ବୋହୂକୁ ବନ୍ଦ କୋଠରିରେ ରଖି 15 ଦିନ ଧରି ଦୁଷ୍କର୍ମ କରି ଚାଲିଲା ଶ୍ଵଶୁର, ପୁରା ଘଟଣା ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

ଶ୍ଵଶୁର ନିଜ ବୋହୂକୁ ଦୁଷ୍କର୍ମ କରିବା ଭଳି ନିନ୍ଦନୀୟ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବୋହୂକୁ ଜୋର ଜବରଦସ୍ତ ୧୫ ଦିନ ଧରି ଦୁଷ୍କର୍ମ କରି ଆସୁଥିଲେ ଶ୍ଵଶୁର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ । ଭଦ୍ରକ ଜିଲା ଆନନ୍ଦପୁର ପଞ୍ଚାୟତ ପାହାଡପୁର ଗାଁର ଜଣେ ମହିଳାଙ୍କୁ ତାଙ୍କ ଶ୍ଵଶୁର ଜୋର ଜବରଦସ୍ତି ଦୁଷ୍କର୍ମ କରିଛନ୍ତି । ବୋହୂକୁ ଡରେଇ ତା’ ବେକରେ ପନିକି ଲଗେଇ ଲଗାତାର ୧୫ ଦିନ ଧରି ଦୁଷ୍କର୍ମ କରି ଚାଲିଥିଲା ଶ୍ଵଶୁର ।

ମଙ୍ଗଳପୁର ଥାନା ଅଧୀନ ଚଉଳିଆ ଗାଁର ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ଶ୍ଵଶୁର ବୋହୂକୁ ଘରେ ପୁରେଇ ଏକ ବନ୍ଦ କୋଠରିରେ ୧୫ ଦିନ ଧରି ରଖିଥିଲା । ବୋହୂ ବେକରେ ଛୁରି, ପନିକି ଲଗେଇ ଡରେଇ ଧମକେଇ ଦୁଷ୍କର୍ମ କରି ଚାଲିଥିଲା ଶ୍ଵଶୁର । ଯେମିତି ନିଜ ବିବେକ ଓ ମାନବିକତାକୁ ଭୁଲି ଯାଇ ଶ୍ଵଶୁର ଅମଣିଷ ପାଲଟି ଯାଇଥିଲା । ନିଜ ଝିଅ ଭଳି ନୂଆ ବୋହୂର ୧୫ ଦିନ ଧରି ଲଗାତାର ସେ ଦୁଷ୍କର୍ମ କରି ଚାଲିଥିଲା ।

ଏମିତିକି ଶ୍ଵଶୁର ବୋହୂ ଠାରୁ ମୋବାଇଲ ଛଡେଇ ମଧ୍ୟ ରଖି ଦେଇଥିଲା । ହେଲେ ବିଶ୍ଵକର୍ମା ପୂଜା ଦିନ ଶ୍ଵଶୁର ଭୁଲବଶତଃ ବୋହୂ ରୁମ୍ ରେ ମୋବାଇଲ ରଖି ଚାଲି ଯାଇଥିଲା । ସୁଯୋଗ ପାଇ ବୋହୂ ନିଜର ବଡ ଭଉଣୀଙ୍କୁ ଫୋନ କରି ଏକଥା ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ଏହାପରେ ଧାମନଗର ଥାନା ଅଞ୍ଚଳରୁ ପାହାଡପୁର ଗାଁରୁ ପୀଡ଼ିତାଙ୍କ ବାପା ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ମଙ୍ଗଳପୁର ଥାନାରେ ଶ୍ଵଶୁରଙ୍କ ନାଁରେ ଏତଲା ଦେଇଛନ୍ତି । ମଙ୍ଗଳପୁର ପୋଲିସ ମଧ୍ୟ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ମହିଳାଙ୍କ ସ୍ଵାମୀ ଅନେକ ଦିନରୁ ଘରକୁ ଆସୁ ନଥିବା ବେଳେ ଆଉ ତାଙ୍କୁ ରଖିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ ।

ଯାହାକୁ ନେଇ ଘରେ ଅଶାନ୍ତି ଦେଖା ଦେଇଥିବା ବେଳେ ଶ୍ଵଶୁର ରାଗରେ ବୋହୂ ସହ ଏମିତି କରିଥିବା କଥା ପ୍ରକାଶ କରିଛନ୍ତି ବୋହୂ । ତେବେ ଆଗକୁ ତଦନ୍ତ ହେଲେ ଯାଇ ପ୍ରକୃତ ସତ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।