ଡାକ୍ତର ବି ଆଶ୍ଚର୍ଯ୍ୟ ! ବୁଲା କୁକୁର ଭଳି ଭୋକୁଛି ପୁଅ, କୁକୁର ଭଳି ପାଣି ପିଉଛି ଆଉ କାମୁଡିବାକୁ ଗୋଡାଉଛି, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ପୁଅ ଏକଦମ ଭଲ ଥିଲା ହେଲେ ହଠାତ କୁକୁର ଭଳି ଭୋକିବାରେ ଲାଗିଛି । ଠିକ କୁକୁର ଭଳି ଜିଭକୁ ବାହାରକୁ କାଢି ଲାଳ ମଧ୍ୟ ଗଡାଉଛି । ଖାଲି ସେତିକି ନୁହେଁ ବରଂ ପାଣି ବି ପିଇବାକୁ ମାଗୁଛି । ଆଉ ପାଣି ମିଳିଲେ ଠିକ କୁକୁର ଭଳି ପିଉଛି ପାଣି । ପୁଅକୁ କଣ ହୋଇଗଲା ଭାବି ତାକୁ ନେଇ କାନ୍ଦି କାନ୍ଦି ମେଡିକାଲକୁ ଦୌଡି ଆସିଛି ମାଆ । ପରିବାରରେ ସମସ୍ତେ ପୁଅକୁ ଧରି ମେଡିକାଲକୁ ନେଇ ଆସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୁଅକୁ କଣ ହୋଇଛି କେହି ଜାଣି ପାରୁନାହାନ୍ତି ।

ପୁଅଟି ଏକଦମ କୁକୁର ଭଳି ଆଚରଣ କରୁଛି । ଯାହା ଦେଖି ବାପାମା’ ସମସ୍ତେ ଆଶ୍ଚର୍ଯ୍ୟ ହେବାସହ ସମସ୍ତଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଛି । ଯେଉଁଥି ପାଇଁ ଷ୍ଟ୍ରେଚରରେ କ୍ଷଣକ ପାଇଁ ବି ଶୋଇପାରୁନି ପୁଅ । ଠିକ ଗୋଟିଏ ବୁଲା କୁକୁର ଭଳି ବ୍ୟବହାର କରୁଛି ଯୁବକଟି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ କୁଲେଇଲ ପଞ୍ଚାୟତ ଉଦୟପୁର ଗ୍ରାମରେ ।

ସେହି ଗ୍ରାମର ଜଣେ ଯୁବକ କୁକୁର ଭଳି ଆଚରଣ କରୁଥିବା ବେଳେ ସେ କାହିଁକି ଏଭଳି କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି । ଡାକ୍ତରଙ୍କ କହିବା ମୁତାବକ, ପୂର୍ବରୁ କୁକୁର କାମୁଡିଲେ ଏଭଳି ରୋଗ ହୋଇଥାଏ । ଯାହାକି ଆପଣ ବି ଶୁଣିଥିବେ ଯେ କୁକୁର କାମୁଡିଲେ ଲୋକମାନେ ଏଭଳି ଆଚରଣ କରନ୍ତି ବୋଲି । ଆଉ ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଉଛନ୍ତି ।

ଏନେଇ ଲୋକଙ୍କ ସନ୍ଦେହ ବଢିବାରେ ଲାଗିଛି ଯେ, ସତରେ କଣ କୁକୁର କାମୁଡିଲେ ଜଣେ ମଣିଷ ଏମିତି ବ୍ୟବହାର କରିପାରେ ? ଅନ୍ୟପଟେ ପରିବାର ଲୋକେ କହୁଛନ୍ତି, ଯୁବକଜଣକ କୁଆଡେ ପୂର୍ବରୁ ଭାଙ୍ଗ ଖାଇ ଏଭଳି ଆଚରଣ କରିଥିଲେ । ଆଉ ଏବେବି କଣ ସେହି ଭାଙ୍ଗ ନିଶାରେ ସେ ଏଭଳି କୁକୁର ଭଳି ଆଚରଣ କରୁଛନ୍ତି ନା ଅନ୍ୟ କିଛି ହୋଇଛି ବୋଲି ସମସ୍ତଙ୍କ ମନରେ ସନ୍ଦେହ ବଢୁଛି ।

ତେବେ ବର୍ତ୍ତମାନ ମେଡିକାଲରେ ଯୁବକଙ୍କର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସା ପରେ ହିଁ ଡାକ୍ତର କହିପାରିବେ ଯୁବକଜଣକ କାହିଁକି ଏଭଳି ଆଚରଣ କରୁଛନ୍ତି । ବର୍ତ୍ତମାନ ଯାଏଁ ଏନେଇ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।