ସାମାନ୍ଯ ଭୁଲ ପାଇଁ ଏବେ ବ୍ଯାଙ୍କ ଗଣିବ 40 ହଜାର ! ଏଭଳି ଗ୍ରାହକଙ୍କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା, ଦେଖନ୍ତୁ video

ଗ୍ରାହକଙ୍କ ଆକାଉଣ୍ଟରୁ ମାତ୍ର 189/- ଟଙ୍କା କାଟିବା ବ୍ଯାଙ୍କ ପାଇଁ ପଡିଲା ମହଙ୍ଗା । ଏଥିପାଇଁ ଏବେ ବ୍ଯାଙ୍କକୁ ଗଣିବାକୁ ପଡିବ 40 ହଜାର ଟଙ୍କା । ଆଜ୍ଞା ହଁ, ଏକ ମାମଲାର ଶୁଣାଣି କରି ନୟାଗଡ କଞ୍ଜୁମର କୋର୍ଟ କିଛି ଏଭଳି ରାୟ ଶୁଣାଇଛନ୍ତି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଗ୍ରାହକଙ୍କ ବୁଦ୍ଧି ଓ ସାହାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଗ୍ରାହକଙ୍କ ନାମ ହେଉଛି ଆଲୋକ ରଞ୍ଜନ ମାନସିଂ ଓ ତାଙ୍କ ଘର ନୟାଗଡର ବୋଲଗଡ ବ୍ଲକରେ ।

ତାଙ୍କ ଆକାଉଣ୍ଟରୁ 189 ଟଙ୍କା କାଟିବା ଯୋଗୁଁ HDFC ବ୍ଯାଙ୍କ ଉପରେ 40 ହଜାର ଟଙ୍କା ଜୋରିମାନା ପଡିଛି । ଆଲୋକ 2016 ମସିହାରେ HDFC ବ୍ଯାଙ୍କରୁ ଏକ କାର୍ ଲୋନ୍ ନେଇଥିଲେ । ଯାହାକି ତାଙ୍କୁ ତିନିବର୍ଷ ଭିତରେ ତଥା ଡିସେମ୍ବର 2016 ରୁ ଡିସେମ୍ବର 2019 ଯାଏଁ ସୁଝିବାର ଥିଲା । ସେ ନିୟମିତ ପ୍ରତି ମାସ 5 ତାରିଖରେ କିସ୍ତି ଭରୁଥିଲେ । କିନ୍ତୁ ଜାନୁୟାରୀ 2019 ରେ କୌଣସି କାରଣବଶତଃ ସେ ଠିକ ତାରିଖରେ ଋଣ ଟଙ୍କା ପଇଠ କରିପାରି ନଥିଲେ ।

ହେଲେ ପରେ ଜାନୁୟାରୀ 17 ତାରିଖରେ ସେ ଟଙ୍କା ଯୋଗାଡ କରି HDFC ବ୍ଯାଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲେ ଓ ଟଙ୍କା କେମିତି ଡିପୋଜିଟ କରିବେ ପଚାରି ବୁଝିଥିଲେ । କ୍ୟାଶ ଦେଲେ ସମୟ ଲାଗିପାରେ ବୋଲି ମ୍ୟାନେଜର ତାଙ୍କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ କିସ୍ତି ଦେବାକୁ କହିଥିଲେ ।

ତେଣୁ 18 ଜାନୁୟାରୀ ଦିନ ଆଲୋକ ଫାଇନ ସହ କିସ୍ତି ଟଙ୍କା ଭରିଥିଲେ । ହେଲେ ବ୍ଯାଙ୍କ 19 ତାରିଖ ଦିନ ସେହି ବ୍ଯାଙ୍କରେ ଥିବା ତାଙ୍କ ସେଭିଙ୍ଗ ଆକାଉଣ୍ଟରୁ ସମାନ 12366 ଟଙ୍କା କାଟିଥିଲେ । ଆଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ବ୍ଯାଙ୍କ ମ୍ୟାନେଜଙ୍କୁ ଯାଇ ପଚାରିଥିଲେ । ଆକାଉଣ୍ଟ ୱିଥହେଲ୍ଡ ଥିଲା ଏବଂ ଡିଟେଲ୍ସ ପାଇଁ ନୟାଗଡ ବ୍ରାଞ୍ଚ କଣ୍ଟାକ୍ତ କରିବା ପାଇଁ ସେ କହିଥିଲେ । ସେଠାରେ ଯାଇ ଜଣାଇବା ପରେ ସେମାନେ କହିଥିଲେ କି ଠିକ ଅଛି ଟଙ୍କା ଆପଣଙ୍କୁ ଫେରି ଆସିବ ।

କିନ୍ତୁ ତାଙ୍କୁ 24 ଦିନ ପରେ ଅର୍ଥାତ ଫେବୃୟାରି 12 ତାରିଖରେ ଯାଇ ଟଙ୍କା ଫେରାଇଥିଲା ବ୍ଯାଙ୍କ । ସେଥିରୁ 189 ଟଙ୍କା ମଧ୍ୟ ବ୍ଯାଙ୍କ କାଟି ଦେଇଥିଲା । ଏନେଇ ଆଲୋକ ପୁଣି ଥରେ ପଚାରିବାରୁ ସେମାନେ କହିଥିଲେ କି ଲୋନ୍ ଆଉଟଷ୍ଟାଡିଙ୍ଗ ଥିବାରୁ ସେଥିପାଇଁ ଏତେ ଦିନର ଫାଇନ କଟିଛି ।

ଏନେଇ ଆଲୋକ ପ୍ରଶ୍ନ କରିଥିଲେ ବ୍ଯାଙ୍କ ମୋ ଟଙ୍କାକୁ ଏତେ ଦିନ ରଖିଲା ମୋତେ କାଇଁ କିଛି ଫାଇନ ଦେଲାନି । ହେଲେ ମୋ ଉପରେ ଓଲଟା ଫାଇନ ଲାଗିଲା । ବ୍ଯାଙ୍କ ମ୍ୟାନେଜର ତାଙ୍କୁ କହିଥିଲେ ବ୍ଯାଙ୍କରେ ସେହିଭଳି କିଛି ନିୟମ ନାହିଁ । ଏହାପରେ ଆଲୋକ କଞ୍ଜୁମର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହା ପରଠାରୁ ଆଲୋକ ଆଉ କିସ୍ତି ଟଙ୍କା ଭରି ନଥିଲେ ଏବଂ ଗାଡି ରିପୋ ନ କରିବାକୁ କୋର୍ଟ ମଧ୍ୟ ଷ୍ଟେ’ ଅର୍ଡର ଦେଇଥିଲେ ।

ସେବେଠାରୁ ଏହି ମାମଲା ଚାଲିଥିବା ବେଳେ ଶେଷରେ କଞ୍ଜୁମର କୋର୍ଟ ଶେଷ ଶୁଣାଣି କରିଛନ୍ତି । HDFC ବ୍ଯାଙ୍କ ଏବେ 189 ଟଙ୍କା ପାଇଁ 40 ହଜାର ଟଙ୍କା ଜୋରିମାନା ଦେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।