ସରସ୍ଵତୀ ପୂଜା GK କୁଇଜ । 15+ GK With Answers

ବନ୍ଧୁଗଣ ବସନ୍ତ ପଞ୍ଚମୀ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପ୍ରତିବର୍ଷ ପାଳନ କରାଯାଏ । ବିଦ୍ୟା ପ୍ରାପ୍ତ ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ହେଉଛନ୍ତି ମା ସରସ୍ଵତୀ । ସରସ୍ଵତୀ ପୂଜା ମୁଖ୍ଯତଃ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପାଳନ କରାଯାଏ । ଏହି ଦିନ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ମଣ୍ଡପ କୁ ଖୁବ ସୁନ୍ଦର ଭାବେ ସଜା ଯାଇଥାଏ ।

ଏହି ଦିନ ଛାତ୍ରଛାତ୍ରୀ ମାନେ ମା ସରସ୍ବତୀଙ୍କ ଉପାସନା କରିଥାନ୍ତି ଓ ଭଲ ବିଦ୍ୟା ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଥାନ୍ତି । ବସନ୍ତ ପଞ୍ଚମୀ ଦିନ ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣ ରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରିଥାନ୍ତି । ଏବଂ ଗଳା ରେ ଗଜମୋତି ଓ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନ ରେ ଶ୍ଵେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସରସ୍ଵତୀ ପୂଜା ସମ୍ବଧିତ କିଛି ସାଧାରଣ ଜ୍ଞାନ ବିଷୟରେ କହିବାକୁ ଯାଉଛୁ । ଯାହା ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାରେ କାମରେ ଆସିବ ।

1- ବସନ୍ତ ପଞ୍ଚମୀ ଦିନ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ସରସ୍ଵତୀ ମାତା ।

2- କେଉଁ ଋତୁରେ ସରସ୍ଵତୀ ପୂଜା ପାଳନ କରାଯାଏ ?

ଉତ୍ତର- ବସନ୍ତ ଋତୁରେ ।

3- ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ଵତୀ ପୂଜା ପାଇବେ ବୋଲି କିଏ କହିଥିଲେ ?

ଉତ୍ତର- ଶ୍ରୀକୃଷ୍ଣ ।

4- ଦେବୀ ସରସ୍ଵତୀଙ୍କ ଭଉଣୀଙ୍କ ନାମ କଣ ?

ଉତ୍ତର- ଦେବୀ ଲକ୍ଷ୍ମୀ ।

5- ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ କେଉଁ ମାସରେ ସରସ୍ଵତୀ ପୂଜା ପାଳନ କରାଯାଏ ?

ଉତ୍ତର- ମାଘ ମାସରେ ।

6- ଦେବୀ ସରସ୍ବତୀଙ୍କର ସ୍ବାମୀଙ୍କ ନାମ କଣ ?

ଉତ୍ତର- ଭଗବାନ ବ୍ରହ୍ମା ।

7- କେଉଁ ଦେବୀଙ୍କୁ ଶିକ୍ଷା, ଜ୍ଞାନ, ବୁଦ୍ଧି ଓ ସୂକ୍ଷ୍ମ କଳାର ଦେବୀ ଭାବରେ ପୂଜା କରାଯାଏ ?

ଉତ୍ତର- ଦେବୀ ସରସ୍ଵତୀ ।

8- ଦେଇ ସରସ୍ବତୀଙ୍କର ଅନ୍ୟ ନାମ ଗୁଡିକ କଣ ?

ଉତ୍ତର- ଭାରତୀ, ସରସ୍ଵତୀ, ସାରଦା, ଭୁବନେଶ୍ଵରୀ, ବୁଦ୍ଧିଦାତ୍ରୀ, ବ୍ରହ୍ମଚାରିଣୀ ।

9- ଦେବୀ ସରସ୍ଵତୀଙ୍କ ପ୍ରିୟ ଫୁଲ କଣ ?

ଉତ୍ତର- ପଳାସ ।

10- ଦେବୀ ସରସ୍ଵତୀଙ୍କ ପ୍ରିୟ ରଙ୍ଗ କଣ ?

ଉତ୍ତର- ହଳଦିଆ ।

11- ଦେବୀ ସରସ୍ବତୀଙ୍କ ବାହନ କିଏ ?

ଉତ୍ତର- ହଂସ ।

12- ଦେବୀ ସରସ୍ଵତୀ କେଉଁ ବାଦ୍ୟଯନ୍ତ୍ର ଧାରଣ କରିଛନ୍ତି ?

ଉତ୍ତର- ବୀଣା ।

13- ସରସ୍ବତୀଙ୍କ ଦେବୀଙ୍କ ଭାଇ କିଏ ?

ଉତ୍ତର- ଶିବ ।

14- ହିନ୍ଦୁ ପୂରଣ ଅନୁଯାୟି ଦେବୀ ସରସ୍ଵତୀ କେଉଁ ଭାଷା ସୃଷ୍ଟି କରିଥିଲେ ?

ଉତ୍ତର- ସଂସ୍କୃତ ।

15- ହିନ୍ଦୁ ପୂରଣ ଅନୁଯାୟୀ କାହାକୁ ତ୍ରିଦେବି କୁହାଯାଏ ?

ଉତ୍ତର- ଲକ୍ଷ୍ମୀ, ସରସ୍ଵତୀ, ପାର୍ବତୀ ।

16- ଭାରତ ବ୍ଯତୀତ ଅନୁ କେଉଁ ଦେଶରେ ବସନ୍ତ ପଞ୍ଚମୀ ପାଳନ କରାଯାଏ ?

ଉତ୍ତର- ଇଣ୍ଡୋନେସିଆ, ନେପାଳ, ବାଙ୍ଗାଲଦେଶ ।

17- ମାତା ସରସ୍ଵତୀ କାହାର ରୂପ ଅଟନ୍ତି ?

ଉତ୍ତର- ମହାଲକ୍ଷ୍ମୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।