ନାଗହୁଙ୍କାରେ ପଶିଲା ED, ସାମ୍ନାକୁ ଆସିଲା ନୂଆ ନାଁ Shradhanjali, କିଏ ଏହି ମହିଳା ? ଟଙ୍କା କାରବାରର ସବୁ ଗୁମର ଖୋଲିବ ED !

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବାର ପ୍ରାୟ ଏକମାସ ପରେ ମାମଲା ହାତକୁ ନେଇଛି ଇଡି । ଆଗକୁ ଏହି ମାମଲାରେ ଆହୁରି ବହୁ ଗୁମର ଫିଟିବା ନେଇ ଚର୍ଚ୍ଚା ହେଉଛି । କେଉଁ ନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ ଓ କେଉଁ ବିଲଡରଙ୍କୁ ବ୍ଳାକମେଲ କରି ମାୟାବିନୀ ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ସେସବୁ ଏବେ ପଦାକୁ ଆସିବ । ମାତ୍ର ୪ ବର୍ଷରେ ଅର୍ଚ୍ଚନା କେମିତି ଅମାପ ସମ୍ପତ୍ତିର ଅଧିକାରିଣୀ ହୋଇଗଲା ତାହା ମଧ୍ୟ ଜଣାପଡିବ ।

ଆଉ ସବୁଠୁ ବଡ କଥା ହେଉଛି ଇଡି ନାଗହୁଙ୍କାରେ ପଶିବା ପରେ ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହି ଚାରିଜଣଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗ, ସ୍ଵାମୀ ଜଗବନ୍ଧୁ, ସହଯୋଗୀ ଖଗା । ତେବେ ଏଠାରେ ଆଉ ଜଣେ ମହିଳାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ସେ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ତେବେ ଏହି ଶ୍ରଦ୍ଧାଞ୍ଜଳି କିଏ ? ଯିଏକି ଦୀର୍ଘଦିନ ହେବ ଅର୍ଚ୍ଚନା ସହ କାମ କରୁଥିଲା । ଆଉ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ହିଁ କୁଆଡେ ଟଙ୍କା ଆଦାୟ କରୁଥିଲା ଅର୍ଚ୍ଚନା ।

କୁହାଯାଉଛି କି, କିଛି ମାସ ତଳେ ଅର୍ଚ୍ଚନା ଶ୍ରଧ୍ହାଞ୍ଜଳି ଜରିଆରେ ଦକ୍ଷିଣ ଓଡିଶାର ଜଣେ ନେତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଆଣିଥିଲା । ଯାହାକୁ ନେଇ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ମଧ୍ୟରେ କୁଆଡେ ବିବାଦ ଦେଖା ଦେଇଥିଲା । ଶେଷରେ ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି ।

ତେଣୁ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି ଟଙ୍କା ବିଷୟରେ ଇଡି ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରିବ । ଏହାସହ ଇଡି ପକ୍ଷରୁ ସୂଚନା ମିଳିଛି କି, ଟଙ୍କା ମାମଲାରେ ଅର୍ଚ୍ଚନାଙ୍କୁ ଜେଲ ମଧ୍ୟରେ ଜେରା କରାଯିବ । ଅର୍ଚ୍ଚନା ପୁରୁଣା କାର୍ ବ୍ୟବସାୟକୁ ଛାଡି ଆଉ କଣ ବ୍ୟବସାୟ କରୁଥିଲେ ଓ କେଉଁ ଉପାୟରେ କେତେ ଟଙ୍କା ରୋଜଗାର କରୁଥିଲେ ସେସବୁ ତଦନ୍ତ କରିବ ଇଡି । କିଏ ଅର୍ଚ୍ଚନାଙ୍କୁ କେତେ ଟଙ୍କା ଓ କଣ ପାଇଁ ଟଙ୍କା ଦେଇଥିଲା ତାହା ମଧ୍ୟ ପଟ୍ଟା ଲଗାଇବ ଇଡି ।

ଏମିତି ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାକୁ ଯାଉଛି ଇଡ଼ି । ଯାହା ଜଣାଇବା ଅପାଇନ ସାରା ରାଜ୍ୟ ଅପେକ୍ଷା କରି ରହିଛି । ତେବେ ଦେଖାଯାଉ ଏଥର ସେହିସବୁ ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ନାମ ସାମ୍ନାକୁ ଆସୁଛି ନା ପୂର୍ବ ଭଳି ଦବି ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।