ୍କ ବାହାର କରି ଲଗାଇବାକୁ ଯାଉଥିଲେ ତ ସେହି ସମୟରେ ପୋଲିସ ଗାଡି ଅଟକାଇଥିଲେ । ତାଙ୍କ ଘର ଅଳ୍ପ ଦୂରରେ ଥିବାରୁ ସେ ଗାଡି ଡ୍ରପ କରି ଯାହା କାରବାଇ କରିବା କଥା ପୋଲିସଙ୍କୁ ନିବେଦନ କରିଥିଲେ ମଧ୍ୟ ପୋଲିସ ତାଙ୍କ କଥା ନ ଶୁଣି ରାସ୍ତା ମଝିରେ ଗାଡି ଅଟକାଇଥିଲେ ।

ଏହା ପରେ ସିଧି ଜିଦି ଉପରେ ଆସି ସେଠାରେ ହଙ୍ଗାମା ଆରମ୍ଭ କରିଥିଲେ । ପୋଲିସର କହିବା ମୁତାବକ ସେମାନଙ୍କର କେଉଁ ନେତାଙ୍କ ସହ ସମ୍ପର୍କ ରହିଛି । ଏହା ସହ ସେମାନେ ମାସ୍କ ଲଗାଇ ନ ଥିଲେ । ଏହା କହିବାରୁ ସିଧି ତାଙ୍କ ସହ ଖରାପ ବ୍ୟବହାର କରିବା ସହ ଖରାପ ଶବ୍ଦର ପ୍ରୟୋଗ କରିଥିଲେ ବୋଲି ପୋଲିସ ନିଜ ମତରେ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।