ଯେବେ ପାଇଲଟ ନନ୍ଦା କରୀୟପ୍ପାଙ୍କ ପିତା ନିଜ ପୁଅକୁ ପାକ ର କବ୍ଜାରୁ ମୁକୁଳାଇବା ପାଇଁ କରିଥିଲେ ମନା, ଦେଖନ୍ତୁ କଣ ହେଲା ତା ପରେ…

ଏମିତି ପ୍ରଥମ ଥର ହୋଇ ନାହିଁ କି ଆମର କୌଣସି ପାଇଲଟ ପାକିସ୍ଥାନ କବ୍ଜାରେ ଆସିଛି । ଏହା ପୁର୍ବରୁ 1965 ରେ ଭାରତ ଓ ପାକିସ୍ଥାନ ଭିତରେ ହେଉଥିବା ଯୁଦ୍ଧ ସମୟରେ ନନ୍ଦା କରୀୟପ୍ପା ଓ ତାଙ୍କ ଟିମ କୁ ପାକିସ୍ଥାନ ରେ ପଶି ଶତୃମାନଙ୍କ କ୍ୟାମ୍ପକୁ ନଷ୍ଟ କରିବାର ଦାୟିତ୍ଵ ଦିଆ ଯାଇଥିଲା । ପାକିସ୍ଥାନ ସୀମାରେ ପଶିବା ସମୟରେ ତାଙ୍କ ବିମାନରେ ନିଆଁ ଲାଗି ଯାଇଥିଲା ଯାହା କାରଣରୁ ସେ ପାରାଚ୍ୟୁଟ ସାହାଯ୍ୟରେ ବିମାନରୁ ଡେଇଁ ପଡିଥିଲେ ଓ ପାକିସ୍ଥାନ ସେନା ତାଙ୍କୁ ନିଜ କବ୍ଜାରେ ନେଇ ଯାଇଥିଲେ ।

ନନ୍ଦା କରୀୟପ୍ପା ପ୍ଳେନରୁ ଡେଇଁବା ସମୟରେ ବେହୋସ ହୋଇ ଯାଇଥିଲେ ଓ ଯେବେ ତାଙ୍କୁ ହୋସ ଆସିଲା ତ ସେ ପାକିସ୍ଥାନ ସେନାର କବ୍ଜାରେ ଥିଲେ । ପାକିସ୍ଥାନ ର ସେନା ତାଙ୍କୁ ନିଜ ବିଷୟରେ ସୂଚନା ମାଗିଥିଲେ । ତାଙ୍କ ପିତାଙ୍କ ନାମ ମଧ୍ୟ ତାଙ୍କୁ ପଚରାଗଲା । ପ୍ରକୃତରେ ସେହି ସମୟର ପାକିସ୍ଥାନ ର ରାଷ୍ଟ୍ରପତି ଅୟୁବ ଖାନ ଥିଲେ, ଯିଏ ନନ୍ଦା କରୀୟପ୍ପାଙ୍କ ପିତାଙ୍କୁ ଜାଣିଥିଲେ ଓ ସେ ତାଙ୍କ ସହିତ ଅବିଭାଜିତ ଭାରତୀୟ ସେନାରେ କାର୍ଯ୍ୟ ବି କରିଥିଲେ । ଅୟୁବ ଖାନ ତାଙ୍କ ପିତାଙ୍କର ବହୁତ ସମ୍ମାନ କରୁଥିଲେ ଓ ସେ ତାଙ୍କ ପୁଅ ପାକିସ୍ଥାନ ସେନାର କବ୍ଜାରେ ଥିବାର ସୂଚନା ରେଡିଓ ଜରିଆରେ ସାର୍ବଜନୀନ କରିଥିଲେ ।

ଆୟୁବ ନନ୍ଦାଙ୍କ ପିତା କେଏମ କରୀୟପ୍ପାଙ୍କ ସହିତ କଥା ହୋଇ ତାଙ୍କୁ କହିଲେ କି ତାଙ୍କ ପୁଅ କୁ ମୁକୁଳା ଯାଇପାରେ । କିନ୍ତୁ କେଏମ କରୀୟପ୍ପା ଅୟୁବଙ୍କର ଏହି ପ୍ରସ୍ତାବକୁ ସ୍ଵୀକାର କରି ନଥିଲେ ଓ ସେ ଅୟୁବ ଙ୍କୁ କହିଲେ କି ନନ୍ଦୁ ମୋର ନୁହେଁ ଏହି ଦେଶର ପୁଅ ଅଟେ ଓ ତାଙ୍କ ପୁଅ ସହିତ ମଧ୍ୟ ସେହି ବ୍ୟବହାର କରାଯାଉ ଯାହା କୌଣସି ବି ଯୁଦ୍ଧବନ୍ଦୀଙ୍କ ସହିତ କରାଯାଏ । ଯଦି ଆପଣ ମୋ ପୁଅ କୁ ଛାଡିବାକୁ ଚାହାଁନ୍ତି ତେବେ ଆପଣ ତା ସହିତ ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ମଧ୍ୟ ଛାଡନ୍ତୁ ।

କେଏମ କରୀୟପ୍ପାଙ୍କୁ ଜଣାଥିଲା କି ଅୟୁବ ସବୁ ଯୁଦ୍ଧବନ୍ଦିମାନଙ୍କୁ ଛାଡି ପାରିବେ ନାହିଁ ଏହା ପରେ ମଧ୍ୟ ସେ ନିଜ ପୁଅ କୁ ମୁକୁଳାଇବା ପୂର୍ବରୁ ସେ ଅନ୍ୟ ଯୁଦ୍ଧବନ୍ଦୀ ମାନଙ୍କର ମୁକୁଳାଇବାର ପ୍ରସ୍ତାବ ରଖିଥିଲେ । ଭାରତ ଓ ପାକିସ୍ଥାନ ମଧ୍ୟରେ ପରିସ୍ଥିତି ସାମାନ୍ୟ ହେବା ପାଇଁ 4 ମାସ ଲାଗିଗଲା ଓ ନନ୍ଦା କରୀୟପ୍ପା ଅନ୍ୟ ଯୁଦ୍ଧ ବନ୍ଦୀମାନଙ୍କ ସହ 4 ମାସ ପର୍ଯ୍ୟନ୍ତ ଜେଲରେ ବନ୍ଦ ଥିଲେ ।

ନନ୍ଦା କରୀୟପ୍ପା ଯେଉଁ ସମୟରେ ପାକିସ୍ଥାନ ରେ ବିମାନରୁ ଗଳିଥିଲେ ସେତେବେଳେ ସମୟ 9ଟା 4 ମିନିଟ ଥିଲା ଓ ଚାରି ମାସ ପରେ ଯେବେ ନନ୍ଦା କରିୟପ୍ପା ନିଜ ଦେଶର ଭୂମିରେ ପାଦ ରଖିଲେ ସେହି ସମୟରେ ବି 9 ଟା 4 ମିନିଟ ହୋଇଥିଲା । ଦେଶରେ ପହଞ୍ଚିବା ପରେ ସେ ପୁଣି ଥରେ ବାୟୁସେନାରେ ସେବା କରିବାକୁ ଲାଗିଲେ ।

ନନ୍ଦା କରୀୟପ୍ପାଙ୍କ ପାଇଁ ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।