ଯେଉଁଠି 15 ବର୍ଷର ପୁରୁଣା କାର ବ୍ୟବହାର କରନ୍ତି ନାହିଁ ଲୋକେ, ସେଇଠି 60 ବର୍ଷ ପୁରୁଣା ମିଗରେ ଆମର ଯୋଦ୍ଧା କରନ୍ତି ଦେଶର ରକ୍ଷା, ଜାଣନ୍ତୁ ମିଗ 21 ଏତେ କ୍ରାଶ କାହିଙ୍କି ହୁଏ…

ଭାରତୀୟ ସେନାର ସାହାସକୁ ସଲାମ, କାରଣ ସେ ସୀମାରେ ଦେଶର ରକ୍ଷା କରିବା ସହିତ ଦେଶରୁ ମିଳୁଥିବା ସୁବିଧା ବିଷୟରେ କିଛି କୁହନ୍ତି ନାହିଁ । ତାହା କେଉଁଠି ବି କ୍ୟାମ୍ପ ଲଗାଇ ରହିବାର କଥା ହେଉ ବା କୌଣସି ପୁରୁଣା ମିଗ ହେଉ । ଭାରତୀୟ ସେନା ପ୍ରତିଟି ସିଚୁଏଶନ ରେ ଦେଶକୁ ପ୍ରାୟୋରୀଟି ଦେଇଥାନ୍ତି ଓ ତାଙ୍କର ଏହି କାମକୁ ଆମର ସଲାମ । ଦେଶର ସୁରକ୍ଷା ଉପରେ କୌଣସି ଆଞ୍ଚ ନ ଆସୁ ଏଥିପାଇଁ ଭାରତୀୟ ବାୟୁସେନା ପ୍ରତିଟି ଶିଚୁଏସନ ରେ ରହି ନିଜର କର୍ତ୍ତବ୍ୟ ପାଳନ କରନ୍ତି । ଆମେ ସେହି ମିଗ ର କଥା କହୁଛୁ ଯେଉଁ 50 ବର୍ଷ ପୁରୁଣା ମିଗ ରୁ ଆମର ଯାବାଜ କରିଥାନ୍ତି ଦେଶର ସୁରକ୍ଷା, ସେଥିମଧ୍ୟରୁ ଗୋଟିଏ ମିଗ-21 ବିଷୟରେ କଣ ଆପଣମାନେ ସମସ୍ତେ ଜାଣିଛନ୍ତି ।

50 ବର୍ଷ ପୁରୁଣା ମିଗ ରେ ଆମର ଯୋଦ୍ଧା କରିଥାନ୍ତି ଦେଶର ସୁରକ୍ଷା

ମିଗ-21 କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ସବୁଠୁ ପୁରୁଣା ବିମାନରେ ଗଣତି ହୁଏ । ଗୋଟିଏ ଅନୁମାନ ଅନୁସାରେ ମିଗ-21 ଲଢେଇ ବିମାନ ଦୁନିଆର ହାରାହାରି 40 ରୁ ଅଧିକ ଦେଶ ଦ୍ଵାରା ପ୍ରୟୋଗ କରାଯାଉଥିବା ବିମାନ ଅଟେ । ହାରାହାରି 4 ଶତାବ୍ଧି ରୁ ଅଧିକ ସମୟ ରୁ ରକ୍ଷାକରୁଥିବା ମିଗ-21ଲଢେଇ ବିମାନ ନିଜ ନିଜ ଦେଶର କାମରେ ଆସିଥାଏ । ମିଗ-21 ଲଢେଇ ବିମାନକୁ 1961 ରେ ପ୍ରଥମ ଥର ଭାରତ ନିଜର ଦୃତଗାମୀ ବିମାନ ମଧ୍ୟରେ ସାମିଲ କରିବାର ପ୍ରସ୍ତାବ ରଖିଥିଲା ଓ ଭାରତ ମିଗ-21 ଲଢେଇ ବିମାନକୁ ସବୁଠୁ ଅଧିକ ବ୍ୟବହାର କରୁଥିବା ଦେଶ ମଧ୍ୟରେ ସାମିଲ ହୋଇଥିଲା ।

କିଛି ବିଶେଶ କଥା ମିଗ-21 ବିଷୟରେ

୧. 1965 ରେ ଭାରତ ପାକିସ୍ଥାନ ଯୁଦ୍ଧରେ ମିଗ-21 ଲଢେଇ ବିମାନର ଭଲ ପ୍ରଦର୍ଶନ ଦେଖି ଭାରତ ଆହୁରି ଅଧିକ ମିଗ-21 କିଣିବାର ନିଷ୍ପତ୍ତି ନେଇଥିଲା ।

୨. ଅନୁମାନ ଅନୁସାରେ ପୁରା ଦୁନିଆରେ ହାରାହାରି ୧୩୦୦୦ ମିଗ-୨୧ ଅଛି ଓ ଏହି ବିମାନର ବ୍ୟବହାର ସବୁଠୁ ଅଧିକ ସମୟ ପାଇଁ ୧୯୫୯ ରୁ ୧୯୮୫ ପର୍ଯ୍ୟନ୍ତ ହୋଇଥିଲା ।

୩. ସୁପରସୋନିକ ଲଢେଇ ବିମାନରେ ସବୁଠୁ ଅଧିକ ଉତ୍ପାଦନ ମିଗ-୨୧ ର କରାଯାଇଥିଲା ।

ସବୁବେଳେ ହୋଇଥାଏ ଦୁର୍ଘଟଣା

ମିଗ-21 ର ଅନେକ ଭଲ ଗୁଣ ଥିଲେ ମଧ୍ୟ ଏହି କଥାକୁ ମଧ୍ୟ ଅମାନ୍ୟ କରାଯାଇ ପାରିବନାହିଁ କି ମିଗ-21 ରେ ହେଉଥିବା ଦୁର୍ଘଟଣା ଅଧିକ ଅଟେ  । 2010 ରୁ 2013 ମଧ୍ୟରେ ମିଗ-21 ର ହାରାହାରି 14 ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ହାରାହାରି 170 ପାଇଲଟ ଓ ହାରାହାରି 40 ସାଧାରଣ ଜନତାଙ୍କର ଜୀବନ ଯାଇଥିଲା ।

1966 ରୁ 1984 ମଧ୍ୟରେ ଉତ୍ପାଦିତ କରାଯାଇଥିବା ମିଗ-21 ଲଢେଇ ବିମାନ ମଧ୍ୟରେ ଅଧା କୌଣସି ନା କୌଣସି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଭାରତ ଭଳି ଦେଶରେ ଲୋକ 15 ବର୍ଷର ପୁରୁଣା କାର ବ୍ୟବହାର କରନ୍ତି ନାହିଁ ସେଠାରେ ହାରାହାରି 50 ବର୍ଷ ପୁରୁଣା ମିଗ ବ୍ୟବହାର ହେଉଛି ଓ ଆମର ବାହାଦୁର ପାଇଲଟ ଏହି ବିମାନ ଦ୍ଵାରା ଆମ ଦେଶ ସୀମାରେ ଆମର ରକ୍ଷା କରିଥାନ୍ତି ।

ଲେଖାଟିକୁ ଶେୟର କରନ୍ତୁ ଆଗକୁ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।