ନଡିଆ ତେଲରେ କେବଳ ଏହି 1 ଜିନିଷ ମିଶାଇ ଲଗାନ୍ତୁ, ବାଳ ଏତେ କଳା ହେଇଯିବ କି ହେୟାର ଦାଇ ବି ଭୁଲିଯିବେ ! -Hair Care at Home

ନମସ୍କାର ବନ୍ଧୁଗଣ । ଆଜିକାଲି ଛୋଟ ପିଲାଙ୍କର କେଶ ଧଳା ହେବାରେ ଲାଗିଛି । ବିଶେଷ କରି ଆଜିକାଲି ମାର୍କେଟରେ ମିଳୁଥିବା ଶ୍ୟାମ୍ପୋ ବ୍ୟବହାର କରିବା ଦ୍ଵାରା ଧଳା କେଶ ଦେଖା ଯାଉଛି ।

ଆଜି ଆମେ ଆପଣ ମାନଙ୍କୁ ପାଇଁ ଏମିତି ଏକ ତେଲ ନେଇ ଆସିଛୁ ଯାହାକୁ ବ୍ୟବହାର କରିଲେ ଧଳା କେଶ ହେବ ନାହି । ଏହା ବ୍ଯତୀତ ଯଦି କେଶ ଝଡୁଥାଏ ତାହା ମଧ୍ୟ ବନ୍ଦ ହୋଇଯିବ । ଏହି ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସାମଗ୍ରୀର ଆବଶ୍ୟକତା ରହିଛି କଳାଜୀରା ଯାହାର ବ୍ୟବହାର କରିବା ଦ୍ଵାରା କେଶ କଳା ହେବା ସହ ଝଡିବା ମଧ୍ୟ ବନ୍ଦ ହୋଇଥାଏ । କଳାଜୀରାକୁ ୨ ଚାମଚ ନିଅନ୍ତୁ ।

ଏହାକୁ କିଛି ସମୟ ଯାଏଁ ଭାଜିବା ପରେ ଏଥିରେ ଲବଙ୍ଗ ୪ରୁ ୫ ଟି ନିଅନ୍ତୁ । ଏହା ପରେ ଏହା ଭାଜି ହେବା ପରେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ କର୍ପୁରର ଆବଶ୍ୟକତା ରହିଛି ଯାହା ଆମ କେଶକୁ ମଜବୁତ କରିବାରେ ସାହାଜ୍ଯ କରିଥାଏ ।

କେଶକୁ କଳା କରିବାରେ ମଧ୍ୟ କର୍ପୁର ସାହାଜ୍ଯ କରିଥାଏ । ଏହା ପରେ କର୍ପୁରକୁ ଭଲ ଭାବେ ଗୁଣ୍ଡ କରିଦେବେ । ଏହା ପରେ ନଡିଆ ତେଲକୁ ଏକା ପାଟରେ ନେଇ ଏହାକାଉ ହାଲକା ଗରମ କରନ୍ତୁ । ଏହା ପରେ ତେଲକୁ ଅନ୍ୟ ପାତ୍ରରେ ବାହାର କରି ସେଥିରେ କଳାଜୀରା, ଲବଙ୍ଗ ଓ କର୍ପୁରର ଗୁଣ୍ଡକୁ ମିଶାନ୍ତୁ । ଏହା ପରେ ଏହି ତେଲକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ରାତିରେ ଏହି ତେଲକୁ ଘୋଡାଇ ରଖନ୍ତୁ ।

ସକାଳେ ଏହାକୁ ଏକ କପଡା ଦ୍ଵାରା ଛାଣି ନିଅନ୍ତୁ । ଏହା ପରେ ଏହି ତେଲରେ ଭିଟାମିନ-ଇ କ୍ୟାପସୁଲ ପକାନ୍ତୁ । ଭିଟାମିନ-ଇ କ୍ୟାପସୁଲ କେଶକୁ ପୋଷଣ ଓ ନ୍ୟୁଟ୍ରେସନ ଦେଇଥାଏ । ଏହା ଛଡା କେଶର ବୃଦ୍ଧି କରିବାରେ ମଧ୍ୟ ଭିଟାମିନ-ଇ ସାହାଜ୍ଯ କରିଥାଏ । ଏହା କେଶ ଝଡିବା ମଧ୍ୟ ବନ୍ଦ କରିଥାଏ । ଭିଟାମିନ- ଇ ର ୪ଟି କ୍ୟାପୁସୁଲ କାଟି ଏହି ତେଲରେ ମିଶାନ୍ତୁ । ଏହା ପରେ ବ୍ଲାକ ସିଡ ତେଲ ପ୍ରସ୍ତୁତ ହୋଇଯିବ । ଏହି ତେଲକୁ ମହିଳା ବା ପୁରୁଷ ଯାହାଙ୍କର କେଶ ଝଡିବା ହେଉ ବା ଧଳା ହେବ ହେଉ ବ୍ୟବହାର କରି ପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ତେଲର ବ୍ୟବହାର କିପରି କରିବା । ଏହି ତେଲକୁ କେଶରେ ଲଗାଇବା ପୂର୍ବରୁ ଭଲ ଭାବେ ଗରମ କରନ୍ତୁ । ଏହା ପରେ ତେଲକୁ କେସର ମୂଳ ଯାଏଁ ଭଲ ଭାବେ ଲଗାନ୍ତୁ । ଏହି ତେଲକୁ କେଶରେ ଲଗାଇ ଭଲ ଭାବେ ଚମ୍ପି କରନ୍ତୁ । ରାତିରେ ଏହି ତେଲ ଲଗାଇ ରଖନ୍ତୁ । ଏହା ପରେ ସକାଳେ କେଶ ଧୋଇ ଦେବେ । ଏହିପରି ଭାବେ ବ୍ଲକ ସିଡ ତେଲର ବ୍ୟବହାର କରିଲେ କେଶ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।