2 ଟଙ୍କିଆ ଓ 10 ଟଙ୍କିଆ କଏନକୁ ନେଇ ବିବାଦ ! ମୁଦ୍ରା ପଛର କାହାଣୀ 99% ଲୋକଙ୍କୁ ଜଣାନାହିଁ, RBI ବନ୍ଦ କଲା ନିର୍ମାଣ !

କଏନ୍ ଗୁଡିକ ଆରମ୍ଭରୁ ମୁଦ୍ରା ଭାବେ ବ୍ୟବହୃତ ହୋଇଆସୁଛି । ପରେ ଏଥିରେ ପରିବର୍ତ୍ତନ ହୋଇ ନୋଟ୍ ତିଆରି ହେବା ଆରମ୍ଭ ହୋଇଥିଲା । ତଥାପି ମୁଦ୍ରାର ପ୍ରଚଳନ ଜାରି ରହିଛି । ସ୍ଵାଧୀନତା ପରଠାରୁ ଭାରତୀୟ ମୁଦ୍ରାରେ ବହୁତ ପରିବର୍ତ୍ତନ ହୋଇ ଆସୁଛି । ଦେଶରେ ବିଭିନ୍ନ ମୂଲ୍ୟର ନୂଆ ନୂଆ ମୁଦ୍ରା ଜାରି ହେବା ସହ ଆବଶ୍ୟକ ପଡିଲେ ସେ ସବୁରେ ପରିବର୍ତ୍ତନ ମଧ୍ୟ କରା ଯାଉଥିଲା । ଗତ କିଛି ବର୍ଷ ମଧ୍ୟରେ ମୁଦ୍ରା ଗୁଡିକର ଡିଜାଇନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଏହି କ୍ରମରେ ଦୁଇ ଟଙ୍କିଆ ପରିବର୍ତ୍ତନ କରାଯାଇ ବଜାରରେ ନୂତନ ଡିଜାଇନ ର ମୁଦ୍ରା ଲଞ୍ଚ ହୋଇଥିଲା । ହେଲେ 2 ଟଙ୍କିଆ ଓ 10 ଟଙ୍କିଆ ମୁଦ୍ରାର ଡିଜାଇନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମୁଦ୍ରା ଗୁଡିକ ଆମେ ସମସ୍ତେ ବ୍ୟବହାର କରୁଥିଲେ ମଧ୍ୟ ଏହା ପଛରେ ଥିବା କାହାଣୀ ଖୁବ କମ୍ ଲୋକ ଜାଣିଛନ୍ତି । ଏପିକ୍ ଚ୍ଯାନେଲର ଏକ ଡକ୍ୟୁମେଣ୍ଟ୍ରି ଅନୁଯାୟୀ, 2006 ମସିହାରେ ରିଜଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ନୂଆ ଡିଜାଇନ ର 2 ଟଙ୍କିଆ ମୁଦ୍ରା ତିଆରି କରିଥିଲା ।

ଏହି ମୁଦ୍ରାର ବିଶେଷତ୍ଵ ହେଲା ଏହାର ପଛ ପାର୍ଶ୍ଵରେ କିଛି ଗାର ଥିଲା, ଯାହା ପରସ୍ପରକୁ ଛକି କରୁଥିଲା । ଏହାସହ ଏହି ମୁଦ୍ରାରେ ଚାରୋଟି ବିନ୍ଦୁ ମଧ୍ୟ ରହିଥିଲା । ସେହିପରି ସମାନ ଡିଜାଇନର 10 ଟଙ୍କିଆ ମୁଦ୍ରା ମଧ୍ୟ ତିଆରି କରା ଯାଇଥିଲା । RBI ର କହିବା ଅନୁଯାୟୀ ଏହି ଚାରୋଟି ଧାଡି ଭିନ୍ନ ଭିନ୍ନ ଲୋକଙ୍କ ଏକଟାର ଭାବ ପ୍ରତିପାଦତ କରେ ।

ହେଲେ ଏହି ମୁଦ୍ରାକୁ ଲୋକେ ବାରଣ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ଏତେ ଛୋଟ କଥା ପାଇଁ ମୁଦ୍ରାକୁ କାହିଁକି ବାରଣ କରା ଯାଇଥିଲା ? ବାସ୍ତବରେ ସେହି ଡିଜାଇନ ହିଁ ଏହି ମୁଦ୍ରା ବନ୍ଦ ହେବାର ପ୍ରକୃତ କାରଣ ଥିଲା । କାରଣ ଏହି ଡିଜାଇନକୁ ନେଇ ଅନେକ ବିବାଦ ମୁଣ୍ଡ ଟେକି ଥିଲା । ତେଣୁ RBI ବାଧ୍ୟ ହୋଇ ଏହି ମୁଦ୍ରା ବନ୍ଦ କରିଥିଲା ।

ମୁଦ୍ରାଟି ଖ୍ରୀଷ୍ଟ ଧର୍ମର କ୍ରଶକୁ ସୂଚାଉଛି ବୋଲି ଅନେକ ଲୋକ ଆପତ୍ତି କରିଥିଲେ । ସେହି କାରଣରୁ ଏହି ମୁଦ୍ରା ଗୁଡିକ ଅଧିକ ପ୍ରଚଳିତ ହୋଇ ପାରିଲା ନାହିଁ ଓ ମୁଦ୍ରା ଗୁଡିକର ନିର୍ମାଣ ବନ୍ଦ ହୋଇଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।