ମୃ-ତ୍ୟୁ-ବ-ର-ଣ କରିଥିବା ଲୋକପ୍ରିୟ ଓଡିଆ ଅଭିନେତା ଓ ଅଭିନେତ୍ରୀ, ସବୁଠୁ କମ୍ ବୟସରେ ପ୍ରାଣ ହରାଇଥିଲେ ଏହି କଳାକାର !

ଆଜି ଆମେ ଆପଣଙ୍କୁ ଏଭଳି କିଛି ପ୍ରତିଭାବାନ ଓଡିଆ କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି । ଏହି କଳାକାର ମାନେ ଯଦି ଥାଆନ୍ତେ ତେବେ ଆଜି ହୁଏତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କିଛି ଭିନ୍ନ ଥାଆନ୍ତା । ଅଭିନେତା ବିଜୟ ମହାନ୍ତି ନାୟକ, ଖଳନାୟକ, ବାପା ଓ ଭାଇ ଆଦି ଭୂମିକାରେ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଥିଲେ । ସେ 8 ଏପ୍ରିଲ 1950 ରେ ଜନ୍ମଗ୍ରହଣ କରିଥିବା ବେଳେ 70 ବର୍ଷ ବୟସରେ 20 ଜୁଲାଇ 2020ରେ ତାଙ୍କର ଦେହାନ୍ତ ହୋଇଥିଲା ।

ସେହିଭଳି ସମସ୍ତଙ୍କୁ ହସେଇଥିବା ଓ କନ୍ଦେଇଥିବା ଦିଗଜ ଅଭିନେତା ମିହିର ଦାସ 11 ଫେବୃୟାରୀ 1959 ରେ ଜନ୍ମଗ୍ରହଣ କରିଥିଲେ ଏବଂ 62 ବର୍ଷ ବୟସରେ 11 ଜାନୁୟାରୀ 2022 ରେ ତାଙ୍କର ପରଲୋକ ହୋଇଥିଲା । ସେହିଭଳି ଦୁର୍ଦ୍ଦାନ୍ତ ଖଳନାୟକ ହର ପଟ୍ଟନାୟକଙ୍କ ଜନ୍ମ 12 ଅକ୍ଟୋବର 1958 ଏବଂ ମୃ-ତ୍ୟୁ 13 ଜାନୁୟାରୀ 2015 । ମୃ-ତ୍ୟୁ ବେଳକୁ ତାଙ୍କ ବୟସ 57 ବର୍ଷ ହୋଇଥିଲା ।

ସେହିପରି ଖଳନାୟକ ରାଇମୋହନ ପରିଡା 10 ଜୁଲାଇ 1963 ରେ ଜନ୍ମଗ୍ରହଣ କରିଥିବା ବେଳେ 24 ଜୁନ୍ 2022 ରେ ଭୁବନେଶ୍ବର ସ୍ଥିତ ବାସଭବନରେ ଆତ୍ମହତ୍ୟା କରି ଜୀବନ ହାରିଥିଲେ । ମୃତ୍ୟୁ ବେଳକୁ ରାଇମୋହନଙ୍କୁ 59 ବର୍ଷ ବୟସ ହୋଇଥିଲା ।

ଓଲିଉଡର ଆଉ ଜଣେ ଆଗଧାଡିର ଖଳନାୟକ ମୀନକେତନ 7 ସେପ୍ଟେମ୍ବର 1961 ରେ ଜନ୍ମଗ୍ରହଣ କରିଥିଲେ ଓ 3 ଜୁନ୍ 2017 ରେ 56 ବର୍ଷ ବୟସରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଅଭିନେତା ଦୁଃଖିରାମ ସ୍ଵାଇଁଙ୍କ ଜନ୍ମ 1925 ରେ ହୋଇଥିବା ବେଳେ 1995 ରେ ତାଙ୍କର ମୃ-ତ୍ୟୁ ହୋଇଥିଲା ଏବଂ ସେତେବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ସେହିପରି ଅଭିନେତ୍ରୀ ଅନିତା ଦାସଙ୍କ ଜନ୍ମ 1953 ରେ ଓ 65 ବର୍ଷ ବୟସରେ 2018 ରେ ମୃ-ତ୍ୟୁ ହୋଇଥିଲା ।

ଅଭିନେତ୍ରୀ ସାନ୍ତ୍ଵନା ପରିଜାଙ୍କ ଜନ୍ମ 1962 ରେ ମୃ-ତ୍ୟୁ 2014 ରେ ହୋଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ବୟସ ହୋଇଥିଲା । ଅଭିନେତ୍ରୀ ମାମିନା ଶତପଥୀଙ୍କ ଜନ୍ମ 1967 ମସିହା ଓ ମୃ-ତ୍ୟୁ 2014 ମସିହା । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିଲା ।

ସେହିପରି ଓଡିଶାର ପ୍ରଥମ ନାୟିକା ଅଭିନେତ୍ରୀ ଗ୍ଲୋରିଆ ମହାନ୍ତିଙ୍କ ଜନ୍ମ 1932 ଏବଂ 2014 ରେ 82 ବର୍ଷ ବୟସରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ସେହିପରି ଓଡିଶାର ପ୍ରଥମ ମହିଳା ପ୍ରଯୋଜିକା ପାର୍ବତୀ ଘୋଷଙ୍କ ଜନ୍ମ 1933 ରେ ହୋଇଥିବା ବେଳେ 84 ବର୍ଷ ବୟସରେ 2018 ରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ଅଭିନେତା ଅଜିତ ଦାସଙ୍କ ଜନ୍ମ 1949 ଓ 71 ବର୍ଷରେ 2020 ରେ ମୃ-ତ୍ୟୁ । ସଲିଳ ମିତ୍ରଙ୍କ ଜନ୍ମ 7 ଏପ୍ରିଲ 1967 ଓ ମୃ-ତ୍ୟୁ 4 ଜୁନ 2019 । ସେତେବେଳକୁ ତାଙ୍କୁ 52 ବର୍ଷ ହୋଇଥିଲା । ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଜନ୍ମ 1973 ଓ ମୃତ୍ୟୁ 2022 । ସେତେବେଳକୁ ତାଙ୍କୁ 49 ବର୍ଷ ହୋଇଥିଲା ।

ଅଭିନେତ୍ରୀ ରାଜେଶ୍ଵରୀ ରାୟଙ୍କ ଜନ୍ମ 1985 ରେ ଓ ମୃତ୍ୟୁ 2022 । କ୍ୟାନ୍ସରରେ ପୀଡିତ ହୋଇ ମାତ୍ର 37 ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ । ସେହିପରି ଲୋକପ୍ରିୟ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଜନ୍ମ 1985 ରେ ହୋଇଥିବା ବେଳେ କ୍ୟାନ୍ସରରେ ପୀଡିତ ହୋଇ 2020ରେ ମାତ୍ର 35 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିଭଳି ଗତ ମାର୍ଚ୍ଚ 1 ତାରିଖରେ ଅନ୍ଯତମ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ମଧ୍ୟ ମାତ୍ର 45 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।