ନଡିଆ ଗଛରେ ଚଢୁଛି କଲରା ପତରିଆ ବାଘ, ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି viral video

ଗଛ ଉପରେ ବାଘ ଚଢୁଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ବି ଏହି ଦୃଶ୍ୟ ଦେଖିଲେ ଆଚମ୍ବିତ ହୋଇଯିବେ  । ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ସିଧା ଠିଆ ହୋଇଥିବା ନଡିଆ ଗଛ ଉପରକୁ ସାଏଁ ସାଏଁ ଚଢି ଯାଉଛି କଲରା ପତରିଆ ବାଘଟିଏ । ସିଧା ଠିଆ ହୋଇଥିବା ଏହି ନଡିଆ ଗଛ ଉପରକୁ ବାଘଟି ଏତେ ତୀବ୍ର ଗତିରେ ଚଢୁଛି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣଙ୍କ ମନରେ ବି ପ୍ରଶ୍ନ ଆସିବ ବାଘ କଣ ଏତେ ଜୋର ଗତିରେ ଗଛ ଚଢିପାରେ ? ଆଉ ଏହାର ଉତ୍ତର ହେଉଛି ହଁ ବାଘ ଏତେ ଜୋରରେ ଗଛକୁ ଚଢିପାରେ । କାରଣ ଏହି ଭିଡିଓର ଦୃଶ୍ୟ ହିଁ ଆପଣଙ୍କ ସାମ୍ନାରେ ଏହା ପ୍ରମାଣିତ କରୁଛି । ନଡିଆ ଗଛରେ ବାଘ ଚଢିବାର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହା ନିଆଁ ଭଳି ଭାଇରାଲ ହେଉଛି । ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସୋସିଆଲ ମିଡିଆ ୟୁଜର୍ସ ମାନେ ।

ତେଣୁ ଅନେକ ଲୋକ ବାଘ କଣ ଗଛ ଚଢିପାରେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବାଘ ଗଛ ଚଢୁଥିବା ବେଳର ଏହି ଭିଡିଓକୁ ଆଇଏଏସ ଅଧିକାରୀ ପରବୀନ କଶୱାନ ନିଜ ଟ୍ବିଟର ପେଜ୍ ରେ ଶେୟାର କରିଛନ୍ତି । ପରବୀଣ ଟ୍ବିଟରରେ ଏହି ଭିଡିଓ ଶେୟାର କରିବା ପରେ ଏବେ ମୋବଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓ ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ କ୍ୟାପସନ ଦିଆଯାଇଛି କି, ଏହି ବିଲେଇ ପ୍ରଜାତିଙ୍କ ଦକ୍ଷତାକୁ ଦେଖ । କେବଳ ଏତିକି ନୁହେଁ ବରଂ କଲରା ପତରିଆ ବାଘମାନେ କୌଣସି ବି ପରିସ୍ଥିତିରେ ନିଜକୁ ଖାପଖୁଆଇ ଚଳି ପାରନ୍ତି ବୋଲି କହିଛନ୍ତି ପରବୀନ । ରାଜସ୍ଥାନର ଶୁଖିଲା ଜଙ୍ଗଲରୁ ନେଇ ଉତ୍ତର-ପୂର୍ବର ଉଚ୍ଚ ଜଙ୍ଗଲ ପର୍ଯ୍ୟନ୍ତ ଏମାନେ ସବୁଠୁ ତିଷ୍ଠି ପାରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଲରା ପତରିଆ ବାଘ ବେଶ ଚତୁର ବୋଲି ଲେଖିଛନ୍ତି ପରବୀନ ।

ଏମାନେ ସାଧାରଣତଃ ଆଖୁ ଓ ଚାହା ବଗିଚାରେ ରୁହନ୍ତି । ବିଶେଷ କରି ଏମାନେ ଅଧିକାଂଶ ସମୟ ଚାହା ବଗିଚାରେ ରହୁଥିବା କୁହାଯାଏ । ତେବେ ଏହି ବାଘ ନଡିଆ ଗଛକୁ ଚଢୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।