Azex ଲଭଲାଇଫକୁ ନେଇ ବହୁତ ଟେନସନରେ ଥିଲା ହେଲେ କାହାକୁ ଜଣାଉ ନଥିଲା, ଯଦି ତା’ର ତିନିଟା ପ୍ରେମିକା ଥିଲେ ତେବେ… ଦେଖନ୍ତୁ video

ସୁପରିଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆ-ତ୍ମ-ହ-ତ୍ୟା ମାମଲାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ଆଜେକ୍ସଙ୍କ ମୃ-ତ୍ୟୁ-କୁ ପ୍ରାୟ 12 ଦିନ ବିତିଗଲାଣି ଆଉ ଏନେଇ ଏବେବି ତଦନ୍ତ ଜାରି ରଖିଛି ପୋଲିସ । ଆଜେକ୍ସଙ୍କ ଏକଦଶାହରେ ଶୋକ ସଭାର ଆୟୋଜନ କରା ଯାଇଥିଲା ଓ ଏଥିରେ ତାଙ୍କ ପରିବାର ସମେତ ବନ୍ଧୁ ପରିଜନ ସମସ୍ତେ ଯୋଗ ଦେଇଥିଲେ । ଡିଜେ ଆଜେକ୍ସ ବହୁତ ଖୁସମିଜାଜ ର ଯୁବକ ଥିଲେ ଓ ସବୁବେଳେ ହସ ହସ ମୁହଁ ରହୁଥିଲା ।

ତାଙ୍କର ଜଣେ ବାନ୍ଧବୀ କହିଛନ୍ତି କି, ସେ ଡିଜେ ଆଜେକ୍ସଙ୍କ ସହ ଏକାଠି କାମ କରିଛନ୍ତି । ଆଜେକ୍ସ ଥରେ ଷ୍ଟେଜକୁ ଚଢିଲେ ମାନେ ଦର୍ଶକଙ୍କୁ ଏକଦମ ବାନ୍ଧିକରି ରଖୁଥିଲେ ଓ ମଞ୍ଚ ଦୋହଲାଇ ଦେଇଥିଲେ । ସେ ପ୍ରଥମେ ଭାବିଥିଲେ କି ଆଜେକ୍ସ ଏତେ ବଡ ଡିଜେ ବହୁତ ଭାଓ ଖାଉଥିବେ । ହେଲେ ଡିଜେ ଜମାରୁ ଯେମିତି ନଥିଲେ । ସେ ସମସ୍ତଙ୍କ ସହ ଖୁବ ସହଜରେ ମିଶି ଯାଉଥିଲେ ଓ ହସ ମଜାକ କରୁଥିଲେ ।

ସାଧାରତଃ ମଧ୍ୟବିତ୍ତ ପରିବାରରେ ଅନେକ ଟେନସନ ରହିଥାଏ । ହେଲେ ଡିଜେ ଆଜେକ୍ସ କେବେବି ସେସବୁକୁ ବାହାରକୁ ଦିଶିବାକୁ ଦେଉ ନଥିଲେ । ଆଜେକ୍ସ ଏତେ ବଡ ପଦକ୍ଷେପ ନେବେ ବୋଲି ବିଶ୍ବାସ ହେଉନି । କିନ୍ତୁ ଏହା ସତ ଆଉ ଦୁଃଖର ବିଷୟ ଯେ ଆଜେକ୍ସ ଆଉ ଗହଣରେ ନାହାନ୍ତି ।

ତେବେ ଡିଜେ ଆଜେକ୍ସଙ୍କ ପ୍ରେମିକା କହିଛନ୍ତି କି, ଆଜେକ୍ସଙ୍କର ତିନି ତିନିଟା ପ୍ରେମିକା ଥିଲେ । ଏନେଇ ତାଙ୍କ ବାନ୍ଧବୀ କହିଛନ୍ତି ଯଦି ତିନିଟା ପ୍ରେମିକା ଥିଲେ ତେବେ ସେମାନେ କାହାନ୍ତି । ଆଜେକ୍ସ କେବଳ ଜିଜ୍ଞାସା ସହ ଫଟୋ ଉଠାଉଥିଲା ଓ ଜନ୍ମଦିନ ପାଳୁଥିଲା । ତିନିଟା ଗାର୍ଲଫ୍ରେଣ୍ଡ କଥା ଏକଦମ ମିଛ । ସେ ଯାହା ବି ହେଉ ଆଜେକ୍ସଙ୍କୁ ଏଭଳି ପଦକ୍ଷେପ ନେବା ବିଲକୁଲ ଉଚିତ ନଥିଲା ।

ଏବେ ଯାଏଁ ଜିଜ୍ଞାସା ମଧ୍ୟ ସାମ୍ନାକୁ ଆସୁନାହାନ୍ତି କି କିଛି କହୁନାହାନ୍ତି। ଆମେ ସମସ୍ତେ ଆଜେକ୍ସଙ୍କ ବିଷୟରେ ଶୁଣିଛୁ ଓ ଜାଣିଛୁ । ହେଲେ ଜିଜ୍ଞାସା ବି ସାମ୍ନାକୁ ଆସି ସତ କହିବା ଉଚିତ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।