ନନ୍ଦିନୀ ଜେଜେମାଙ୍କ କ୍ରିୟାକର୍ମ ପାଇଁ ରାଣୀପଣ୍ଡା ସାହାଯ୍ୟ କରିଥିଲେ..ସେହି ଟଙ୍କାରେ ଗାଁ ଲୋକଙ୍କୁ ଖାଇବାକୁ ଦେଇଛି ନନ୍ଦିନୀ ।

ନନ୍ଦିନୀ ଜେଜେ ମା ର ଗତ କାଲି ଶୁଦ୍ଧିକ୍ରିୟା ଶେଷ ହୋଇଛି । ଯେମିତି ହିନ୍ଦୁ ରୀତିନୀତି ଅନୁଯାୟୀ ହୁଏ । ନନ୍ଦିନୀ ପାଖରେ ଟଙ୍କା ଟିଏ ବି ନ ଥିଲା ଜେଜେ ମା ର ଶୁଦ୍ଧିକ୍ରିୟା କରିବା ପାଇଁ । ସେଥିପାଇଁ ତ ସେ ଗାଁ ଗାଁ ବୁଲି ସମସ୍ତଙ୍କୁ ଆର୍ଥିକ ରାଶି ପାଇଁ ସହାୟତା ମାଗୁଥିଲା । ତଥାପି ଟଙ୍କା ର ନିଅଣ୍ଟ ପଡିଥିଲା ଜେଜେ ମା ର ଶୁଦ୍ଧିକ୍ରିୟା କରିବା ପାଇଁ । ହଁ ଦର୍ଶକ ବନ୍ଧୁ ଆମେ ଏଠାରେ କହୁଛୁ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ନନ୍ଦିନୀ ଯାହାଙ୍କ ଜେଜେ ମା ଙ୍କ କ୍ରିୟାକର୍ମ ସାରିଛି ।

ଦାଣ୍ଡ ଦୁଆରେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ବ୍ରାହ୍ମଣ ସମସ୍ତେ ଆସି ଭଲରେ ଭଲରେ ଖାଇ ସାରି ଯାଇଛନ୍ତି । ଏ ହେଉଛି ସେହି ନନ୍ଦିନୀ ଯିଏ ଜୀବନରେ ନିଜ ପରିବାରର ସମସ୍ତ ସଦସ୍ଯଙ୍କୁ ହରାଇବା ପରେ ଏବେ ଜେଜେ ମା ଙ୍କୁ ହରାଇଛି । ନନ୍ଦିନୀ ଙ୍କ କାନ୍ଦ ଦେଖି ସହିପାରି ନ ଥିଲେ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ସହାୟତାର ହାତ ବଢାଇ ଥିଲେ ରାଣୀ ପଣ୍ଡା । ଆଉ ନନ୍ଦିନୀ ଙ୍କ ପାଖକୁ ପଠାଇଥିଲେ 30 ହଜାର ତାଙ୍କର ଆର୍ଥିକ ରାଶି ରାଣୀ ପଣ୍ଡା ।

ସେହି ଟଙ୍କା ରେ ଆଜି ନନ୍ଦିନୀ ଜେଜେ ମା ର କ୍ରିୟାକର୍ମ ଶେଷ କରିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଜଣେ ବ୍ଯକ୍ତିର ମୃତ୍ୟୁ ପରେ ତାର କ୍ରିୟା କର୍ମ କରାଯାଏ । କାରଣ ତା ଆତ୍ମା କୁ ଶାନ୍ତି ମିଳେ । ସେଥିପାଇଁ ର ନନ୍ଦିନୀ ଜେଜେ ମା ଙ୍କ ମୃତ୍ୟୁ ପରେ ଗାଁ ଗାଁ ବୁଲି ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରୁଥିଲା । ସୂଚନା ଅନୁଯାୟୀ ରାଣୀ ପଣ୍ଡା ଙ୍କ ସାହାର୍ଯ୍ୟ ପରେ ନନ୍ଦିନୀ ପାଖକୁ ଅନେକ ଲୋକ ଆସି ଆର୍ଥିକ ସହାୟତାର ହାତ ବଢାଇଛନ୍ତି ।

କିନ୍ତୁ ରାଣୀ ପଣ୍ଡା ପ୍ରଥମେ ଆରମ୍ଭ କରିବାରୁ ନନ୍ଦିନୀ କୁ ସହ ସହ ସାହାର୍ଯ୍ୟ ମିଳିଛି । ଏବେ ସମସ୍ତେ କହୁଛନ୍ତି ନନ୍ଦିନୀ ଜୀବନରେ ସିନା ତା ନିଜ ଲୋକ କେହି ନାହାନ୍ତି । କିନ୍ତୁ ରାଣୀ ପଣ୍ଡା ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି ଯିଏ ନନ୍ଦିନୀ ର ଅସୁବିଧା ସମୟରେ ସାହାର୍ଯ୍ୟ ର ହାତ ବଢାଇଛି । ଆଉ ଏବେ ଲୋକେ କହୁଛନ୍ତି ନନ୍ଦିନୀ ରାଣୀ ଙ୍କୁ କେବେ ବି ଭୁଲିବୁ ନାହିଁ ।

କାହିଁକି ରାଣୀ ପଣ୍ଡା ଙ୍କ ପାଇଁ ନନ୍ଦିନୀ ଙ୍କ ଜେଜେ ମା ଙ୍କର ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଛି । ରାଣୀ ପଣ୍ଡା ଙ୍କ ପାଇଁ ନନ୍ଦିନୀ ଦୁଆରେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ବ୍ରାହ୍ମଣ ମାନେ ବସି ପଙ୍ଗତ ପକାଇଛନ୍ତି । ଯାହା ପାଇଁ ନନ୍ଦିନୀ ର ଜେଜେ ମା ର ଆତ୍ମା ଆଜି ଶାନ୍ତି ପାଇଛି । ଏଭଳି କିଛି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।