ଭାରତୀୟ ପାଇଲଟଙ୍କୁ ଛାଡିବାକୁ ନେଇ ପାକିସ୍ତାନର ପୂର୍ବ ପିଏମଙ୍କର ନାତୁଣୀ ଫାତିମା ଭୁଟ୍ଟୋ ଦେଲେ ଏହି ବଡ ବୟାନ

ଭାରତୀୟ ସୀମାରେ ପଶୁଥିବା ସମୟରେ ପାକିସ୍ତାନୀ ବାୟୁସେନାର F – ୧୬ ଲଢାକୁ ବିମାନକୁ ଭାରତୀୟ ବାୟୁସେନାର ମିଗ – ୨୧ ବିସୋନ ନଷ୍ଟ କରି ଦେଇଛି । କିନ୍ତୁ ଏହି ଜବାବି ଆକ୍ରମଣରେ ମିଗ ବିମାନ କ୍ରାଶ ହୋଇ ଯାଇଛି ଏବଂ ମିଗ ବିମାନର ପାଇଲଟ ପଡୋଶୀ ଦେଶର ସୀମା ଭିତରେ ଯାଇ ପଡିଥିଲେ । ବର୍ତ୍ତମାନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ତରଫରୁ ଜୋରଦାର ଚେଷ୍ଟା କରା ଯାଉଛି ।

ଏହି ମାମଲାରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲୀ ଭୁଟ୍ଟୋଙ୍କର ନାତୁଣୀ ଏବଂ ଲେଖିକା ଫାତିମା ଭୁଟ୍ଟୋ ଇମରାନ ଖାନଙ୍କର ସରକାରକୁ ଅପିଲ କରିଛନ୍ତି ।

ଭାରତୀୟ ବାୟୁସେନାର ପାଇଲଟକୁ ରିହା କରାଯାଉ – ଫାତିମା

ଫାତିମା ଭୁଟ୍ଟୋ ପାକିସ୍ତାନର ପିଏମ ଇମରାନ ଖାନଙ୍କୁ ଅପିଲ କରିଛନ୍ତି କି ଭାରତୀୟ ବାୟୁସେନାର ପାଇଲଟଙ୍କୁ ରିହା କରାଯାଉ । ଯାହାକୁ ଧରିଛି ବୋଲି ପାକିସ୍ତାନ କହୁଛି । ଫାତିମା ନ୍ଯୂଯର୍କ ଟାଇମ୍ସରେ ଲେଖିଛନ୍ତି କି, ମୁଁ ଏବଂ ଅନ୍ୟ ଯୁବ ପାକିସ୍ତାନୀମାନେ ନିଜ ଦେଶକୁ ଅପିଲ କରୁଛୁ କି ସେ ଧରାପଡିଥିବା ଭାରତୀୟ ପାୟଲଟଙ୍କୁ ଶାନ୍ତି, ମାନବତା ଏବଂ ପ୍ରତିଷ୍ଠା ରକ୍ଷା ପାଇଁ ଛାଡିଦେବା ଦରକାର ।

ଆମେ ଜୀବନ ସାରା ଯୁଧ୍ୟ ଦେଖିଛୁ । ମୁଁ ପାକିସ୍ତାନୀ ସେନାଙ୍କୁ ଆଉ ମରୁଥିବାର ଦେଖିବାକୁ ଚାହୁଁ ନାହିଁ ।

ନିଜ ଦେଶକୁ କେବେ ବି ନିଜର ପଡୋଶୀ ଦେଶ ସହିତ ଶାନ୍ତିରେ ରହୁଥିବାର ଦେଖି ନାହିଁ

ଫାତିମା ଭୁଟ୍ଟୋ ଆଗକୁ କହିଲେ କି, ମୁଁ ନିଜ ଦେଶକୁ କେବେ ବି ନିଜର ପଡୋଶୀ ଦେଶ ସହିତ ଶାନ୍ତିରେ ରହିବାକୁ ଦେଖି ନାହିଁ । କିନ୍ତୁ ଏହା ପୂର୍ବରୁ ମୁଁ କେବେ ବି ପରମାଣୁ ହତିୟାର ସହିତ ଦେଶ ମଧ୍ୟରେ ଟ୍ୱିଟର ଆକାଉଣ୍ଟ ଜରିଆରେ ଯୁଧ୍ୟ ଦେଖି ନାହିଁ । ବୁଧବାର ଦିନ ଭାରତୀୟ ବାୟୁସେନାର ପାଇଲଟର ଫଟୋ ଆସିବା ପରେ ଭାରତ କଡା ଆପତ୍ତି ଜାହିର କରିଛି ।

ଭାରତୀୟ ବିଦେଶ ମନ୍ତ୍ରାଳୟ ପାକିସ୍ତାନକୁ ଏହାକୁ ନେଇ କଡା ବିରୋଧ ଜଣାଇଥିଲା କି କେମିତି ଏକ ଜଖ୍ମୀ ଆର୍ମୀ ଅଫିସରର ଫଟୋ ଶେୟାର କରା ଯାଇଛି । ଭାରତ ଏହାକୁ ଅନ୍ତରାଷ୍ଟ୍ରୀୟ ମାନବାଧିକାରୀ ଏବଂ ଜିନେୱା କନ୍ୱେଂଶନର ଉଲ୍ଲଂଘନ ବୋଲି କହିଛି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ଜୋରଦାର ଚେଷ୍ଟା ଚାଲିଛି

ଏହା ପୂର୍ବରୁ ବୁଧବାରକୁ ପାକିସ୍ତାନର ଅବସ୍ଥା ଦେଖି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ, ସ୍ଥଳ ଏବଂ ବାୟୁସେନାର ପ୍ରମୁଖମାନଙ୍କ ସହ ଲମ୍ବା କଥାବାର୍ତ୍ତା କରିଥିଲେ ଏବଂ ପିଏମ ତାଙ୍କୁ ନିଷ୍ପତି ନେବା ପାଇଁ ପୁରା ଆଜାଦୀ ଦେଇଛନ୍ତି । ବର୍ତ୍ତମାନ ଏକ ଖବର ଆସୁଛି କି ଏନଏସଏ ଅଜୀତ ଡୋଭାଲ ଏବଂ ଆମେରିକାର ବିଦେଶ ମନ୍ତ୍ରୀଏନକେଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ।

ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି କି ଆମେରିକା ପାକିସ୍ତାନୀ ମାଟି ଉପରେ ଥିବା ଜୈଶର ଆତଙ୍କି ଶିବିର ବିରୁଦ୍ଧରେ ଭାରତ କରିଥିବା କାର୍ଯ୍ୟକାରୀର ନିଷ୍ପତିକୁ ସମର୍ଥନ କରୁଛି । ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।