Babushan-Prakruti ପରକୀୟାପ୍ରୀତିକୁ ନେଇ ବର୍ଷିଲେ ଯାତ୍ରା ଅଭିନେତ୍ରୀ Rani Panda, ଦେଖନ୍ତୁ Video କଣ କହୁଛନ୍ତି

ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଲଭ ଆଫେୟାର କଥା ବାବୁଶାନଙ୍କ ପତ୍ନୀ ତୃପ୍ତି ପଦାରେ ପକାଇବା ପରେ ଏବେ ସବୁ ମହଲରେ ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ତେବେ ଏନେଇ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିକର ମନ୍ତବ୍ୟ ଦେଇଛନ୍ତି । ରାଣୀ କହିଛନ୍ତି ଯେ, ଆଜିକାଲି ଏମିତି ଘଟଣା ସମସ୍ତଙ୍କ ଜୀବନରେ ଘଟୁଛି । ଫିଲ୍ମ ଇଣ୍ଡଷ୍ଟ୍ରି ତଥା ବଡ ବଡ ପ୍ରତିଷ୍ଠିତ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନରେ ମଧ୍ୟ ଘଟୁଛି ।

କିନ୍ତୁ ଯେହେତୁ ଏମାନେ ଲୋକଙ୍କ ଆଦର୍ଶ ଓ ସମସ୍ତେ ତାଙ୍କୁ ଜାଣୁଛନ୍ତି ତେଣୁ ଏକଥା ସାମ୍ନାକୁ ଆସୁଛି । ନିହାତି ଭାବେ ଏହା ଏକ ଲଜ୍ଜାଜନକ ଘଟଣା । ଏହାଛଡା ଆମ ଓଡିଶାରେ ଜଣେ ଓଡିଆ ନାରୀ ତା’ ସ୍ଵାମୀ ଆଉ କାହା ସହ ସମ୍ପର୍କ ରଖିବାକୁ କେବେବି ବରଦାସ୍ତ କରିପାରିବ ନାହିଁ । ବାବୁଶାନ ଅନେକ ହିରୋଇନଙ୍କ ସହ କାମ କରିଛନ୍ତି । କିନ୍ତୁ ପ୍ରକୃତି ମିଶ୍ରଙ୍କ କଥା ସେ ସାମ୍ନାକୁ ଆଣିଛନ୍ତି ମାନେ ନିହାତି ଭାବେ ଏହି ଘଟଣାରେ ସତ୍ୟତା ରହିଥିବ । ନହେଲେ ଗୋଟେ ନାରୀ କେବେବି ଚାହିଁବନି ତା’ ସଂସାର ଉଜାଡିବା ପାଇଁ ।

ବାବୁଶାନ ଓଡିଶାର ଜଣେ ଆଗଧାଡିର ଅଭିନେତା ଓ ମୁଁ ବି ତାଙ୍କୁ ବହୁତ ସମ୍ମାନ କରେ । କିନ୍ତୁ ଏହି ସବୁ ଝାମେଲା ଦେଖିଲା ବେଳକୁ ଲଜ୍ଜା ଲାଗୁଛି । ସେଲିବ୍ରିଟିଙ୍କ କଥା ଏଭଳି ଦାଣ୍ଡରେ ପଡି ହାଟରେ ଗଡଗଡ ହେବା ଇଜ୍ଜତ ମହତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାଛଡା ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁ ଦମ୍ପତ୍ତି ସବୁ ରହିଛନ୍ତି ସେମାନଙ୍କୁ ନେଇ ମଧ୍ୟ ରାଣୀ ପଣ୍ଡା ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି କି, ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତେ ସାବୁ ଅଛନ୍ତି କାହାର ମଧ୍ୟ କାହା ସହ ଭଲ ସମ୍ପର୍କ ନଥାଏ । ସବୁ ଘରେ ସ୍ତ୍ରୀ ଘରେ ଥିବ ଆଉ ସ୍ବାମୀମାନେ ଚାରିଆଡେ ଯାଇ ଚିତା କଟାନ୍ତି । ଆଉ ବାବୁଶାନ ଓ ତୃପ୍ତିଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଛି । ଏଗୁଡାକ ଭିତିରିଆ ସବୁ ଚାଲେ ବାହାରକୁ ଆସେନି ହେଲେ ବାବୁଶାନଙ୍କ କଥା ଦୁର୍ଭାଗ୍ୟବଶତଃ ବାହାରକୁ ପଳେଈ ଆସିଲା ବୋଲି ସେ କହିଛନ୍ତି ।

ଏହାପରେ ରାଣୀ ଏନେଇ ପ୍ରକୃତିଙ୍କ ଆଡକୁ ଇଙ୍ଗିତ କରି କହିଛନ୍ତି କି ପର ସ୍ଵାମୀ ନଜର ପକେଇକି ନିଜେ ଫ୍ରେଶ ଖୋଜନ୍ତୁ ସବୁଠୁ ଭଲ ହେବ । ରାଣୀ ପଣ୍ଡାଙ୍କ ଏଭଳି ମନ୍ତବ୍ୟ ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।