health Tips: Low BP ଥିଲେ ଦେଖା ଦେଇଥାଏ ଏହି ସବୁ ସଂକେତ, ଜାଣନ୍ତୁ କେମିତି ଜାଣିବେ -Dr B K Mishra

ମଣିଷ ଜୀବନରେ ଅନେକ ରୋଗ ବୈରାଗ ହେବାରେ ସମ୍ଭାବନା ରହିଥାଏ । କିଛି ଲୋକଙ୍କ କ୍ଷେତ୍ରରେ କୌଣସି କାରଣ ନ ଥାଇ ମଧ୍ୟ ଲୋ ବିପି ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଲୋ ବିପିର କାରଣ, ଲକ୍ଷଣ, ପ୍ରତିକାର ବିଷୟରେ କହିବାକୁ ଯାଉଛୁ ।

କିଛି ଲୋକଙ୍କ କ୍ଷେତ୍ରରେ କିଛି କାରଣ ବା କୌଣସି ରୋଗ ନ ଥାଇ ମଧ୍ୟ ଲୋ ବିପି ଦେଖାଯାଏ । ଯାହା ଫଳରେ ସେମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଯଦି ହଟାତ ବିପି ଲୋ ହୁଏ ତେବେ ବିପି ମେସିନ ଦ୍ଵାରା ଆପଣ ଏହାର ଚେକ କରି ପାରିବେ । ଯଦି ଅଧିକ ବିପି ରହେ ତେବେ ଆପଣ ମାନଙ୍କୁ ଅନେକ ପରୀକ୍ଷା କରିବାକୁ ପଡିବ । ଯେମିତିକି ଅଲଟ୍ରାସାଉଣ୍ଡ, ହାର୍ଟ ଟେଷ୍ଟ, ଲାବରୋଟାରୀ ଟେଷ୍ଟ, ଏକ୍ସରେ କରିବାକୁପଡିଥାଏ । ବ୍ଯକ୍ତିର ବିପି ମିଲିମିଟର ମର୍କରିରେ ମପାଯାଏ । ଏହାକୁ ଆଧାର କରି ଜଣା ପଡେ ଯେ ବିପି କମ ଅଛି ନାଁ ଅଧିକ ଅଛି ।

ବିପି ଦୁଇ ପ୍ରକାରର ହୋଇଥାଏ । ଉଆପର ବିପିକୁ ଶିଷ୍ଟୋଲି ବ୍ଲଡ଼ ପ୍ରେସର ଓ ତଳ ବିପିକୁ ଡାୟୋଷ୍ଟିକ ବ୍ଲଡ଼ ପ୍ରେସର କୁହାଯାଏ । ସାଧାରଣତ ବ୍ଯକ୍ତିର ବିପି ୧୨୦/ ୮୦ ଯାଏଁ ରହିଥାଏ । ଯଦି ବ୍ଯକ୍ତିର ୯୦/୬୦ ରହେ ତେବେ ବିପି ଲୋ ରହିଥାଏ । ଯେବେ ବ୍ଯକ୍ତିର ଅକ୍ସିଜେନ ଲେବଲ ଓ ନ୍ୟୁଟ୍ରିଏଣ୍ଟ ଶରୀରରେ କମ ହୋଇଥାଈ ସେତେବେଳେ ବିପି ଲୋ ହୋଇଥାଏ । ଏହି ସମୟରେ କିଛି ଲକ୍ଷଣ ଦେଖାଯାଏ ଯେମିତିକି ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଇତ୍ୟାଦି । ଯଦି ବିପି ଲୋ ରହେ ତେବେ କୌଣସି କାମ କରୁଥିଲେ ତାହା କରିବା ଆଉ ସମ୍ଭବ ହୋଇ ନଥାଏ ।

ବିଜ୍ଞାନ ମତରେ ଯଦି ବ୍ଲଡ଼ ପ୍ରେସର ଅତି କମ ରୁହେ ତେବେ ଅନେକ ଲକ୍ଷଣ ଦେଖାଯାଏ ଯେମିତିକି ଛାତିରେ ଯନ୍ତ୍ରଣା ହେବା, ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବା, ଅଚାନକ ଜ୍ଵର ହେବା ଇତ୍ୟାଦି । ଯଦି ସିବିଅର ବ୍ଲଡ଼ ପ୍ରେସର ହୋଇଥାଏ ତେବେ ଛାତିରେ ଅଧିକ କଷ୍ଟ ଅନୁଭବ ହେବ, ହାର୍ଟବିଟ ବଢିଯିବ, ଶରୀରରେ ଅଧିକ ଝାଳ ବୋହିବ, ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହେବ, ହାତ ଗୋଡ ଥଣ୍ଡା ହୋଇଯିବ, ଶରୀର ଦୁର୍ବଳ ଲାଗିବ ଇତ୍ୟାଦି ।

ଯଦି ବ୍ଲଡ଼ ପ୍ରେସର ଅଧିକ ରହିଥାଏ ଓ ସେହି ସମୟରେ ସଠିକ ଭାବେ ଚିକିତ୍ସା ନ କରାଯାଏ ତେବେ ପରିସ୍ଥିତି ବହୁତ ସାଂଘାତିକ ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଉଚିତ ଚିକିତ୍ସା କରିବାର ଆବଶ୍ୟକ ରହିଛି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।