ଭିଡିଓ – ବିଦେଶୀ ସ୍ଵାମୀ ନିକକୁ ପ୍ରିୟଙ୍କା ଚୋପଡା ବନେଇଦେଲେ ‘ଦେଶୀ ବୟ’, ହୌଲୀ ହୌଲୀ ଗୀତରେ ଜମେଇକି କଲେ ଭାଂଗଡ଼ା, ଦେଖନ୍ତୁ

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କର ସ୍ଵାମୀ ନିକ ଜୋନସ ଗତ କିଛି ଦିନ ତଳେ ନିଜ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି । ସ୍ଵାମୀ ନିକ ଜୋନସଙ୍କର ଜନ୍ମଦିନକୁ ଖାସ କରିବା ପାଇଁ ପ୍ରିୟଙ୍କା ଚୋପଡା ବି କୌଣସି ଚାନ୍ସ ଛାଡି ନାହାନ୍ତି । ଯେଉଁଥି ପାଇଁ ସେ ତାଙ୍କୁ ଗୋଟିଏ ରୁ ବଳି ଗୋଟିଏ ସରପ୍ରାଇଜ ଦେଇଛନ୍ତି ।

ସ୍ଵାମୀ ନିକଙ୍କର ଜନ୍ମଦିନ ଉପରେ ପ୍ରିୟଙ୍କା ଦେଶୀ ଅନ୍ଦାଜରେ ତାଙ୍କ ସହିତ ଡ୍ୟାନ୍ସ କରିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ଏତିକି ନୁହେଁ ଏହି ଭିଡିଓରେ ପ୍ରିୟଙ୍କା ନିଜର ବିଦେଶୀ ସ୍ଵାମୀକୁ ଦେଶୀ କରିଦେଇଛନ୍ତି ।

ବିଦେଶୀ ସ୍ଵାମୀକୁ କରିଲେ ଦେଶୀ

ନିକ ଜୋନସଙ୍କ ଜନ୍ମଦିନରେ ପ୍ରିୟଙ୍କା ଚୋପଡା ନା କେବଳ ତାଙ୍କୁ ସୁନ୍ଦର ସୁନ୍ଦର ଉପହାର ଦେଲେ, ଏହା ଛଡା ସେ ତାଙ୍କ ସହିତ ଦେଶୀ ଅନ୍ଦାଜରେ ଡ୍ୟାନ୍ସ ବି କରିଲେ । ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ହୌଲୀ ହୌଲୀ ଗୀତରେ ଜମେଇକି ଭାଂଗଡ଼ା କରିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ପ୍ରିୟଙ୍କା ଚୋପଡା ନିକଙ୍କୁ ଦେଲେ ଗୋଲାପ

ଜନ୍ମଦିନର ମାତ୍ର ଗୋଟିଏ ଦିନ ପୂର୍ବରୁ ହିଁ ନିକ ଜୋନସଙ୍କର ଏକ ଶୋ ଥିଲା, ଯେଉଁଥିରେ ପ୍ରିୟଙ୍କା ଚୋପଡା ବି ପହଞ୍ଚି ଥିଲେ । ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନ ବି ହେଲା । ଯାହାର ଭିଡିଓ ବି ଭାଇରାଲ ହେଉଛି । କହିବାକୁ ଗଲେ ପ୍ରିୟଙ୍କା ଚୋପଡା ନିକ ଜୋନସଙ୍କୁ ଶୋ ରେ ଏକ ଗୋଲାପ ଦେଲେ ଓ ତାଙ୍କୁ କିସ ବି କରିଲେ ।

ନିକଙ୍କ ପାଇଁ ମାଗିଥିଲେ ସୁନ୍ଦର କେକ

ନିଜ ସ୍ଵାମୀର ଜନ୍ମଦିନକୁ ଖାସ କରିବା ପାଇଁ ପ୍ରିୟଙ୍କା ତାଙ୍କ ପାଇଁ ସ୍ପେଶାଲ କେକ ବି ଆଣିଥିଲେ । ଯାହାକି ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା । ଏହି କେକ ସହିତ ଦୁଇ ଜଣ ପ୍ରଥମେ ଏକ ସୁନ୍ଦର ଫଟୋ ନେଲେ, ଯାହା ପରେ କେଟ କାଟିବାର ପ୍ରୋଗ୍ରାମ ଚାଲିଲା । ପତ୍ନୀ ଦ୍ଵାରା ମିଳିଥିବା ସରପ୍ରାଇଜକୁ ଦେଖି ନିକ ଜୋନସ ବି ବହୁତ ଖୁସି ହୋଇଥିଲେ ।