“ମୁଁ ଜାଣିଥିଲି ଯଦି ମୁଁ ମୁହଁ ଖୋଲିବି ତା’ ହେଲେ ସବୁକିଛି…” ପରିବାର ପାଇଁ Babushan ଓ Prakruti ଙ୍କ ଆଫେୟାରକୁ ନେଇ ଚୁପ୍ ଥିଲେ ବୋଲି କହିଲେ Trupti

ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ବିବାଦ ଗତକାଲି ଦେଖିବାକୁ ମିଳିଥିଲା ଏନେଇ ନିଜେ ପ୍ରତିକ୍ରିୟା ଦେଇଛନ୍ତି ତୃପ୍ତି ଶତପଥୀ । ରାସ୍ତା ଉପରେ ବାବୁଶାନ ଓ ପ୍ରକୃତିଙ୍କୁ ଏକାଠି ଧରିବା ପରେ ଉତ୍ତକ୍ଷିପ୍ତ ହୋଇ ପଡିଥିଲେ ତୃପ୍ତି। ସେମାନଙ୍କ ମଧ୍ୟରେ କଣ ଚାଲିଛି ବାବୁଶାନଙ୍କୁ ସିଧାସଳଖ ପଚାରିବା ସହ ତାଙ୍କୁ ମାଡ ମାରିଥିଲେ । ସେମାନଙ୍କ ମଧ୍ୟରେ ପ୍ରକୃତି ମିଶ୍ର ମୁହଁ ଖୋଲି ତାଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କୁ ବି ଛାଡି ନଥିଲେ ତୃପ୍ତି ।

ତା’ପରେ ସାମ୍ନାକୁ ଆସିଥିଲା ବାବୁଶାନଙ୍କ ବୈବାହିକ ଜୀବନର ବିବାଦ । ପ୍ରକୃତି ତାଙ୍କ ଘର ଧ୍ଵଂସ କରି ଦେଇଥିବା ଅଭିଯୋଗ ଆଣିଛନ୍ତି ତୃପ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତୃପ୍ତି ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ବାବୁଶାନଙ୍କ ସହ ତାଙ୍କର ବୈବାହିକ ଜୀବନ ଏବଂ ପ୍ରକୃତିଙ୍କ ସହ ବାବୁଶାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ କଥା ଲୋକଲୋଚନକୁ ଆଣିଛନ୍ତି । ଏହିସବୁ ଏବେ ନୁହେଁ ବରଂ ଗତ ଦୁଇ ବର୍ଷ ହେବ ଚାଲି ଆସିଛି ।

ତୃପ୍ତି ବାବୁଶାନଙ୍କୁ ଏନେଇ ବାରମ୍ବାର ବୁଝେଇଥିଲେ ଓ ଅନେକ ସୁଯୋଗ ମଧ୍ୟ ଦେଇଥିଲେ ପରିବର୍ତ୍ତନ ହେବା ପାଇଁ । କିନ୍ତୁ ବାବୁଶାନ ଓ ପ୍ରକୃତି ସବୁବେଳେ କେଉଁଠି ନା କେଉଁଠି ତାଙ୍କ ନଜରରେ ଆସି ଯାଉଥିଲେ । ସେ ନିଜେ ଅନେକ ଥର ତାଙ୍କ ନିଜ ଘରେ ବିଭିନ୍ନ ହୋଟେଲରେ ଓ ଭଡାଘରେ ଉଭୟଙ୍କୁ ଏକାଠି ରେଡ୍ ହ୍ୟାଣ୍ଡରେ ଧରିଛନ୍ତି । ଏହା ସତ୍ତ୍ୱେ ସେ ଉଭୟଙ୍କୁ ଚେତାବନୀ ଦେବା ସହ ବାବୁଶାନଙ୍କୁ ବୁଝାଇ ଛାଡି ଦେଉଥିଲେ । କିନ୍ତୁ ଦିନକୁ ଦିନ ଏସବୁ ତୃପ୍ତିଙ୍କୁ ଅସହ୍ୟ ହେବାରେ ଲାଗିଲା ।

ସେପଟେ ସେ ଗୋଟେ ସାନ ଶିଶୁର ମାଆ । ବାବୁଶାନଙ୍କୁ ନିଜ ପୁଅର ମୁହଁ ଦେଖେଇ ମଧ୍ୟ ତାଙ୍କ ପାଖକୁ ଫେରି ଆସିବାକୁ କହିଥିଲେ । କିନ୍ତୁ ତୃପ୍ତି ଯେତେ ଯାହା ଚେଷ୍ଟା କଲେ ମଧ୍ୟ ବାବୁଶାନ ସୁଧୁରି ନଥିଲେ । ବାବୁଶାନଙ୍କ ପିତାମାତା ଏବଂ ପ୍ରକୃତିଙ୍କ ପରିବାର ମଧ୍ୟ ଏକଥା ସବୁ ଜାଣିଥିଲେ । ପ୍ରକୃତିଙ୍କ ପରିବାରକୁ ମଧ୍ୟ ତୃପ୍ତି ଓ ବାବୁଶାନଙ୍କ ମାଆ ଅପରାଜିତା ଅନେକ ଥର ତାଗିଦ କରିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ହେଲେ ମଧ୍ୟ ସେମାନେ ପରସ୍ପର ସହ ରହି ଆସୁଥିଲେ ।

ଅନେକ ଦିନ ଧରି ବାବୁଶାନ ଘରକୁ ମଧ୍ୟ ଆସୁ ନଥିଲେ । ତଥାପି ପରିବାରର ମର୍ଯ୍ୟାଦାକୁ ନଜରରେ ରଖି ତୃପ୍ତି ଚୁପ୍ ରହୁଥିଲେ ବୋଲି କହିଛନ୍ତି । କାରଣ ସେ ଜାଣିଥିଲେ ସେ ଯଦି ମୁହଁ ଖୋଲିବେ ତେବେ ସବୁକିଛି ଦାଉରେ ଲାଗିଯିବ । ପରିବାରଠୁ ନେଇ ବାବୁଶାନଙ୍କ କ୍ଯାରିୟର ଓ ତାଙ୍କ ପିତାମାତାଙ୍କ ସମ୍ମାନ ସବୁକିଛି ଧୂଳିସାତ ହୋଇଯିବ । କିନ୍ତୁ ଶେଷରେ ସହିବାର ସବୁ ସୀମା ଲଙ୍ଘିଯିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।