ନବୀନ ଆଡାକୁ ଦେଖି ହାତୀ ଘୋଡା ଗଲେ ଯାତରା ଦେଖି, ସେ ଖାଲି ହାବୁଡେ ପଡନ୍ତେ ମୋର… ସଫେଇକର୍ମୀ ମାଉସୀ ଦେଲେ କଡା ଜବାବ, ଦେଖନ୍ତୁ video

ଏଥର ରାସ୍ତାଘାଟରୁ ଅଳିଆ ଉଠିବନି କି ସହର ଆଉ ଚକଚକ୍ ଦିଶିବନି । କାରଣ ରାଜ୍ୟର ବିଭିନ୍ନ ସହରରେ ସଫେଇ କରୁଥିବା କର୍ମଚାରୀ ମାନେ ଝାଡୁ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିରେ ସାମିଲ ଅଛନ୍ତି କଟକ, ନୟାଗଡ, ଜଗତସିଂପୁର ଏବଂ ଭୁବନେଶ୍ବର ଭଳି ପ୍ରମୁଖ ସହରର ସଫେଇ କର୍ମଚାରୀ । ସମସ୍ତେ ଆସି ବିଧାନସଭା ସମୁଖରେ ଏକାଠି ହୋଇଛନ୍ତି । ସେମାନଙ୍କ ଦରମାରେ ବୃଦ୍ଧି ନହେଲେ ସେମାନେ ଝାଡୁ ଧରିବେନି କି ସଫେଇ କରିବେନି ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ତେବେ ଦୈନିକ ଦରମା 600 ଟଙ୍କାକୁ ବୃଦ୍ଧି, ଗରିମା ଯୋଜନା କାର୍ଯ୍ୟକାରୀ କରିବା ଏବଂ ସ୍ଥାୟୀ ନିଯୁକ୍ତି ଦାବି ନେଇ ସଫେଇ କର୍ମଚାରୀ ସଂଘ ରାଜରାସ୍ତାକୁ ଓହ୍ଲାଇଛି । ଯେଉଁ କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ସଫେଇ କାମ ବନ୍ଦ କରିବାକୁ ସଂଘ ନିର୍ଦ୍ଦେଶ ଦେଇଛି । ନିଜର ଅଧିକାର ଦାବିରେ ସଂଘ “ଝାଡୁ ଛାଡ” ଆନ୍ଦୋଳନ ଘୋଷଣା କରିଛି । ଏନେଇ ଓଡିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘର ସଭାପତି ମୋହନ ନାୟକ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି କି, ଆମେ ପରିବେଶକୁ ସଫା ରଖୁଛୁ ଓ ସମସ୍ତଙ୍କୁ ସୁସ୍ଥ ରଖୁଛୁ । କିନ୍ତୁ ସରକାର ଜାଣିଶୁଣି ଆମକୁ ଅସୁସ୍ଥ କରୁଛନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କର ତିନୋଟି ଦାବି ପୂରଣ ନହେବ ସେମାନେ ଝାଡୁ ଛାଡ ଆନ୍ଦୋଳନ ଜାରି ରଖିବେ । ଏନେଇ ଜଣେ ସଫେଇ କର୍ମୀ ମାଉସୀ ମଧ୍ୟ ବେଶ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ମାଉସୀଜଣକ କହିଛନ୍ତି କି, ସେମାନଙ୍କୁ ମିଳୁଥିବା ପାରିଶ୍ରମିକରେ ପରିବାର ଚଳିବା ମୁସ୍କିଲ ହୋଇଯାଉଛି ।

ଲୋକେ କଣ୍ଟ୍ରୋଲ ଚାଉଳ ଖାଇ କୋଢିଆ ହେଇଗଲେଣି । ଗ୍ଯାସ, ତେଲ, ସାବୁନ ସବୁ ସାମଗ୍ରୀର ରେଟ୍ ବଢିଗଲାଣି ହେଲେ ଆମ ଦରମା ବଢୁନି । ପେଟ ହେଉଛି ଧାକୁସାକୁ, ନିଦ ମାଡୁଛି କାହାକୁ । ଏମିତି କାମ କରିକି ଆମେ ଉଠୁନୁ କି ବସୁନୁ ଗୋଦରା ଗୋଡକୁ ଘଷୁନୁ । ସରକାର ଆମ କଥା କିଛି ବୁଝି ନାହାନ୍ତି ବରଂ ଆମକୁ ଅବହେଳା କରୁଛନ୍ତି ବୋଲି ମାଉସୀ ଜଣକ କହିଛନ୍ତି । ଆମ ଦାବି ପାଇଁ ଆମେ ଖରାରେ ଏଠି ଛଟପଟ ହେଉଛୁ । ପେଟରେ ଦାନା ଟିକେ ପଡିନି ।

କେତେ ବଡ କରୋନାରେ ଆମେ ଛେପ ଖଙ୍କାର ସବୁ ସଫା କରୁଥିଲୁ । ଲୋକେ ଓଲଟା ଛୁଅଁନା କହି ବାରଣ କରୁଥିଲେ । ଗତ ଦୁଇଦିନ ହେଲା ସଫେଇ କର୍ମଚାରୀ ସଂଘ ଆନ୍ଦୋଳନରେ ବସିଥିବା ବେଳେ ସରକାର ସେମାନଙ୍କ ଦାବି ପୂରଣ କରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।