ମାଡି ଆସୁଛି ଆଉ ଏକ ପଶ୍ଚିମା ଝଡ ! ପାଣିପାଗ କେନ୍ଦ୍ର ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ, ମୁଣ୍ଡରେ ହାତ ଦେଲେଣି ଚାଷୀ…

ଗତ ଚାରିରୁ ପାଞ୍ଚ ଦିନ ଧରି ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା, ଘଡଘଡି ସହ ପବନ ଲାଗି ରହିଥିଲା । ଅନେକ ସ୍ଥାନରେ ବଡ ବଡ କୁଆପଥର ବର୍ଷା ମଧ୍ୟ ହୋଇଥିଲା । ପଶ୍ଚିମା ଝଡ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇପଡିଛି । ତେବେ ଏହି ପଶ୍ଚିମା ଝଡର ପ୍ରଭାବ ଶେଷ ହେଉ ହେଉ ପୁଣି ଥରେ ମାଡି ଆସୁଛି ଆଉ ଏକ ପଶ୍ଚିମା ଝଡ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହି ସୂଚନା ଅନୁଯାୟୀ, ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ ଆସିବା । ଏହି ଝଡ ଆସିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପଶ୍ଚିମା ଝଡର ପ୍ରଭାବ ଯୋଗୁଁ ଆଜି ସକାଳ 8ଟା 30 ମିନିଟ ଯାଏଁ ପାଣିପାଗ ବିଭାଗ ଓଡିଶାର କେତେକେ ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ କରିଛି ।

ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲା ମାନଙ୍କର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଏତିକି ବେଳେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ 30 ରୁ 40 କିମି ବେଗ ରହିବ ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବର୍ଷା ଓ ପବନ ସାଙ୍ଗକୁ ଅତ୍ୟଧିକ କୁଆପଥର ମାଡ ର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି ।

ଯାହା ଫଳରେ ଲୋକଙ୍କର ଅନେକ ଫସଲ କ୍ଷୟକ୍ଷତି ହେବାସହ ଘର ଗୁଡିକର ଛାତ ମଧ୍ୟ କଣା ହୋଇ ଯାଇଥିବା ଦେଖିବାକୁ ମିଳିଛି । ବନ୍ଧାକୋବି, ଫୁଲକୋବି, ବିଲାତି ଓ ତରଭୁଜ ଆଦିର ଅମଳ ସମୟ ହୋଇ ଯାଇଥିବା ବେଳେ କୁଆପଥର ବର୍ଷା ଯୋଗୁଁ ଏକର ଏକର ଫସଲ ନଷ୍ଟ ହୋଇଯାଇଛି । ବିଶେଷ କରି ଯାଜପୁର, କଟକ ଓ କେନ୍ଦ୍ରପଡା ଜିଲ୍ଲାରେ ଚାଷୀ ଭାଇ ମାନଙ୍କର ଶହ ଶହ ଏକର ଚାଷଜମିରେ ହୋଇଥିଲା ଫସଲ ଉଜୁଡି ଯାଇଛି ।

ଯାହାକୁ ନେଇ ଚାଷୀ ପରିବାର ଗୁଡିକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ ଏହି ବିପଦ ନ ଯାଉଣୁ ପୁଣି ଥରେ ଲଗାତାର ଆଉ ଏକ ପଶ୍ଚିମା ଝଡ ମାଡି ଆସିବା ନିହାତି ଭାବେ ଚିନ୍ତାର ବିଷୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।