ବଡ ନିଯୁକ୍ତି ଘୋଷଣା କଲା Odisha Staff Selection Commission, ବାହାରିଲା 2000 ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ, ଆଶାୟୀଙ୍କ ପାଇଁ ପରୀକ୍ଷା ପ୍ରକ୍ରିୟାରେ ମଧ୍ୟ ସରଳ ପରିବର୍ତ୍ତନ ହେବ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ସରକାରୀ ଚାକିରିରେ ଆବେଦନ କରିବ ଅପାଇନ ଅପେକ୍ଷା କରିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଲା ବଡ ଖବର । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ପକ୍ଷରୁ ମିଳିତ ବୈଷୟିକ ସେବା ଏବଂ ମିଳିତ ସ୍ନାତ୍ତକ ସ୍ତର ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ସବୁ ବିଭାଗରେ ମୋଟ ୨୧୬୯ଟି ପଦବୀ ପାଇଁ ପ୍ରତିଯୋଗୀତା ମୂଳକ ପରୀକ୍ଷା କରାଯିବ । ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଆଶାୟୀ ପ୍ରାର୍ଥୀଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ୱେବସାଇଟ www.ossc.ac.in ରେ ଅନଲାଇନ ଜରିଆରେ ଆବେଦନ କରିବାକୁ ହେବ । ମିଳିତ ବୈଷୟିକ ସେବାର ଗ୍ରୁପ-ବି ରେ ମୋଟ ୧୨୨୬ ପଦବୀରେ ନିଯୁକ୍ତି ପାଇଁ ଖାଲି ପୋଷ୍ଟ ବାହାରିଥିବା ବେଳେ ମିଳିତ ସ୍ନାତ୍ତକ ସ୍ତର ପାଇଁ ମୋଟ ୯୪୩ ପଦବୀରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହା ବ୍ଯତୀତ ଗ୍ରୁପ-ବି ରେ ୬୯୯ ଏବଂ ଗ୍ରୁପ-ସି ରେ ୨୪୪ ପଦବୀ ମଧ୍ୟ ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରୁ ନିଜ ପସନ୍ଦର ପଦବୀରେ ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥୀ ।

ତେବେ ଡିସେମ୍ବର ୧୦ ତାରିଖ ଭିତରେ ଆଶାୟୀଙ୍କୁ ଆବେଦନ କରିବାକୁ ହେବ । କାରଣ ଡିସେମ୍ବର ୧୦ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି । ତେବେ ଏ ସମ୍ବନ୍ଧରେ ଟ୍ବିଟ କରି ସୂଚନା ଦେଇଛନ୍ତି ନିଜେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଭୟ । ନିକଟରେ ବୈଷୟିକ ସେବା ଏବଂ ସ୍ନାତ୍ତକ ସ୍ତରରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ଏକାଧିକ ପରୀକ୍ଷା ବଦଳରେ ଏକକ ପରୀକ୍ଷା ପାଇଁ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ଯାବିନେଟ ଅନୁମୋଦନ ଦେଇଥିଲା ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ‘ଖ’ ବର୍ଗ ଏବଂ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦ ପଦବୀରେ ନିଯୁକ୍ତି ପାଇଁ ସମନ୍ଵିତ ସ୍ନାତ୍ତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିଯମାବଳୀ ଜାରି କରାଯାଇଛି । କ୍ଯାବିନେଟ ଅନୁମୋଦନ ଦେବା ପରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଥମ ଥର ପାଇଁ ମିଳିତ ପରୀକ୍ଷା କରୁଛି ।

ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ସୁବ୍ୟବସ୍ଥିତ କରାଯିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ଶେଷ କରା ଯାଇପାରିବ । ଏହାସହ ପରୀକ୍ଷାର୍ଥୀଙ୍କ ସମୟ ସହ ଅର୍ଥ ବ୍ୟୟ ମଧ୍ୟ କମ୍ ହେବ । ତେବେ ସୂଚନା ପାଇଁ ଆପଣ ଉପରୋକ୍ତ ୱେବସାଇଟରେ ଯାଇ ଯାଞ୍ଚ କରିବା ସହ ଆବେଦନ ପ୍ରକ୍ରିୟା ମଧ୍ୟ ପୂରଣ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।