ବଡ ଖବର : ଇମ୍ରାନ୍ ଖାନ୍ ଙ୍କ ଘୋଷଣା ଏହି ଦିନ ମୁକ୍ତ ହେବେ ଭାରତୀୟ ପାଇଲଟ୍ ଅଭିନନ୍ଦନ, ଜାଣନ୍ତୁ ଓ ସେୟାର କରନ୍ତୁ ସମସ୍ତଙ୍କ ସହିତ

ଆସନ୍ତା କାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ଙ୍କୁ ମୁକ୍ତ କରିବ ପାକିସ୍ତାନ । ପାକିସ୍ତାନ୍ ରାଜି ହୋଇଗଲା ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ । ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ । ତେବେ ଗତକାଲି ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପରେ ସମସ୍ତ  ଭାରତୀୟ ଭୟଭୀତ ହୋଇ ପଡ଼ିଥିଲେ । ଅଭିନନ୍ଦନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଦେଶବ୍ୟାପୀ ଦାବି ହୋଇଥିଲା । କିପରି ଅଭିନନ୍ଦନ ଭାରତ ଫେରିଲେ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ ।

ଏହା ପୂର୍ବରୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା କେତେକ ସର୍ତ୍ତସହ ତାଙ୍କୁ ଛାଡିବାକୁ  । ହେଲେ ପାକିସ୍ତାନ ଆଗରେ ଭାରତ ଦବି ଯାଇନଥିଲା ଓ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ବୋଲି କହିଥିଲା । ଜେନିଭା କନଭେନସନ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ବୋଲି ଭାରତ କହିଥିଲା ।

ସୂଚନାଯୋଗ୍ୟ ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ମାଟିରେ ପଡି ଯାଇଥିଲେ । ପାକ ସେନା ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା । ଶତ୍ରୁ ପକ୍ଷ ହାତରେ ଧରା ପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହୋଇନଥିଲେ, ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।

ଗର୍ବରେ ଗୋଟେ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।