18 ବର୍ଷରୁ କମ୍ ବୟସର ଗାଡିଚାଳକଙ୍କ ପାଇଁ କଡା ହେଲା ନିୟମ, 25 ହଜାର ଜୋରିମାନା ସହ 25 ବର୍ଷ ଯାଏଁ ମିଳିବନି ଗାଡି ଲାଇସେନ୍ସ !

ଗାଡି ଚାଳନାକୁ ନେଇ ବଡ ପଦକ୍ଷେପ ନେଇଛି ପରିବହନ ବିଭାଗ । ଏଣିକି ନାବାଳକ ଏବଂ ନାବାଳିକା ଅର୍ଥାତ 18 ବର୍ଷ ରୁ କମ୍ ବୟସ ଥିବା ପିଲାମାନେ ଗାଡି ଚଳାଇ ପାରିବେନି । ଯଦି ସେମାନେ ଗାଡି ଚଳାଇବେ ତେବେ ପରିବହନ ବିଭାଗ ହାତରେ ଧରାପଡିଲେ ଅଭିଭାବକଙ୍କୁ 25 ହଜାର ଟଙ୍କାର ଜୋରିମାନା ଭରିବାକୁ ପଡିବ । ଖାଲି ସେତିକି ନୁହେଁ ବରଂ ତାଙ୍କ ଗାଡିକୁ ମଧ୍ୟ ଜବତ କରାଯିବ । ତେବେ ଗତକାଲି ଠାରୁ ଏନେଇ ଚେକିଂ ଆରମ୍ଭ ହୋଇ ସାରିଥିବା ବେଳେ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହା ଚଲିବ ।

ଆଜିକାଲି ଅଧିକାଂଶ ନାବାଳକମାନେ ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି । ତେଣୁ ପରିବହନ ବିଭାଗ ପକ୍ଷରୁ ଏଭଳି କଡା ନିଷ୍ପତ୍ତି ନିଆଯାଇଛି । କଟକ ଏବଂ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଛି । 18 ବର୍ଷରୁ କମ୍ ଗାଡିଚାଳକଙ୍କୁ ଧରିବା ସହ ସେମାନଙ୍କ ଅଭିଭାବକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଆଉ ସବୁଠୁ ବଡ କଥା ହେଲା, ଗାଡି ଚଲାଉଥିବା ବେଳେ ଧରା ପଡିଥିବା ନାବାଳକ ଏବଂ ନାବାଳିକାଙ୍କ ସଂପୂର୍ଣ୍ଣ ଡାଟା ସାରଥି ଡାଟାବେସରେ ଅଫଲୋଡ କରାଯିବ ।

ଏମିତି ହେଲେ ଉକ୍ତ ନାବାଳକ କିମ୍ବା ନାବାଳିକାଙ୍କୁ 25 ବର୍ଷ ହେବା ଯାଏଁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ନାହିଁ । ତେବେ ପରିବହନ ବିଭାଗର ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ଏନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଆଉ କିଛି ଲୋକ ଏଭଳି ନିୟମ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ।

18 ବର୍ଷ ନ ହେବା ଯାଏଁ ପିଲାଙ୍କୁ ଗାଡି ଦେବା ଉଚିତ ନୁହେଁ । ପରିବହନ ବିଭାଗ ଖୁବ ଭଲ ପଦକ୍ଷେପ ନେଇଛି ବୋଲି କିଛି ଲୋକ କହୁଛନ୍ତି । ତେବେ ଗତକାଲି ଭୁବନେଶ୍ବରରେ ଜଣେ ନାବାଳକ ଗାଡି ଚଲାଉଥିବା ବେଳେ ଧରା ପଡିଥିବା ପରେ ଏନେଇ ଅଭିଭାବକ କହିଛନ୍ତି କି ଏହା ବହୁତ ଭଲ ଶିକ୍ଷା । ଆମେ ସଚେତନ ହେଳୁ ଏଥର ପିଲାକୁ ଆଉ ଗାଡି ଦେବୁନାହିଁ । ତାଙ୍କ ପୁଅ ମାତ୍ର ଏକ କିଲୋମିଟର ଭିତରେ ଅଟା ପାଇଁ ଯାଇଥିଲା । ଆଉ ସେତିକି ଭିତରେ ପୋଲିସ ହାତରେ ଧରା ପଡି ଯାଇଥିଲା ।

ତେବେ ତାଙ୍କ ବାପା କହିଛନ୍ତି କି, ପୁଅକୁ 18 ବର୍ଷ ହେଇଯାଇଛି ହେଲେ ଡ୍ରାଇଭିଂ ଲାଇସେନ୍ସ ହୋଇନାହିଁ । ତେଣୁ ଆଗକୁ ଏନେଇ ସଚେତନ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।